L ଜିଲ୍ଲାରେ ଭାସ୍କର ରାଓ ଓ ହିମିରିକାଙ୍କ ଇସ୍ତଫା ଦଳର ସଂଗଠନ ଉପରେ କୌଣସି ପ୍ରଭାବ ପଡିବ ନାହିଁ ସୁଧୀର ଦାସ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି ସୁଦୃଢ଼ ରହିଛିଭାସ୍କର ରାଓଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ
ରାୟଗଡା : : ଶ୍ରୀ ଏନ୍. ଭାସ୍କର ରାଓ, ଶ୍ରୀ ଲାଲ ବିହାରୀ ହିମିରିକା ଓ ରାୟଗଡା ଜିଲ୍ଲାର ବିଜୁ ଜନତା ଦଳର କିଛି କର୍ମକର୍ତ୍ତା ଗତ କାଲି ଦଳରୁ ଇସ୍ତଫା ଦେଇଥିବା ବେଳେ, ଏହା ଦଳର ସଂଗଠନ ଉପରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ବିଜୁ ଜନତା ଦଳ ରାୟଗଡା ଜ଼ିଲ୍ଲା ସଭାପତି ଜଗନ୍ନାଥ ସାରକା ଓ ପୂର୍ବତନ ଜ଼ିଲ୍ଲା ସଭାପତି ସୁଧୀର ଦାସ ଏକ ସାମ୍ବାଦିକ ସମ୍ମିଳନୀ ରେ କହିଛନ୍ତି I ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳର ସଂଗଠନ ରାଜ୍ୟରେ ସୁଦୃଢ଼ ରହିଛି ଓ ଆଗାମୀ ଦିନରେ ଆହୁରି ସଶକ୍ତ ହେବ ବୋଲି ରାୟଗଡା ଜ଼ିଲ୍ଲା ବିଜେଡି ପ୍ରେମୀ ମାନେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ରେ ମତ ରଖିଛନ୍ତି lଆଜି 10.09.2025 (ବୁଧବାର) ସକାଳ 10:00 ଟା ସମୟରେ ରାୟଗଡ଼ ସଦରମହକୁମା ସ୍ଥିତ କୈଳାଶ ହୋଟେଲର ବୈଠକ କକ୍ଷ ଠାରେ ରାୟଗଡ଼ ଜିଲ୍ଲା ବିଜୁ ଜନତା ଦଳର ସଭାପତି ଶ୍ରୀ ଜଗନ୍ନାଥ ସାରକାଙ୍କ ନେତୃତ୍ୱରେ ଗୋଟିଏ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଏହି ସାମ୍ବାଦିକ ସମ୍ମିଳନୀରେ, ରାୟଗଡା ବିଜେଡି ଦଳର ସଭାପତି ଜଗନ୍ନାଥ ସାରକା କହିଛନ୍ତି ଯେ ରାଜ୍ୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାୟଗଡା ଜ଼ିଲ୍ଲା ର ସଭାପତି ଭାବେ ମୋ ନାମ କୁ ଘୋଷଣା କରିଥିଲେ ଏଥିରେ ଆସନ୍ତୁଷ୍ଟ ହୋଇ ରାୟଗଡା ଜିଲ୍ଲାରେ ଶ୍ରୀ ଏନ୍. ଭାସ୍କର ରାଓ, ଶ୍ରୀ ଲାଲ ବିହାରୀ ହିମିରିକା ଓ ଦଳର ଅନ୍ୟ କିଛି କର୍ମକର୍ତ୍ତା ଦଳରୁ ଇସ୍ତଫା ଦେଇଛନ୍ତିଏହା ହାସ୍ୟାସ୍ପଦ କିନ୍ତୁ, ଦଳରୁ ଏହି ନେତା ମାନଙ୍କର ଇସ୍ତଫା ଦଳର ସଂଗଠନ ଉପରେ କୌଣସି ପ୍ରଭାବ ପଡିବ ନାହିଁ | ଦଳରେ ନିଷ୍ପତ୍ତି କିଏ ନେଉଛନ୍ତି ବୋଲି ଶ୍ରୀ ରାଓ ଦେଇଥିବା ମନ୍ତବ୍ୟ ଦୁର୍ଭାଗ୍ୟଜନକ। ଯଦି ଶ୍ରୀ ରାଓ ଦଳରେ କିଏ ନିଷ୍ପତ୍ତି ନେଉଛନ୍ତି ବୋଲି ଜାଣିପାରୁ ନାହାନ୍ତି, ତାହେଲେ ବିଭିନ୍ନ ପଦପଦବୀରେ ରହି ଲମ୍ବା ସମୟ ଦଳରେ କାର୍ଯ୍ୟ କରିଥିବା ଶ୍ରୀ ରାଓ ଦଳ ପାଇଁ କିଭଳି କାର୍ଯ୍ୟ କରୁଥିଲେ ବୋଲି ସୁଧୀର ଦାସ ପ୍ରଶ୍ନ କରିଛନ୍ତି । ଦଳ ତରଫରୁ ଶ୍ରୀ ରାଓଙ୍କୁ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିବାକୁ ସୁଯୋଗ ଦେବା ସହିତ ତାଙ୍କୁ ରାଜ୍ୟସଭା ସାଂସଦ କରାଯାଇଥିଲା। ଦଳ ତାଙ୍କୁ ଯଥେଷ୍ଟ ଗୁରୁତ୍ୱ ପ୍ରଦାନ କରିଥିବା ସତ୍ତ୍ୱେ ସେ ଦଳ ଛାଡିବା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି । ବିଜେଡି ଶାସନ ଦାୟିତ୍ୱରେଥିବା ସମୟରେ ସେ ଦଳର ବିଭିନ୍ନ ଦାୟିତ୍ୱରେ ଥିଲେ, ଆଜି ବିରୋଧୀ ଦଳ ଭାବେ ବିଜେଡି ଦାୟିତ୍ଵ ସମ୍ପାଦନ କରୁଥିବା ବେଳେ ଦଳ ଛାଡ଼ିଛନ୍ତି । ଶ୍ରୀଦାସ କହିଛନ୍ତି ଯେ ଗତ 1990 ମସିହା ରେ ବିଜୁ ବାବୁଙ୍କ ନେତୃତ୍ୱ ରେ ଓଡିଶା ରେ ବିଧାନସଭା କୁ ୧୨୩ ବିଧାୟକ ଯାଇଥିଲେ ସେଥିରୁ ଗୁଣୁପୁର ରୁ ରମୂର୍ତ୍ତି ଗମାଙ୍ଗ ଓ ବିଷମକଟକ ରୁ ସାରଙ୍ଗାଧର କାଡ୍ରକା ନିର୍ବାଚିତ ହୋଇଥିବା ବେଳେ ରାୟଗଡା ରେ କାହିଁକି ଜନତା ଦଳ ପ୍ରାର୍ଥୀ ପରାଜୟ କରିଥିଲା l ଠିକ ସେହିପରି 2004 ରେ ଭାସ୍କର ରାଓ ଜ଼ିଲ୍ଲା ସଭାପତି ଥିଲେ ସେହି ସମୟରେ ଜ଼ିଲ୍ଲା ର ତିନି