ନିଷ୍ଠା ପରିବାର ତରଫରୁ ଆଶ୍ରା ରେ ଅଜଣା ବୃଦ୍ଧା ଙ୍କ ଥଇଥାନ……
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ଆଜି ତା-୦୮-୦୯-୨୦୨୫ରିଖ (ସୋମ ବାର)ଜଣେ ଅଜଣା ବୃଦ୍ଧା ବୟସ ୬୫ବର୍ଷ ରୁ ଉର୍ଦ୍ଧ୍ବ ହେବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ।ତାଙ୍କର କୌଣସି ପରିଚୟ ମିଳି ପାରିନାହିଁ।ସେ ତାଙ୍କ ପରିଚୟ କିମ୍ବା ଘର ର ଠିକଣା ସଠିକ୍ ଭାବରେ କହି ପାରୁନାହାଁନ୍ତି।ତାଙ୍କର ପ୍ରାଥମିକ ଚିକିତ୍ସା ପରେ ସୋହେଲା ବ୍ଲକ ଅନ୍ତର୍ଗତ ନଅଗାଁ ଦଶ ମାଇଲ ଛକ ରେ ଥିବା ଅଭିଜିତ ଫାଉଣ୍ଡେସନ ଦ୍ଵାରା ପରିଚାଳିତ ଆଶ୍ରା ଆଶ୍ରୟ ସ୍ଥଳୀରେ ନିଷ୍ଠା ପରିବାର ର ଆମ୍ବୁଲାନ୍ସ ସାହାଯ୍ୟ ରେ ନେଇ ତାଙ୍କୁ ଥଇଥାନ କରାଗଲା। ଆଶ୍ରା ର ସମସ୍ତ କର୍ମକର୍ତ୍ତା ଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ।

