ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମଦିନ ଅବସରରେ ମା ଙ୍କ ନାମରେ ଗୋଟିଏ ଗଛ ଓ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
ଗଜପତ-(ମନୋଜ ପାଢ) ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସଦରମହକୁମା ଠାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସେପ୍ଟେମ୍ବର ୧୭ ତାରିଖ ଜନ୍ମଦିନଅବସରରେ ମା ଙ୍କ ନାମରେ ଗୋଟିଏ ଗଛ ଓ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ରାୟଗଡ଼ ବିଜେପି ମଣ୍ଡଳ ସଭାପତି ସୁଶାନ୍ତ କୁମାର ପ୍ରଧାନିଙ୍କ ନେତୃତ୍ଵରେ ମା ଙ୍କ ନାମରେ ଗୋଟିଏ ଗଛ ଓ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ରାୟଗଡ ଶିବମନ୍ଦିର, ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର , ବ୍ଲକ କାର୍ଯ୍ୟଳୟ ଠାରେ ସ୍ୱଚ୍ଛ ଭାରତ ଅଭିଯାନରେ ଅଳିଆ ଆବର୍ଜ୍ଜନା ସଫା ସୁତରା କରିବା ସହ ମାଆଙ୍କ ନାମରେ ଗଛଟିଏ କାର୍ଯକ୍ରମରେ ସାମିଲ ହୋଇ ବିଡ଼ିଓ ସନ୍ତୋଷ କୁମାର ବାରିକ, ଡାକ୍ତର ସବିର ବଳ, ବିଇ ବାଙ୍କୀ ପ୍ରଧାନ ପ୍ରମୁଖ ଯୋଗ ଦେଇ ଗଛ ଲଗାଇଥିଲେ । ଏହି କାର୍ଯ୍ୟକ୍ରମରେ ରାୟଗଡ଼ ବ୍ଲକ ସାଂସଦ ପ୍ରତିନିଧି ପ୍ରଦୀପ କୁମାର ବିଶୋଇ, ପୁର୍ବତନ ମଣ୍ଡଳ ସଭାପତି ଜଗନ୍ନାଥ ଖାଡାଙ୍ଗାଲୁ , ରାୟଗଡ଼ ମଣ୍ଡଳର ଉପ ସଭାପତି ରବୀନ୍ଦ୍ର ରାଇପାତ୍ର, ଯୁବ ମୋର୍ଚ୍ଚା ସଭାପତି ସୁମନ ପ୍ରଧାନି ରାୟଗଡ଼ର ପୂର୍ବତନ ସରପଞ୍ଚ ଦିପ୍ତିପ୍ରଭା ଲାଲ ଶବର , ଶ୍ରୀନିବାସ ପାଇକ, ଆପିଲ ନାଇଡୁ, ମହେଶ ପାଇକ ଓ ରାୟଗଡ ବିଜେପି ମଣ୍ଡଳର ବହୁ ଦଳୀୟ କର୍ମୀ ମାନେ ଯୋଗଦେଇ ରାୟଗଡ ମେଡିକାଲ ରେ ରୋଗୀ ମାନଙ୍କୁ ବିସ୍କୁଟ , ରୁଟି ସହ ORS ପ୍ରଦାନ କରିଥିଲେ।

