ସୁନାବେଡା: ପଶ୍ଚିମ ଓଡିଶା ସାହିତ୍ୟ-ସଂସ୍କୃତିକ ସମିତି (West Odisha Cultural Parishad)ଙ୍କ Silver Jubilee Nuakhai Get-Together Festivalରେ ସୁନାବେଡା ମ୍ୟୁନିସିପାଲିଟିର ସମାଜସେବୀ ରବିନ୍ଦ୍ର ପ୍ରଧାନଙ୍କୁ “ବୀର ସୁରେନ୍ଦ୍ର ସାଇ” ସ୍ରେଷ୍ଠ ସମାଜସେବୀ ପୁରସ୍କାର ପ୍ରଦାନ କରାଗଲା।
HAL ଭଞ୍ଜମଣ୍ଡପ, ସୁନାବେଡାରେ Silver Jubilee Nuakhai Vet Ghat Festivalରେ ଆୟୋଜିତ ଅନୁଷ୍ଠାନରେ West Odisha Cultural Parishadଙ୍କ ପକ୍ଷରୁ ରବିନ୍ଦ୍ର ପ୍ରଧାନଙ୍କୁ ସମାଜସେବାରେ ଅବଦାନ ପାଇଁ ସମ୍ମାନିତ କରାଗଲା। ସେ ସୁନାବେଡାର ଗରିବ, ଦୁଃସ୍ଥ, ନିରାଶ୍ରୟ ଓ ସାହାୟ୍ୟହୀନ ଲୋକଙ୍କ ପାଇଁ ଲମ୍ବା ସମୟ ଧରି ସେବା କରୁଥିବାରୁ ଏହି ସମ୍ମାନ ପାଇଛନ୍ତି।
ସମ୍ମାନ ପାଇବା ପରେ ରବିନ୍ଦ୍ର ପ୍ରଧାନ କହିଥିଲେ, “ଏହି ସମ୍ମାନ ମୋତେ ଆଗାମୀ ଦିନରେ ଅଧିକ ସମାଜସେବା କରିବାକୁ ପ୍ରେରିତ କରିବ।”

