ତିନି ପୁଅ ଓ ପାଞ୍ଚ ଝିଅ ଥାଇ ବୃଦ୍ଧ ବାପା ଙ୍କୁ ବୃଦ୍ଧାଶ୍ରମ ରେ ଥଇଥାନ କଲା ନିଷ୍ଠା ପରିବାର……
ବରଗଡ -(ଭବାନୀ ଶଙ୍କର ପାଢ଼ୀ) ତା-୨୫-୦୯-୨୦୨୫ରିଖ (ଗୁରୁ ବାର)ପଦମପୁର ଜମଲା କଲେଜ ରେ ରକ୍ତ ଦାନ ଶିବିର ସାରି ବରଗଡ଼ ଫେରୁଥିଲା ନିଷ୍ଠା ପରିବାର ର ଟିମ। ହଠାତ ତେଲ ମହୁଲ ରାସ୍ତା କଡ ରେ ୮୦ବର୍ଷ ରୁ ଉର୍ଦ୍ଧ୍ବ ଜଣେ ବୃଦ୍ଧ ମଉସା ବସିଥିବା ଆମ ନଜର କୁ ଆସେ। ଗାଡ଼ି ରୁ ଓହ୍ଲାଇ ତାଙ୍କ ବିଷୟ ରେ ପଚାରି ବୁଝିଲୁ ମଉସା କୁଆଡେ ଯାଉଛ ତମ ନାଁ କଣ ଓ ଏଠି କଣ କରୁଛ, ତମ ପୁଅ ଝିଅ ଅଛନ୍ତି କି ନାହିଁ। ମଉସା ଙ୍କୁ ଟିକେ କମ ଶୁଭେ। କୋହ ଭରା ସ୍ଵର ରେ ଉତ୍ତର ଦେଲେ ମୋର ନାଁ ଦନାର ସାହୁ ଗାଁ ପନରି ପାଏଁନ, ମେଲଛା ମୁଣ୍ଡା ଥାନା “ମୋର ତିନ୍ ଟା ପୁଅ ଆଉ ପାଞ୍ଚ ଝି ବୁଆ ହେଲେ କିହେ ମତେ ଥିର୍ ଢୁକେ ବି ନାଇଁ ଦିଅନ୍ “। ଚାଲିବା ବି ତାଙ୍କ ପକ୍ଷେ ଖୁବ୍ କଷ୍ଟ କର ଥିଲା। ମାଉସୀ କଥା ପଚାରିବାରୁ କହିଲେ “ବୁଢ଼ୀ ଅଛେ ଯେ ତାର ଦିହେ ବି କେଥନୀ ଖରାପ ସାନ ପିଲା ରଖିଛେ”। ମତେ କିହେ ନାଇଁ ରଖଲେ ପୂତା ବୋଲି କୋହ ଭରା କଣ୍ଠ ରେ ଉତ୍ତର ଦେଇ ଥିଲେ ମଉସା ଯାହା ଆମକୁ ଖୁବ ବ୍ୟଥିତ ଓ ବିଚଳିତ କରିଥିଲା। ବୃଦ୍ଧାଶ୍ରମ ରେ ରହିବ କି ବୋଲି ପଚାରିବାରୁ ସଙ୍ଗେ ସଙ୍ଗେ ହଁ କହି ଥିଲେ ମଉସା ତୁରନ୍ତ ଆମେ ଆମ କାର ରେ ମଉସା ଙ୍କୁ ବସେଇ ବିଜେପୁର ରେ ଥିବା ପାର୍ବତୀ ଗିରି ବୃଦ୍ଧାଶ୍ରମ ରେ ତାଙ୍କ ର ଥଇଥାନ କରିଥିଲୁ।ବୃଦ୍ଧାଶ୍ରମ ର ମୁଖ୍ୟ ଜଳନ୍ଧର ପଟେଲ ଆଜ୍ଞା ଙ୍କୁ କୋଟି କୋଟି ଧନ୍ୟବାଦ। ଆମ କୁ ମଉସା କହିଥିଲେ ମୋର୍ ପୁଓ ମାନଙ୍କୁ ନାଇଁ କହେବ ମୁଇଁ ଇନ ଅଛେ ବୋଲି ମୁଇଁ ଆଉ ନାଇଁ ଯାଏନ ଇନ ରହେମି ବୋଲି କହି କାନ୍ଦି ପକେଇ ଥିଲେ। ଦିନ ଥିଲା ଦୁଇ ଜଣ ମାଁ ବାପା ଦୁନିଆଁ ର ସବୁ କଷ୍ଟ ସହି ଆଠ ଜଣ ଛୁଆ ଙ୍କୁ ଛୋଟ ରୁ ବଡ଼ କରିଥିଲେ ଓ ସମସ୍ତ ଙ୍କୁ ବିବାହ କରେଇଥିଲେ କିନ୍ତୁ ଆଜି ସେ ମାଁ ବାପା ଅଲୋଡା। ଆମ ବିଜ୍ଞାନ ଯେତେ ଅଗ୍ରଗତି କଲେ କଣ ହେବ ଆମର ମାନବିକତା ଧୀରେ ଧୀରେ ହଜି ଯାଉଛି। ଆମର ପ୍ରଥମ ଭଗବାନ ଆମ ବାପା ମାଁ । ତାଙ୍କ ର ସେବା କରିବା ଆମର ପ୍ରଥମ କର୍ତ୍ତବ୍ୟ। ଆସନ୍ତୁ ବାପା ମାଁ ଙ୍କୁ ଆମ ହୃଦୟ ରେ ରଖିବା ବୃଦ୍ଧାଶ୍ରମ ରେ ନୁହେଁ।

