ପୁରାଣ ପ୍ରସିଦ୍ଧ, ଓଡ଼ିଶାର ହିମାଳୟ ମହେନ୍ଦ୍ରଗିରିର ବିକାଶ ଓ ଉନ୍ନତି ପାଇଁ ରାଜସ୍ବ ଏବଂ ପରିବହନ ଦୁଇ ମନ୍ତ୍ରୀଙ୍କ ଅନୁଧ୍ୟାନ ଓ ସମୀକ୍ଷା ।ପୁରାଣ ପ୍ରସିଦ୍ଧ, ଓଡ଼ିଶାର ହିମାଳୟ ମହେନ୍ଦ୍ରଗିରିର ବିକାଶ ଓ ଉନ୍ନତି ପାଇଁ ରାଜସ୍ବ ଏବଂ ପରିବହନ ଦୁଇ ମନ୍ତ୍ରୀଙ୍କ ଅନୁଧ୍ୟାନ ଓ ସମୀକ୍ଷା ।

ପୁରାଣ ପ୍ରସିଦ୍ଧ, ଓଡ଼ିଶାର ହିମାଳୟ ମହେନ୍ଦ୍ରଗିରିର ବିକାଶ ଓ ଉନ୍ନତି ପାଇଁ ରାଜସ୍ବ ଏବଂ ପରିବହନ ଦୁଇ ମନ୍ତ୍ରୀଙ୍କ ଅନୁଧ୍ୟାନ ଓ ସମୀକ୍ଷା ।

ଗଜପତି ୧୭/୯:(ମନୋଜ ପାଢୀ) ଗଜପତି ଜିଲ୍ଲାରେ ଅବସ୍ଥିତ ପୁରାଣ ପ୍ରସିଦ୍ଧ ଓ ଓଡିଶାର ହିମାଳୟ ମହେନ୍ଦ୍ରଗିରିର ବିଭିନ୍ନ ଉନ୍ନତି ଓ ବିକାଶ ପାଇଁ ରାଜସ୍ୱ ଏବଂ ପରିବହନ ବିଭାଗର 2 ଜଣ ମନ୍ତ୍ରୀ ମହେନ୍ଦ୍ରଗିରି ଗସ୍ତ କରି ସମସ୍ତ ଅନୁଧ୍ୟାନ ଓ ସମୀକ୍ଷା ପରେ ସୂଚନା ପ୍ରଦାନ କରିଛନ୍ତି. ଏହି ଜିଲ୍ଲାର ରାୟଗଡ଼ ବ୍ଲକର ମହେନ୍ଦ୍ରଗିରିକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଓ ପରିବହନଏବଂ ଖଣିଓ ଇସ୍ପାତ ମନ୍ତ୍ରୀ ବିଭୂତି ଜେନା ସୋମବାର ସନ୍ଧ୍ୟାରେ ଗସ୍ତ କରି ସେଠାରେ ଥିବା ଇକୋ ରିସର୍ଟ ରେ ରାତ୍ରି ଯାପନ କରି ସେଠାରେ ଚାଲୁଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରି ଉକ୍ତ ସ୍ଥାନକୁ ଦେବାସ୍ଥଳୀ କିସମ ଭାବେ ରାଜସ୍ବ ରେକଡ଼ ରେ ପରିଗଣିତ କରାଯିବ ବୋଲି ପ୍ରକାଶ କରି ଭବିଷ୍ୟତର କାର୍ଯ୍ୟ ବିଷୟକୁ ନେଇ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ lଏଥିସହ ଗଜପତି ଜିଲ୍ଲାରେ ରାଜସ୍ବ ବିଭାଗୀୟ କାର୍ଯ୍ୟର ସମୀକ୍ଷା କରିଥିଲେ। ଜିଲ୍ଲାର ରାଜସ୍ବ ଅଧିକାରୀଙ୍କୁ ଡାକି ବିଭିନ୍ନ ସରକାରୀ ଶିକ୍ଷାର ଭିତିଭୂମି, ସରକାରୀ କାର୍ଯ୍ୟାଳୟ ଓ ଅନୁଷ୍ଠାନ ମାନଙ୍କ ପଟ୍ଟା ହୋଇପାରିଛି କି ନାହିଁ, ପ୍ରତ୍ୟେକ ଭୂମିହୀନ, ଆବାସ ଯୋଜନା ହିତାଧିକାରୀଙ୍କୁ ପଟ୍ଟା ପ୍ରଦାନ ହୋଇଛିକି ନାହିଁ, ଜଙ୍ଗଲ ଜମି ହିତାଧିକାରୀମାନେ ପଟ୍ଟା ପାଇଛନ୍ତି କି ନାହିଁ ଆଦି ବିଷୟରେ ସମୀକ୍ଷା କରିଥିଲେ। ତାଙ୍କ ଗ୍ରସ୍ତ ସମୟରେ ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା ଙ୍କ ସମେତ ଜିଲ୍ଲା ଅଧିକାରୀ, ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକ, ଉପାଧ୍ଯକ୍ଷ ଜ୍ଯୋତି ପ୍ରସାଦ ପାଣି, ମହେନ୍ଦ୍ରଗିରି ଉନ୍ନୟନ ପରିଷଦର ସମ୍ପାଦକ କାମଦେବ ବଡ଼ନାୟକ, ବରିଷ୍ଠ ନେତା ଅନ୍ତର୍ଯ୍ୟାମୀ ଗମାଙ୍ଗ, ସିଦ୍ଧେଶ୍ଵର ମିଶ୍ର, ସି ଏଚ୍ ସିମାଦ୍ରୀ, କାହ୍ନୁ ଚରଣ ଭୂୟାଁ, ଶ୍ରୀନିବାସ ରାଓ, ମାନସ ରଞ୍ଜନ ପଟ୍ଟନାୟକ , ସନିଆ ଧାଙ୍ଗଡ଼ା ଭୂୟାଁ ଙ୍କ ସମେତ ଅଞ୍ଚଳବାସୀ, ଶତାଧିକ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ।

By admin

Leave a Reply

Your email address will not be published. Required fields are marked *