ପଶ୍ଚିମ ଓଡ଼ିଶା ସାଂସ୍କୃତିକ ସଂସଦର ରୌପ୍ୟ ଜୟନ୍ତୀ ପାଳିତ।ପଶ୍ଚିମ ଓଡ଼ିଶା ସାଂସ୍କୃତିକ ସଂସଦର ରୌପ୍ୟ ଜୟନ୍ତୀ ପାଳିତ।

ପଶ୍ଚିମ ଓଡ଼ିଶା ସାଂସ୍କୃତିକ ସଂସଦର ରୌପ୍ୟ ଜୟନ୍ତୀ ପାଳିତ। ସେମିଳିଗୁଡା.ତାରିଖ ୭,୯,୨୦୨୫,ସ୍ଥାନୀୟ ସୁନାବେଡା ଭଞ୍ଜ ମଣ୍ଡପ ଠାରେ ୨ ଦିନ ଧରି ମହା ସମାରୋହରେ ପଶ୍ଚିମ ଓଡ଼ିଶା ସାଂସ୍କୃତିକ ସଂସଦର ରୌପ୍ଯ ଜୟନ୍ତୀ ଓ ନୂଆଖାଇ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ହାଲର ମୁଖ୍ୟ ପ୍ରବନ୍ଧକ ଶ୍ରୀଯୁକ୍ତ ସୁଧାଂଶୁ ମୋହନ ଜେନା, ସୁନାବେଡା ମ୍ୟୁନିସିପାଲଟି ର ଅଧ୍ଯକ୍ଷ ରାଜେନ୍ଦ୍ର ପାତ୍ର, ବରିଷ୍ଠ ଶିକ୍ଷାବିତ ଡକ୍ଟର ଚିତ୍ତ ରଞ୍ଜନ ମିଶ୍ର, ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଏସପି ଙ୍କ ଧର୍ମପତ୍ନୀ ସଂଘମିତ୍ରା ତ୍ରିପାଠୀ , ପାତଲୀ ଟ୍ରଷ୍ଟ ର ଅଧ୍ୟକ୍ଷ, ସୋନପୁରର ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ପାଢି, ବରିଷ୍ଠ କବି ଶ୍ରୀଯୁକ୍ତ କୃଷ୍ଣ ସିଂ, ସେମିଳିଗୁଡା ମହାବିଦ୍ୟାଳୟ ର ଅଧକ୍ଷ ଡ ଝାନସି ସିଂ,ସମାଜସେବୀ ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ର ଯୋଗଦେଇ ଥିଲେ ।ଡକ୍ଟର ଚିତ୍ତରଞ୍ଜନ ମିଶ୍ର ଓ ଡକ୍ଟର ଝାନସୀ ସିଂ ନୂଆଖାଇର ମହତ୍ତ୍ବ ଓ ପରମ୍ପରା ଉପରେ ବିଷଦ ଭାବରେ ଆଲୋଚନା କରିଥିଲେ।ସ୍ଥାନୀୟ କଳାକାର ଙ୍କ ଦ୍ଵାରା ମନ ଛୁଆଁ ନୃତ୍ୟ ପରିବେଷଣ କରାଯାଇଥିଲା। ଗୋଲ୍ଡେନ ମିଗ୍ କଳା ପରିଷଦର କଳାକାର ଙ୍କ ଦ୍ଵାରା ପ୍ରଭୁ ଜଗନ୍ନାଥ ଉପରେ ଆଧାରିତ ନାଟକ ପାତାଳୀ ଶ୍ରୀକ୍ଷେତ୍ର ସମସ୍ତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ସୁନାବେଡା କଳାକାରଙ୍କୁ ଆଗାମୀ ପାତାଳୀ ମହୋତ୍ସବ ସୋନପୁର ରେ କରିବା ପାଇଁ ନିମନ୍ତ୍ରଣ ହୋଇଛି।ତ୍ରିରଙ୍ଗା କଳା ପରିଷଦ ସୋନପୁରର କଳାକାରମାନେ ସମ୍ବଲପୁରୀ ନୃତ୍ଯ ଓ ଗୀତ ପରିବେଷଣକରିଥିଲେ ଓ ମିତ୍ରଭାନୁ ମିଶ୍ର ଦଳ ମଧ୍ଯନୃତ୍ଯ ପରିବେଷଣ କରିଥିଲେ। ପଶ୍ଚିମ ଓଡ଼ିଶା ସାଂସ୍କୃତିକ ସଂସଦର ସଭାପତି ସ୍ଵାଗତ ଭାଷଣ ଦେଇଥିଲେ ,ସାଧାରଣ ସଂପାଦକ ରାଜେଶ ବେସନ ଧନ୍ୟବାଦ୍ ଦେଇଥିଲେ , ବରିଷ୍ଠ ଉପଦେଷ୍ଟା ଡକ୍ଟର ସଞ୍ଜୟ ମହାପାତ୍ର,ସୁଧୀର ପ୍ରଧାନ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।

By admin

Leave a Reply

Your email address will not be published. Required fields are marked *