ସାଇବର ଠକେଇର ଶିକାର ହେଲେ ଜନୈକ ମହିଳା
ରାୟଗଡ଼ା-ଜଣେ ମହିଳାଙ୍କ ଠାରୁ ସାଇବର ଠକେଇ ହୋଇଥିବା ବେଳେ ନିଜ ଆଇସିଆଇସିଆଇ ବ୍ୟାଙ୍କ ଆକାଉଣ୍ଟରୁ 1ଲକ୍ଷ 92 ହଜାର ଟଙ୍କା ଉଠାଣ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ମହିଳା ଜଣକ ରାୟଗଡା ଏସପିଙ୍କ ନିକଟରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି । ରାୟଗଡା ଜିଲ୍ଲା ଟିକିରି ଥାନା ଅନ୍ତର୍ଗତ ଉପର କୋଡିଗାଁ ଗ୍ରାମର ରାଜୁ ସାହୁଙ୍କ ସ୍ତ୍ରୀ ସୁନେମୀ ସାହୁଙ୍କ ମୋବାଇଲ୍ ନମ୍ବରକୁ ଗତ 2 ତାରିଖ ଦିନ ଏକ ମେସେଜ୍ ଆସିଥିଲା । ମେସେଜ୍ ରେ ଏପିକେ ନାମକ ଆପ୍ ଡାଉନ୍ ଲୋଡ୍ କରିବା ପାଇଁ କୁହାଯାଇଥିଲା । ତେବେ ପରବର୍ତ୍ତି ସମୟରେ ସୁନେମୀ ଉକ୍ତ ଆପ୍ କୁ ଡାଉନ୍ ଲୋଡ୍ କରିବାରୁ ବିନା ଓଟିପିରେ ତାଙ୍କ 7ଟି କିସ୍ତିରେ ପର୍ଯ୍ୟାୟକ୍ରମେ 1 ଲକ୍ଷ 92 ହଜାର ଟଙ୍କା ବ୍ୟାଙ୍କ ଖାତାରୁ ଉଠାଣ ହୋଇଯାଇଥିଲା । ତେବେ ଏନେଇ ସୁନେମୀ ସ୍ଥାନୀୟ ବ୍ୟାଙ୍କ ଶାଖା ପରିଚାଳଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ କୋରାପୁଟ୍ ସାଇବର୍ ଥାନାର ଦ୍ବାରସ୍ଥ ହୋଇଥିଲେ । ପରେ ଆଜି ସେ ରାୟଗଡା ଏସପିଙ୍କ ନିକଟକୁ ଯାଇ ସାଇବର ସେଲ୍ ରେ ଏକ ଅଭିଯୋଗ ପତ୍ର ପ୍ରଦାନ କରିବା ସହ ସାଇବର୍ ଥାନାରେ ଏକ ଅଭିଯୋଗ ଦାଖଲ କରିଛନ୍ତି । ତେବେ ଏହି ଘଟଣାକୁ ପୁଲିସ ଗୁରୁ୍ତର ଭାବେ ବିଚାର କରିବା ସହ ସମସ୍ତ ଟଙ୍କା ଫେରସ୍ତ କରିବା ପାଇଁ ଉଦ୍ୟମ କରିବାକୁ ସୁନେମୀଙ୍କ ସ୍ବାମୀ ରାଜୁ ସାହୁ ନିବେଦନ କରିଛନ୍ତି ।ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ

