କାଶୀପୁର ରେଞ୍ଜର୍ଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳୀନ ୯ଟି ସ୍ଥାନରେ ତଲାସି
ରାୟଗଡ଼ା( ଅମୁଲ୍ୟ ନିଶଙ୍କ ): ଆକ୍ସନ ମୋଡ୍ରେ ଓଡ଼ିଶା ଭିଜିଲାନ୍ସ ବିଭାଗ । ମାରାଥାନ ଚଢାଉରେ ଗୋଟିଏ ପରେ ଗୋଟିଏ ସରକାରୀ ବାବୁ ଭିଜିଲାନ୍ସ ଜାଲରେ ଛନ୍ଦି ହେଉଛନ୍ତି । ଆଜି ଆଉ ଜଣେ ସରକାରୀ ବାବୁ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ସକାଳୁ ସକାଳୁ ରାୟଗଡ଼ା ଜିଲ୍ଲାର କାଶୀପୁର ଫରେଷ୍ଟ ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁଙ୍କ ସରକାରୀ ବାସଭବନ ସମେତ ୯ଟି ସ୍ଥାନରେ ଏକକାଳୀନ ରେଡ୍ ଜାରି ରିଖିଛି ଭିଜିଲାନ୍ସ ।ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ା ଜିଲ୍ଲାର କାଶୀପୁର ଫରେଷ୍ଟ ରେଞ୍ଜର ଅନ୍ତରଯ୍ୟାମୀ ସାହୁ ଚଢ଼ାଉ କରିଛି ଭିଜିଲାନ୍ସ ।
ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁ ଦୁର୍ନୀତି କରିବା ଏବଂ ଆୟ ବର୍ହିଭୁତ ସମ୍ପତ୍ତି ଠୁଳ କରିଥିବା ନେଇ ଅଭିଯୋଗ ପାଇ ବହୁ ଦିନରୁ ଭିଜିଲାନ୍ସ ସ୍କାନରରେ ଥିଲେ । ବିଭିନ୍ନ ତଥ୍ୟ ସଂଗ୍ରହ ପରେ ଆଜି (ଶୁକ୍ରବାର) ସକାଳୁ ସକାଳୁ ଚଢ଼ାଉ ଆରମ୍ଭ କରିଛି । କାଶୀପୁର ସରକାରୀ କାର୍ଯ୍ୟାଳୟ, ବାସଭବନ, ପୈତୃକ ବାସଭବନ ଦାରିଙ୍ଗବାଡି, କନ୍ଧମାଳ ଜିଲ୍ଲାର ବାଲିଗୁଡା ବାସଭବନ, ଗଞ୍ଜାମ ଜିଲ୍ଲାର ଭଞ୍ଜନଗର, ବ୍ରହ୍ମପୁର, ନୟାଗଡ଼ ସମେତ ୯ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଥିବା ଜଣାପଡିଛି ।ଜୟପୁର ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ବରେ ୧୩ ଜଣିଆ ଟିମ୍ ରେଡରେ ସାମିଲ ଥିବା ଜଣାପଡ଼ିଛି । ୭ DSP, ୭ ଇନ୍ସପେକ୍ଟର୍ ଓ ୯ ଜଣ ASI ଚଢାଉରେ ସାମିଲ ଅଛନ୍ତି ଓଡ଼ିଶା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି, “ରାୟଗଡ଼ାର କାଶୀପୁର ଫରେଷ୍ଟ ରେଞ୍ଜ ଅଫିସର ଅନ୍ତର୍ଯ୍ୟାମୀ ସାହୁଙ୍କ ଦ୍ୱାରା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ, କନ୍ଧମାଳ, ଗଞ୍ଜାମ, ନୟାଗଡ଼ ଏବଂ ରାୟଗଡ଼ା ଜିଲ୍ଲାର ୯ଟି ସ୍ଥାନରେ ଭିଜିଲାନ୍ସ ଦ୍ୱାରା ଏକକାଳୀନ ତଲାସି କରାଯାଉଛି । କୋରାପୁଟର ଜୟପୁରସ୍ଥିତ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ୭ ଜଣ ଡିଏସ୍ପି, ୭ ଜଣ ଇନ୍ସପେକ୍ଟର, ୯ ଜଣ ଏଏସ୍ଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ତଲାସୀ କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନ ତଲାସି ଜାରି ରହିଛି । ସୂଚନା ଯୋଗ୍ୟଯେ ଅନ୍ତର୍ଯ୍ୟାମୀ ସାହୁ ଦୀର୍ଘ 16 ବର୍ଷ ଧରି ଫୋରେଷ୍ଟ ବିଭାଗ ରେ ଫୋରେଷ୍ଟର ଭାବେ ନିଯୁକ୍ତି ପାଇ 09.04.2007 ଠାରୁ 09.04.2008 ଟ୍ରେନିଂ ରେ ରହିଥିଲେ l ଟ୍ରେନିଂ ସମାପ୍ତି ପରେ 20.04.208 ଠାରୁ 11.08.2011 ପର୍ଯ୍ୟନ୍ତ ବାଲିଗୁଡା ସେକ୍ସନ ର ଫୋରେଷ୍ଟ, 27.08.20111 ଠାରୁ 08.12.2013 ପର୍ଯ୍ୟନ୍ତ ତୁମିଦୀବନ୍ଧ ଫିରେଷ୍ଟ, 14.11.2015 ଠାରୁ 17.06.2028 ପର୍ଯ୍ୟନ୍ତ କେ ନୂଆଗାଁ ଫୋରେଷ୍ଟ, ପରେ ପ୍ରୋମସନ ପାଇ ଡେପୁଟି ରେଞ୍ଜର ଭାବେ ବାଲିଗୁଡା ଠାରେ 18.06.2018 ଠାରୁ 04.08.2023 ପର୍ଯ୍ୟନ୍ତ ଓ 10.08.2023 ରେ ପୁନର୍ବାର ପ୍ରୋମସନ ପାଇ କାଶୀପୁର ର ରେଞ୍ଜର ଭାବେ ଦୀର୍ଘ ଦୀର୍ଘ 16 ବର୍ଷ ଧରି କାମ କରିଆସୁଥିଲେ lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

