ନିଷ୍ଠା_ପରିବାର_ତରଫରୁ_ଅଜଣା_ଶବ_ସତ୍କାର କରାଯାଇଛି।
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ତା-୧୧-୯-୨୦୨୫ରିଖ (ଗୁରୁ ବାର)ଗତ ତା-୦୭-୯-୨୦୨୫ରିଖ ରବିବାର ଦିନ ବରଗଡ ଜିରା ନଦୀ ପାଖ ରେ ଏକ ଗଛ ରୁ ଝୁଲନ୍ତା ଅବସ୍ଥାରେ ଜଣେ ୪୦ ରୁ ୪୫ ବର୍ଷୀୟ ବ୍ୟକ୍ତି ଙ୍କ ଶବ ଉଦ୍ଧାର କରିଥିଲା ଟାଉନ ଥାନା ପୋଲିସ। ଏ ନେଇ ଏକ କେଶ ରୁଜୁ କରି ଘଟଣା ର ତନାଘନା କରିଥିଲା ପୋଲିସ ଓ ତାଙ୍କୁ ଶବ ସଂରକ୍ଷଣ ଗୃହ ରେ ରଖାଯାଇଥିଲା। ବହୁ ଚେଷ୍ଟା ପରେ ମଧ୍ୟ ତାଙ୍କ ର କୌଣସି ପରିଚୟ ମିଳିପାରି ନ ଥିଲା। ଏ ନେଇ ନିଷ୍ଠା ପରିବାର କୁ ଶବ ସତ୍କାର ପାଇଁ ଏକ ଲିଖିତ ଅନୁମତି ଦେଇ ଥିଲେ ବରଗଡ଼ ଟାଉନ ଥାନା ପୋଲିସ।ବରଗଡ଼ ଡେପୁଟି କଲେକ୍ଟର ଇପସୀତା ମିଶ୍ର ଓ ଏସ.ଆଇ ରାଜେଶ ରଜନିଶ ଙ୍କ ଉପସ୍ଥିତି ରେ ନିଷ୍ଠା ପରିବାର ତରଫ ରୁ ସସମ୍ମାନେ ତାଙ୍କ ର ଶବ ସତ୍କାର କରାଯାଇଥିଲା।ଏହି ମହତ କାର୍ଯ୍ୟ ରେ ନିଷ୍ଠା ପରିବାର ମାନସ ମେହେର, ଶୁଭ୍ରାଂଶୁ ସରାଫ, ଅମିତ ଭୋଇ ଉପସ୍ଥିତ ରହି ଶବ ସତ୍କାର କରିଥିଲେ।#ଦୀର୍ଘ_୧୫ବର୍ଷ_ଧରି_ଅସହାୟଙ୍କ_ସେବାରେ_ଉତ୍ସର୍ଗୀକୃତ_ନିଷ୍ଠା_ପରିବାର

