ଗୋଷ୍ଠୀ ସଂଘର୍ଷରେ ଜଣେ ମୃତ।ଗୋଷ୍ଠୀ ସଂଘର୍ଷରେ ଜଣେ ମୃତ।

ଗୋଷ୍ଠୀ ସଂଘର୍ଷରେ ଜଣେ ମୃତ।

ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅନ୍ତର୍ଗତ ଗୋଠଗାଁ ରେ ଗଣେଶ ପୂଜା ବିସର୍ଜନ ଶୋଭାଯାତ୍ରାରେ ମତାନ୍ତର ଘଟି ବଚସା ଓ ଗୋଷ୍ଠୀ ସଂଘର୍ଷ ଘଟି ଚନ୍ଦନ ବିଷୋୟୀ ନାମକ ଜଣେ ଯୁବକ ର ମୃତ୍ୟୁ ଘଟିଛି। ମୃତ ଯୁବକ ଚନ୍ଦନ ର ଘର ପାଟପୁର ଥାନା ଅନ୍ତର୍ଗତ ପି ଜଗନ୍ନାଥ ପୁର ହୋଇଥିଲା ବେଳେ କଙ୍କୋରଡା ଗ୍ରାମ ମାମୁଁ ଘରେ ରହି ପାଠ ପଢ଼ୁଥିଲା। ଘଟଣା ଦିନ ରାତିରେ ଗଣେଶ ପୂଜା ବିସର୍ଜନ ଶୋଭାଯାତ୍ରାରେ ଯୋଗ ଦେବା ପାଇଁ କିଛି ସାଙ୍ଗ ସହ ଗୋଠଗାଁ ଯାଇଥିଲା ଓ ସେଠାରେ ସରପଞ୍ଚ ଙ୍କ ଘର ସାମନାରେ ଚନ୍ଦନ ର ସାଙ୍ଗ ଓ ଅନ୍ୟ କିଛି ଯୁବକ ମାନଙ୍କ ସହ କଥା କଟାକଟି ହୋଇ ଗୋଷ୍ଠୀ ସଂଘର୍ଷ ଦେଖାଦେଇଥିଲା। ଯାହାକି ଅପର ଗୋଷ୍ଠୀ ର ସଂଘବଦ୍ଧ ଆକ୍ରମଣ ରେ ଘଟଣାସ୍ଥଳରେ ଚନ୍ଦନ ର ମୃତ୍ୟୁ ଘଟିଛି। ଖବର ପାଇ ଶେରଗଡ଼ ଥାନା ଅଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଚନ୍ଦନ ର ମା ଠାରୁ ଅଭିଯୋଗ ଗ୍ରହଣ କରି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

By admin

Leave a Reply

Your email address will not be published. Required fields are marked *