CP Radhakrishnan elected as India’s new Vice President after winning by 152 votesସି.ପି. ରାଧାକୃଷ୍ଣନ ୧୫୨ ଭୋଟ ବ୍ୟବଧାନରେ ଭାରତର ନୂଆ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ

ଭାରତର ନୂଆ ଉପରାଷ୍ଟ୍ରପତି: ସି.ପି. ରାଧାକୃଷ୍ଣନ

ନୂଆଦିଲ୍ଲୀ:ଭାରତର ନୂଆ ଉପରାଷ୍ଟ୍ରପତି ଭାବରେ ଜାତୀୟ ଗଣତନ୍ତ୍ରିକ ମେଣ୍ଟ (NDA) ପ୍ରାର୍ଥୀ ସି.ପି. ରାଧାକୃଷ୍ଣନ ନିର୍ବାଚିତ ହୋଇଛନ୍ତି।ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଖାଲି ହୋଇଥିବା ଉପରାଷ୍ଟ୍ରପତି ପଦ ପାଇଁ ଆଜି ହୋଇଥିବା ନିର୍ବାଚନରେ ସେ ୪୫୨ଟି ପ୍ରଥମ ପସନ୍ଦ ଭୋଟ ପାଇଥିଲେ। ବିପକ୍ଷ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ ଜଷ୍ଟିସ ସୁଦର୍ଶନ ରେଡ୍ଡୀ ୩୦୦ଟି ଭୋଟ ପାଇଥିଲେ।ରାଜ୍ୟସଭାରେ ମହାସଚିବ ପି.ସି. ମୋଦୀ ଫଳାଫଳ ଘୋଷଣା କରିଥିଲେ। ସେଙ୍କାହିଁ, ୭୮୮ ଜଣ ଭୋଟ ଦେବାକୁ ଅଧିକୃତ ଥିଲେ, ଯେଉଁଥିରୁ ୭୮୧ ଜଣ ଭୋଟ୍ କରିଥିଲେ। ୭୬୭ଟି ଭୋଟ ପଡ଼ିଥିଲା, ୭୫୨ଟି ବୈଧ, ଯାହାରୁ ସି.ପି. ରାଧାକୃଷ୍ଣନ ୧୫୨ ଭୋଟର ବ୍ୟବଧାନରେ ଜିତିଛନ୍ତି।କିଏ ସି.ପି. ରାଧାକୃଷ୍ଣନ?ତାମିଲନାଡୁରେ ଜନ୍ମଗ୍ରହଣ କରିଥିବା ରାଧାକୃଷ୍ଣନ 2023 ରେ ମହାରାଷ୍ଟ୍ରର ରାଜ୍ୟପାଳଭାବେ ଶପଥ ନେଇଥିଲେ। ତା’ପୂର୍ବରୁ ସେ ଝାଡ଼ଖଣ୍ଡର ରାଜ୍ୟପାଳ ଥିଲେ। 2004-2007 ସମୟରେ ସେ ତାମିଲନାଡୁ BJP ସଭାପତି ଭାବେ କାର୍ଯ୍ୟରତ ଥିଲେ।

By admin

Leave a Reply

Your email address will not be published. Required fields are marked *