ଯାତ୍ରୀବାହି ଅଟୋ ସହ ବାଇକ ଧକ୍କା, ୯ ଆହତ, ଜଣେ ଗୁରୁତ ।ଯାତ୍ରୀବାହି ଅଟୋ ସହ ବାଇକ ଧକ୍କା, ୯ ଆହତ, ଜଣେ ଗୁରୁତ ।

ଯାତ୍ରୀବାହି ଅଟୋ ସହ ବାଇକ ଧକ୍କା, ୯ ଆହତ, ଜଣେ ଗୁରୁତ ।ଆର,ଉଦୟଗିରି(ମନୋଜ କୁମାର ପାଢୀ) ଗଜପତି ଜିଲ୍ଲା ମୋହନା ଥାନା ଗୋବିନ୍ଦପୁର ଗାଁରେ ଯାତ୍ରୀବାହି ଅଟୋ ସହ ବାଇକ ଧକ୍କା l ଫଳରେ ଅଟୋ ଟି ରାସ୍ତା କଡ଼କୁ ଓଲଟି ପଡିଛି l ଏହି ଦୁର୍ଘଟଣା ରେ 9 ଜଣ ଆହତ ହୋଇଛନ୍ତି l ଅହତଙ୍କ ମଧ୍ୟରେ ଅଟୋରେ ଥିବା 7 ଜଣ ମହିଳା ଓ ବାଇକ ରେ ଥିବା ଜଣେ ମହିଳା, ଜଣେ ପୁରୁଷ ଅଛନ୍ତି l ସମସ୍ତ ଆହତ ଙ୍କୁ ପି. ଗୋବିନ୍ଦପୁର ମେଡିକାଲ ରେ ଭର୍ତି କରାଯାଇଛି l ତେବେ ବାଇକ ଆରୋହୀ ମେରାମା ଗାଁର ପ୍ରଦୀପ ମଳିକ ଗୁରୁତର ଥିବା ବେଳେ ତାଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି l ଗୋବିନ୍ଦପୁର ପଞ୍ଚାୟତ ରେ ରାସନ ଚାଉଳ ନେଇ ଏକ ଅଟୋରେ ମହିଳା ମାନେ କେଶରା ଗାଁକୁ ଫେରୁଥିଲେ l ଏହି ସମୟରେ ବାଇକ ସହ ମୁହାଁ ମୁହିଁ ଧକ୍କା ହୋଇଛି l

By admin

Leave a Reply

Your email address will not be published. Required fields are marked *