ଗୋଟି ଆସନ ରେ ବିଜେଡି ପରାଜୟ କରିଲା l ଠିକ ସେହିପରି 2019 ରେ ଭାସ୍କର ରାଓ ରାଜ୍ୟ ସଭା ସାଂସଦ ଥିଲେ ତାଙ୍କରି ନିର୍ବାଚନ ମଣ୍ଡଳୀ ରାୟଗଡା ରୁ ଏକ ସ୍ୱାଧୀନ ପ୍ରାର୍ଥୀ ବିଜୟ ହୋଇଥିଲେ କଣ ଏହାର ଜାବବ ଭାସ୍କର ରାଓ ଜନସାଧାରଣ କୁ ଦେଇ ପାରିବେ କି ବୋଲି କହିଥିଲେ l ବ୍ୟକ୍ତି ପାଇଁ ଦଳ ପରିଚିତ ନା ଦଳ ପାଇଁ ବ୍ୟକ୍ତି ପରିଚିତ l ବିଜେଡି ଦଳ କଣ ଦେଇନାହିଁ ଭାସ୍କର ରାଓ ଙ୍କୁ ଓଡିଶା ର କୌଣସି ନେତା ଭାସ୍କର ରାଓ ଙ୍କ ପରି ସୁବିଧା ପାଇନାହାନ୍ତି l ଦଳ ଆଜି ଯେତେବେଳେ ବିରୋଧୀ ଦଳ ଭୂମିକା ରେ ରହିଛି ସେ ସମୟରେ ଦଳ ଛାଡିବା କଣ ଉଚିତ କି ବୋଲି ପ୍ରଶ୍ନ କରିଥିଲେ l ବିଜୁ ବାବୁ ଙ୍କ ପାଇଁ ଯଦି ଏତେ ସମ୍ମାନ ରହିଛି ବିଜୁ ବାବୁ ଙ୍କ ପୁତ୍ର ରାୟଗଡା ଜ଼ିଲ୍ଲା ସଭାପତି ପାଇଁ ଜଗନ୍ନାଥ ଙ୍କ ନାମ ଘୋଷଣା କରିଲେ ଏହି ସମୟରେ ଭାସ୍କର ଦଳ ଛାଡି ଚାଲିଯିବା ଓ ବିଜୁ ସ୍ୱାଭିମାନ ମଞ୍ଚ ଗଠନ କରିବା କଣ ବିଜୁ ବାବୁ ଙ୍କ ଏକ ସମ୍ମାନ କି ବୋଲି କହିଥିଲେ l ଭାସ୍କର ରାଓ ଙ୍କ ନିଜ ର ସତ ସାହସ ଅଛିତ ବିଜୁ ସ୍ୱାଭିମାନ ମଞ୍ଚ ବଦଳ ରେ ଭାସ୍କର ସ୍ୱାଭିମାନ ମଞ୍ଚ କରନ୍ତୁ ବୋଲି କହିଛନ୍ତି l ଆଗାମୀ ଦିନ ରେ ବିଜେଡି ଏକ ମଜବୁତ ଦଳ ହୋଇ ରାୟଗଡା ଜ଼ିଲ୍ଲା ରେ ଠିଆ ହେବ ଏଥିରେ କିଏ ଗଲେ କିଛି ଫରକ ପଡିବ ନାହିଁ l କୁମ୍ଭୀର କାନ୍ଦଣା କାନ୍ଦି ଦଳ ରୁ ଇସ୍ତଫା ଦେଲେ ଏହା ଦଳ ର ନେତୃବୃନ୍ଦ ଭଲ ଭାବେ ତାଙ୍କରି ଚାଲ ବୁଝି ପାରିଲେଣି ଦଳ କୁ ଆଉ ବ୍ଲାକମେଲ କରିବା ଚଳିବ ନାହିଁ l ଦଳ ପ୍ରତି ଯଦି ଏତେ ମମତା ରହିଛି ବିନା ପଦ ପଦବୀ ରେ ଦଳ ପାଇଁ କାମ କରିବା କୁ ପଡିବ ଦଳ ରେ ପଦ ନ ମିଳିଲେ ଦଳ ଛାଡିବା କଣ ବରିଷ୍ଠ ନେତା ଙ୍କ କାମ କି ବୋଲି ପ୍ରଶ୍ନ କରିଛନ୍ତି l ଆଜିର ଏହି ସାମ୍ବାଦିକ ସମ୍ମିଳନୀ ରେ ରାୟଗଡା ପୌର ଉପଦକକ୍ଷା ଶୁଭ୍ରା ପଣ୍ଡା, ଅନୁସୟା ମାଝୀ, ଜ଼ିଲ୍ଲା ପରିଷଦ ଅଧକ୍ଷା ସରସ୍ବତୀ ମାଝୀ, ଜ଼ିଲ୍ଲା ପରିଷଦ ଉପା ଦକ୍ଷ ସନ୍ତୋଷ ସୁନା, ଧବଳେଶ୍ଵର ନାଇଡ଼ୁ, ଅଶ୍ୱିନୀ ଗମାଙ୍ଗ, ପି ଗୌରୀ ସଂକର, କୟାନ କିଂମ୍ବାକା ଚନ୍ଦ୍ରପୁର ବ୍ଲକ ଅଧକ୍ଷ, କୋଳନରା ବ୍ଲକ ଅଧକ୍ଷା ସଂଯୁକ୍ତା କୁଲେସିକା ଗୁଣୁପୁର ପୂର୍ବତନ ବିଧାୟକ ରଘୁନାଥ ଗୋମଂଗ ମଞ୍ଚସିନ ରହି ନୂତନ ଜ଼ିଲ୍ଲା ବିଜେଡି ସଭାପତି ଜଗନ୍ନାଥ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ l ଆମ ରାୟଗଡା ଜ଼ିଲ୍ଲା ଏକ ଆଦିବାସୀ ଜ଼ିଲ୍ଲା ଏହି ଜ଼ିଲ୍ଲା ର ଆଦିବାସୀ ୟୁବ ନେତା ଜଗନ୍ନାଥ ଙ୍କୁ ନବୀନ ପଟ୍ଟନାୟକ ଜ଼ିଲ୍ଲା ସଭାପତି ନିଯୁକ୍ତି କରିଥିବା ରୁ ନବୀନ ପଟ୍ଟନାୟକ ଙ୍କୁ ଧନ୍ୟବାଦ ଜଣାଇଛନ୍ତି l ରାୟଗଡା ବିଜେଡି ରୁ ଦୋମୁହାଁ ବ୍ୟକ୍ତି ଚାଲିଗଲେ ଏହା ଦଳ ପାଇଁ ହିତକର ଆଗାମୀ ଦିନ ରେ ଦଳ ବହୁତ ମଜବୁତ ହେବ ବୋଲି ମତ ରଖିଛନ୍ତି l ଆଜିର ଏହି ସମ୍ମିଳନୀ ରେ ପଦ୍ମପୁର ର ବ୍ଲକର ଶ୍ୟାମ ମହାନ୍ତି କ୍ଷୀରୋଦ ପଟ୍ଟନାୟକ,ବିଜୟ ଶବର,ଗୁଡାରି ରୁ ସନ୍ତୋଷ ମହାନ୍ତି,ଟୁନାଗୌଡ଼,ସୁଶୀଳଗୁରୁ,ରାମନାଗୁଡ଼ା ଗଗନ ଆଚାର୍ଯ୍ୟ,ଋଷି ପାତ୍ର,କୋମଳ ମୁଟିକା,ପଦ୍ମପୁର ରୁମଣ୍ଟୁ ଆଚାର୍ଯ୍ୟ, ହୂର୍ତ୍ତୁଲା ମାଝୀ,ଦେବେନ୍ଦ୍ର ପାଢ଼ୀ, ଲକ୍ଷ୍ମଣ ସାହୁ, ରାୟଗଡା ସହର ର ସତ୍ୟ ପାଢ଼ୀ,ବୁଲା ପାଢ଼ୀ,ଟିଟ ରଥ, କେସିଂପୁର ଭୀମସେନ ଙ୍କ ସମତେ ବହୁ କର୍ମୀ ଉପସ୍ଥିତ ଥିଲେ lମଂଚାସୀନ ନେତା କହିଥିଲେ, ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଦଳ ସୁଦୃଢ଼ ରହିଛି ଓ ଆଗାମୀ ଦିନରେ ଆହୁରି ସଶକ୍ତ ହେବ ବୋଲି l ଆଜିର ଏହି କାର୍ଯ୍ୟକ୍ରମ କୁ ଦେବାଶିଷ ଖାଡ଼ଙ୍ଗା ପରିଚାଳନା କରିଥିଲେ l

