ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଓଡିଶାର ଐତିହାସିକ ସଫଳତା – ୧ କୋଟି ୪୯ ଲକ୍ଷରୁ ଅଧିକ ବୃକ୍ଷରୋପଣ
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିନ ଉପଲକ୍ଷେ ଓଡିଶା ରାଜ୍ୟ ୭୫ ଲକ୍ଷ ବୃକ୍ଷରୋପଣ ପାଇଁ ବିଶେଷ ଅଭିଯାନ ଆରମ୍ଭ କରିଥିଲା।
ଆଜି ପୂର୍ବାହ୍ନରେ ଏକାମ୍ର କଲେଜ ପରିସରରୁ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ।
ଦିନ 1.30ରେ ୭୫ ଲକ୍ଷ ବୃକ୍ଷରୋପଣ ସୀମାକୁ ଛୁଇଁଥିଲା ଓଡିଶା।
ବିକାଳ 2ଟାରେ ଏହା 1 କୋଟିକୁ ପାର କଲା, ଆଜି ସନ୍ଧ୍ୟା 5ଟା ପର୍ଯ୍ୟନ୍ତ 1 କୋଟି 49 ଲକ୍ଷରୁ ଅଧିକ ଚାରାରୋପଣ ସମ୍ପନ୍ନ ହୋଇଥିବାରୁ ଓଡିଶା ‘ଗିନିଜ ବୁକ୍’ରେ ନୂଆ ରେକର୍ଡ ସୃଷ୍ଟି କରିଛି।
ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇ ଏହି ଅଭିଯାନ 30 ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବାରୁ ଆହୁରି ବୃକ୍ଷରୋପଣରେ ଯୋଗଦାନ କରିବାକୁ ଅପିଲ କରିଛନ୍ତି।

