ସଂକୁଳ ସ୍ତରୀୟ ପ୍ରଧାନ ଆଚାର୍ଯ୍ୟ,ଶିଶୁ ବାଟିକା ପ୍ରମୁଖ ବୈଠକ ଓ ସ୍ବଦେଶୀ ବୈଠକ ଅନୁଷ୍ଠିତ ହୋଇଯାଇଛି।ସଂକୁଳ ସ୍ତରୀୟ ପ୍ରଧାନ ଆଚାର୍ଯ୍ୟ,ଶିଶୁ ବାଟିକା ପ୍ରମୁଖ ବୈଠକ ଓ ସ୍ବଦେଶୀ ବୈଠକ ଅନୁଷ୍ଠିତ ହୋଇଯାଇଛି।

ସଂକୁଳ ସ୍ତରୀୟ ପ୍ରଧାନ ଆଚାର୍ଯ୍ୟ,ଶିଶୁ ବାଟିକା ପ୍ରମୁଖ ବୈଠକ ଓ ସ୍ବଦେଶୀ ବୈଠକ ଅନୁଷ୍ଠିତ ହୋଇଯାଇଛି।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ଜିଲ୍ଲା ଭେଡେନ ବ୍ଳକ ରେମଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଭେଡେନ ସଂକୁଳ ସ୍ତରୀୟ ସମସ୍ତ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ,ଶିଶୁ ବାଟିକା ପ୍ରମୁଖ ଓ ସ୍ବଦେଶୀ ପ୍ରମୁଖ ମାନଙ୍କୁ ନେଇ ସଂକୁଳ ସଂଯୋଜକ ଅଶ୍ବିନୀ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ବୈଠକ ଗୁଡିକ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶିବାନନ୍ଦ ଦାଶ ଅତିଥି ଅଧିକାରୀଙ୍କର ପରିଚୟ ପ୍ରଦାନ କରିଥିଲେ।ଗତ ପୂର୍ବ ବୈଠକର ବିବରଣୀ ପଠନ ଓ ଆଗାମୀ ମାସର ଯୋଜନା ବିଷୟରେ ଆଲୋଚନା କରାଯାଇଥିଲା।ଶିଶୁ ବାଟିକା ପ୍ରମୁଖ ଶ୍ରମତୀ ପଦ୍ମିନୀ ଭୁଏ ଦୈନିକ ଶ୍ରେଣୀ କାର୍ଯ୍ୟ ଯୋଜନା କାଳାଂଶ ନେଇଥିଲେ।ମୁକ୍ତା ରଥ( ଜିଲ୍ଲା ଶିଶୁ ବାଟିକା ପ୍ରମୁଖପ୍ରମୁଖ)ଚର୍ଚ୍ଚା କାଳାଂଶ ନେଇଥିଲେ। କୃଷ୍ଣ ଚନ୍ଦ୍ର କର୍ମୀଙ୍କ ଦ୍ବାରା ସ୍ବଦେଶୀ ବୈଠକ କାଳାଂଶଟି ହୋଇଥିଲାଓ ଶ୍ରୀବତ୍ସ ସାହୁ ସହଯୋଗ କରିଥିଲେ।ପ୍ରଧାନ ଆଚାର୍ଯ୍ୟ ଭୋଜରାଜ ଦୁଆନ, ଅଶୋକ କୁମାର ଧର, ନରେନ୍ଦ୍ର ରଣା, ଶଙ୍କର୍ଷଣ ମିଶ୍ର, କ୍ଷୀରେନ୍ଦ୍ର ରଣା କାର୍ଯ୍ୟକ୍ରମକୁ ସାହାଯ୍ୟ କରିଥିଲେ। ପରିଶେଷରେ ମକୁନ୍ଦ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।ରେମଣ୍ଡା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ବିଦ୍ୟାଳୟର ସମସ୍ତ ଗୁରୁମା ଗୁରୁଜୀ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହେବାରେ ସହଯୋଗ କରିଥିଲେ ।

By admin

Leave a Reply

Your email address will not be published. Required fields are marked *