ସେମିଲିଗୁଡା ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ଆଲୋଚନା ଚକ୍ର।ସେମିଲିଗୁଡା ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ଆଲୋଚନା ଚକ୍ର।

ସେମିଲିଗୁଡା ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ଆଲୋଚନା ଚକ୍ର।

ସେମିଳିଗୁଡା ତାରିଖ ୨୭,୯,୨୦୨୫, ସେମିଳିଗୁଡା ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ତରଫରୁ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା ତାହା ସହିତ ନବାଗତଙ୍କ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା। “ନିର୍ବାଚନ ଆୟୋଗ ଏକ ମୁକ୍ତ ଓ ନିରପେକ୍ଷ ନିର୍ବାଚନର ରକ୍ଷକ କି?” ବିଷୟରେ ହୋଇଥିବା ଏହି ସେମିନାରରେ ମୁଖ୍ୟ ଅତିଥି ଭାବରେ ବକ୍ତୃତା ଦେଇଥିଲେ ଜଣାଶୁଣା ଶିକ୍ଷାବିତ୍ ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ ଡକ୍ଟର ଚିତ୍ତରଞ୍ଜନ ମିଶ୍ର। ଅଧ୍ୟାପକ ନିରଞ୍ଜନ ପୋଢ଼ ନିର୍ବାଚନ ଆୟୋଗକୁ କ୍ରିକେଟ ମ୍ୟାଚର ଅମ୍ପାୟାର ସହିତ ତୁଳନା କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷା ଝାନ୍ସୀ ସିଂହ ଏହି ସଭାକୁ ସଭାପତି ଭାବରେ ଆସୀନ ହୋଇଥିଲେ। ଏହି ଅବସରରେ ବିଭାଗର ଛାତ୍ରଛାତ୍ରୀଙ୍କ ତରଫରୁ ନବାଗତମାନଙ୍କୁ ସମ୍ବର୍ଦ୍ଧନା ଜଣାଯାଇଥିଲା। ସେମିନାରରେ ଆଲୋଚନା ଆରମ୍ଭ କରି ମୁଖ୍ୟ ଅତିଥି ଶ୍ରୀ ମିଶ୍ର କହିଥିଲେ ଯେ ଭାରତୀୟ ନିର୍ବାଚନ ଆୟୋଗ ବିଶ୍ୱର ସବୁଠାରୁ ବଡ ଲୋକତନ୍ତ୍ରରେ ମୁକ୍ତ, ନିରପେକ୍ଷ ଓ ଭୟମୁକ୍ତ ନିର୍ବାଚନ ପ୍ରକ୍ରିୟା ସୁନିଶ୍ଚିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ସମୟ ସହିତ ଆୟୋଗ କିପରି ବିଭିନ୍ନ ସଂସ୍କାର ଓ ନୂତନ ପ୍ରଯୁକ୍ତି ବିଦ୍ୟା ଆପଣେଇ ନିର୍ବାଚନକୁ ଅଧିକ ସ୍ୱଚ୍ଛ ଓ ବିଶ୍ୱସନୀୟ କରିଛି, ତାହା ବିସ୍ତୃତ ଭାବରେ ବୁଝାଇଥିଲେ। ଏହି ସେମିନାରରେ ବିଭାଗର ଛାତ୍ରଛାତ୍ରୀଙ୍କ ତରଫରୁ ତାଙ୍କର ଲିଖିତ ପ୍ରବନ୍ଧ ଉପସ୍ଥାପନା କରାଯାଇଥିଲା। ଆଙ୍କିତା, ପ୍ରଶାନ୍ତ, ଶୁଭଙ୍କର ଓ ସ୍ମୃତି ନାମକ ଛାତ୍ରଛାତ୍ରୀମାନେ ନିର୍ବାଚନ ଆୟୋଗର ଗଠନ, କାର୍ଯ୍ୟ, ମଡେଲ କୋଡ୍ ଅଫ କଣ୍ଡକ୍ଟ ଆଦି ବିଭିନ୍ନ ଦିଗ ଉପରେ ତାଙ୍କର ମତାମତ ଉପସ୍ଥାପନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ଅଧ୍ୟାପିକା ରୋନାଲୀ ନାୟକ ଓ ଅଧ୍ୟାପକ ସଙ୍ଗୀତ ପଣ୍ଡା। କାର୍ଯ୍ୟକ୍ରମର ଶେଷରେ ବରିଷ୍ଠ ଅଧ୍ୟାପିକା ଗୀତା ପଟ୍ଟନାୟକ ଧନ୍ୟବାଦ ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମ ବିଭାଗର ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିର୍ବାଚନ ପ୍ରଣାଳୀ ବିଷୟରେ ଜ୍ଞାନ ବୃଦ୍ଧି କରିବା ସହିତ ଏକ ଉତ୍ସାହପୂର୍ଣ୍ଣ ଶିକ୍ଷାନୁଭୂତି ଆଣିଦେଇଥିଲା।

By admin

Leave a Reply

Your email address will not be published. Required fields are marked *