ଆଦର୍ଶ ଶିକ୍ଷକ ସ୍ବର୍ଗତ ମାମରାଜ ସାହୁ ଙ୍କ ସ୍ମୃତି ରେ ରକ୍ତ ଦାନ ଶିବିର ୪୧ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି।
ବରଗଡ-(ଭବାନୀ ଶଙ୍କର ପାଢ଼ୀ) ତା-୧୮-୦୯-୨୦୨୫ରିଖ (ଗୁରୁ ବାର)
ପବିତ୍ର ବିଶ୍ୱକର୍ମା ପୂଜା ଓ ଆଦର୍ଶ ଶିକ୍ଷକ ସ୍ବର୍ଗତ ମାମରାଜ ସାହୁ ଙ୍କ ସ୍ମୃତି ରେ ଭେଡେନ ବ୍ଲକ ଅନ୍ତର୍ଗତ ତାଲମେଣ୍ଡା ଗ୍ରାମ ର କଲ୍ୟାଣ ମଣ୍ଡପ ଠାରେ ନିଷ୍ଠା ପରିବାର ଓ କଳା ପ୍ରତିଭା ଖୋଜ କୁଟୁମ ର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର ରେ ସ୍ଵତନ୍ତ୍ର ଅତିଥି ଭାବରେ ଭୂମିସୂତା ଭୋଇ, ଅବସର ପ୍ରାପ୍ତ ଶିକ୍ଷୟତ୍ରୀ
କେଶବ ଚନ୍ଦ୍ର ସାହୁ ,ସଭାପତି କଳା ପ୍ରତିଭା ଖୋଜ କୁଟୁମ୍
ଖଗେଶ୍ବର ଭୋଇ, କମଳା କାନ୍ତ ସାହୁ, କ୍ଷେତ୍ରବାସୀ ପ୍ରଧାନ ଯୋଗ ଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶିବିର ର ଶୁଭାରମ୍ଭ କରି ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଚାରି ଯୋଡା ଦମ୍ପତ୍ତି ଙ୍କ ସମେତ ସର୍ବମୋଟ ୪୧ୟୁନିଟ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା। ଏହି ଶିବିର କୁ ନିଷ୍ଠା ପରିବାର ର ସଭାପତି ଶ୍ରୀଯୁକ୍ତ ଅଶ୍ୱିନୀ ତ୍ରିପାଠୀ, ଉପ ସଭାପତି କ୍ଷିରୋଦ୍ର ସାହୁ, ଖଗେଶ୍ବର ସାହୁ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ, ରାତ୍ର ପ୍ରଧାନ, ହେମାଞ୍ଚଲ ସାହୁ, ଜୟନ୍ତ ପ୍ରଧାନ , ମାନସ ମେହେର, ସରୋଜ ସାହୁ, ମାନି ଭୋଇ, ମାଧବ ସାହୁ ଓ ଅନ୍ୟ ସଦସ୍ୟ ସଦସ୍ୟା, କଳା ପ୍ରତିଭା ଖୋଜ କୁଟୁମ୍ ର ସଦସ୍ୟ ଓ ତାଲମେଣ୍ଡା ଗ୍ରାମବାସୀ ସୁପରିଚାଳନା କରିଥିଲେ। ପରିଶେସ ରେ ରକ୍ତ ଦାନ ଶିବିର ଆୟୋଜନ ପାଇଁ ଆୟୋଜକ ବନ୍ଧୁ ମାନଙ୍କୁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସମସ୍ତ ରକ୍ତ ଦାତା, ସହଯୋଗୀ ଶୁଭେଛୁ ସମସ୍ତ ଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ।
ରକ୍ତର ଗ୍ରହୀତା ରକ୍ତଦାତା ଦୁହେଁ ଏ ଭୁବନେ ଭାଗ୍ୟବନ୍ତ
ରକ୍ତ ବିନା କେହି ନ ମରୁ ଜଗତେ କରିବା ଆମେ ଶପଥ।

