ପରିବା ବ୍ୟବସାୟ ପାଇଁ ରାୟଗଡ଼ ପୌର ପରିଷଦ ଦ୍ଵାରା ସ୍ଥାନ ଚିହ୍ନଟ ରାୟଗଡା (ଅମୁଲ୍ୟ ନିଶଙ୍କ ) : ରାୟଗଡ଼ ନୂତନ ବସଷ୍ଟାଣ୍ଡ କୁ ସଂଯୋଗ କରୁଥିବା ଫ୍ଲାଏ ଓଭର ବ୍ରିଜ ବିପଦ ସଙ୍କୁଳ ଅବସ୍ଥାରେ ଥିବା ବେଳେ ଖୁବଶିଘ୍ର ଜାତୀୟ ରାଜପଥ ବିଭାଗ ଦ୍ଵାରା ଏହାର ମରାମତି କାର୍ଯ୍ୟ ଆରମ୍ଭ କରାଯିବ । ସେଥିପାଇଁ ଓଭର ବ୍ରିଜ ତଳେ କୌଣସି ପ୍ରକାର ବ୍ୟବସାୟ ନ କରିବା ପାଇଁ ଉଠା ଦୋକାନୀ ମାନଙ୍କୁ ପୌର ପରିଷଦ ଦ୍ଵାରା ଅବଗତ କରାଯାଇଛି ଏବଂ ସେମାନଙ୍କ ସୁବିଧା ତଥା ଜୀବିକା ବଜାୟ ରଖିବା ପାଇଁ ରାୟଗଡ଼ ପୌର ପରିଷଦ ଦ୍ବାରା ଦୁଇଟି ସ୍ଥାନ ଚିହ୍ନଟ କରାଯାଇଛି ଯଥା ୧. ଆର୍. କେ ନଗର ଠାରୁ କେନ୍ଦ୍ରୀୟ ବିଦ୍ୟାଳୟ କୁ ସଂଯୋଗ କରୁଥିବା ରାସ୍ତାର ମଧ୍ୟ ଭାଗରେ ଥିବା ଖାଲି ସ୍ଥାନ ଏଵଂ ୨. ବହୁ ପୂର୍ବରୁ ନିର୍ମିତ କସ୍ତୁରୀ ନଗର ମାର୍କେଟ କମ୍ପ୍ଲେକ୍ସ ଯାହା କୁ ପରିବା ବିକ୍ରି କରିବା ପାଇଁ ଆବଶ୍ୟକୀୟ ମରାମତି କାର୍ଯ୍ୟ ସଂପୂର୍ଣ୍ଣ କରାଯାଇ ଅଛି । ଏଥି ସହିତ ନିୟନ୍ତ୍ରିତ ବଜାର କମିଟି (RMC Yard) ଠାରେ ମଧ୍ୟ ପରିବା ବିକ୍ରୟ କରିବା ପାଇଁ ଆବଶ୍ଯକୀୟ ବ୍ୟବସ୍ଥା କରାଯାଇ ଅଛି ।
ପରିଷଦ ଦ୍ଵାରା ଚିହ୍ନଟ କରାଯାଇ ଥିବା ନିର୍ଦ୍ଧିଷ୍ଟ ସ୍ଥାନରେ ସମସ୍ତ ପରିବା ବ୍ୟବସାୟୀ ନିଜର ଦୈନଦିନ ବ୍ୟବସାୟ ଆରମ୍ଭ କରିବା ପାଇଁ ତଥା ଓଭର ବ୍ରିଜ କାର୍ଯ୍ୟ ସଂପୂର୍ଣ୍ଣ ହେବାରେ ସହଯୋଗ କରିବା ପାଇଁ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ କୁଳଦୀପ କୁମାର ସମସ୍ତ ଜନ ସାଧାରଣ ତଥା ପରିବା ବ୍ୟବସାୟୀ ମାନଙ୍କୁ ଅନୁରୋଧ କରିଛନ୍ତି । ରାୟଗଡା ସହର ଦେଇ ଯାଇଥିବା ଓଭର ବ୍ରିଜ ର ମରାମତି କାମ ଆରମ୍ଭ ନିମନ୍ତେ ପୌର ପରିଷଦ ରାୟଗଡା ପକ୍ଷରୁ ପରିବା ବ୍ୟାପରି ଙ୍କୁ ଖାଲି କରିବା ନିମନ୍ତେ ନୋଟିସ ଦିଆଯାଇଥିଲା l ଏହାକୁ ବିରୋଧ କରି ଦୀର୍ଘ 4 ଦିନ ଧରି ପରିବା ବ୍ୟାପରି ହରତାଳ କରିଆସୁଥିଲେ କିଂତୁ ଆଜି ତା 19/9/25 ରାୟଗଡ଼ା ସହର ର ଓଭର୍ ବ୍ରିଜ ତଳେ ଆଜକୁ ପ୍ରାୟ 30 ବର୍ଷ ହେଲା ରାୟଗଡ଼ା ପରିବା ହୋଲୋସେଲ୍ ଓ ରିଟେଲ ବେପାରୀ ମାନେ ଓଭରବ୍ରିଜ ତଳେ ଦୋକାନ କରି ନିଜର ଜୀବିକା ଅର୍ଜନ କରୁଥିଲେ ତା ସହିତ ରାୟଗଡ଼ା ଜନସାଧାରଣ ମାନେ ଏହି ପନି ପରିବା କିଣିବାରେ କିଛି ଅସୁବିଧା ହଉ ନ ଥିଲା, କିନ୍ତୁ ଦୁଃଖ ର ବିଷୟ ରାୟଗଡ଼ା ର ଏହି ଓଭର ବ୍ରିଜ ମରା ମତି ନିମନ୍ତେ ବ୍ରିଜ ତଳେ ଥିବା ପରିବା ବେପାରୀ ଭାଇ ମାନଙ୍କୁ, ଆଜି ରାୟଗଡ଼ା ସ୍ତିତ ତୁମ୍ବିଗୁଡା ଛକ ନିକଟସ୍ଥ ନିୟନ୍ତ୍ରିତ ବଜାର କମିଟି ୟାର୍ଡ ଠାରେ ବିଜେପି ଦଳ ତରଫରୁ ପନି ପରିବା ଭାଇ ମାନଙ୍କୁ ସ୍ଥାୟୀ ଭାବରେ ବସତି ସ୍ଥାପନ କରାଗଲା, ଏହି କାର୍ଯ୍ୟକୁ ଜିଲ୍ଲା ର ବରିଷ୍ଠ ନେତା କୃଷକ ମାର୍ଚ୍ଚ ରାଜ୍ୟ କାର୍ଯ୍ୟକାରିଣୀ ସଦ୍ୟାଶ ତଥା ସୁମନ୍ତ କୁମାର ମହାରଣା ମାର୍କେଟ କମ୍ପ୍ଲେକ୍ସ ଶୁଭ ଉଦ୍ଦୁଘାଟନ କରିଥିଲେ ଆମ ବିଜେପି ଦଳ ତରଫ ରୁ ଏହି କାର୍ଯ୍ୟ କର୍ମ ରେ ରାୟଗଡା ୱାର୍ଡ ନ 2 କାଉଁସିଲେର ମୁଞ୍ଜୁଲା ମିନିୟାକା, ରଙ୍ଗାରାଓ କଣ୍ଡାଗିରି,ଓ କେ .ସି ପଟନାୟିକ, ହସମୁଖ ହସୁଭାଇ ପ୍ରମୁଖ ବ୍ୟକ୍ତି ଉପସ୍ଥିତ ଥିଲେ !
ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

