ବିଜ୍ଞାନ ଶିକ୍ଷକ ମୁକ୍ତିକାନ୍ତ ମଲ୍ଲିକଙ୍କୁ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରବିଜ୍ଞାନ ଶିକ୍ଷକ ମୁକ୍ତିକାନ୍ତ ମଲ୍ଲିକଙ୍କୁ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ବିଜ୍ଞାନ ଶିକ୍ଷକ ମୁକ୍ତିକାନ୍ତ ମଲ୍ଲିକଙ୍କୁ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ଗଜପତି(ମନୋଜ ପାଢୀ)ରା. ଉଦୟଗିରି ବ୍ଲକ ତବାରସିଂ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ବିଜ୍ଞାନ ଶିକ୍ଷକ ମୁକ୍ତିକାନ୍ତ ମଲ୍ଲିକ୍ ୨୦୨୪-୨୫ ବର୍ଷ ପାଇଁ ଗଣିତ ବିଷୟରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଛନ୍ତି। ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗୁରୁଦିବସ ଅବସରରେ ଭୁବନେଶ୍ଵର ଲୋକସେବା ଭବନରେ ରାଜ୍ୟସ୍ତରୀୟ ଗୁରୁଦିବସ ଉତ୍ସବ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରସ୍କାର ପ୍ରଦାନ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ , ସଚିବ ଶାଲିନୀ ପଣ୍ଡିତ ଓ ଓସେପା ପ୍ରକଳ୍ପ ନିର୍ଦ୍ଦେଶିକା ଅନନ୍ୟା ଦାସ ପ୍ରମୁଖ ଉପସ୍ଥିତ ଥିଲେ। ତାଙ୍କର ଏହି ସଫଳତା ପାଇଁ ବିଦ୍ୟାଳୟର ପ୍ରଧାନଶିକ୍ଷକ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ବୃନ୍ଦ ଶୁଭେଛା ଜଣାଇଛନ୍ତି ଏବଂ ତାଙ୍କର ଏ ଶ୍ରେୟ ପାଇଁ ସେ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ମାୟାଧର ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସାମିନେମି ଗିରିଧର, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଏ. ରବିକୁମାର ଓ ଗୋଷ୍ଠି ଶିକ୍ଷାଧିକାରୀ ଶ୍ରୀ ବିରେନ୍ଦ୍ର କୁମାର ମଣ୍ଡଳଙ୍କୁ କୃତଜ୍ଞତା ଜଣାଇଛନ୍ତି।

By admin

Leave a Reply

Your email address will not be published. Required fields are marked *