ରାୟଗଡା ଟ୍ରକ ୟୁନିୟନ୍ ଗଣେଷ ପୂଜା ର ସମାପ୍ତି ସହ ଭସାଣି ଯାତ୍ରା ଅନୁଷ୍ଠିତ
ରାୟଗଡା (ଅମୁଲ୍ୟ ନିଶଙ୍କ ) ରାୟଗଡ଼ ସହରର କୋରାପୁଟ ଛକ ନିକଟରେ ରାୟଗଡା ଟ୍ରକ୍ ୟୁନିୟନ ର ମାଲିକ ଓ କର୍ମଚାରୀ ଙ୍କ ମିଳିତ ସହଯୋଗ ରେ ଅନୁଷ୍ଠିତ ଗଣେଶ ପୂଜା ସମାପ୍ତି ଘଟି ଭସାଣି ଉତ୍ସବ ପାଳିତ ହୋଇଯାଇଛି l ଗତ ୨୭ ତାରିଖ ରୁ ସ୍ୱର୍ଣ୍ଣ ମନ୍ଦିର ଅନୁଭୂତି କରାଉଥୁବା ବିଶାଳ ପେଣ୍ଡାଲ ନିର୍ମିତ ହେଇଥିଲା ଏଥିରେ ଗଣପତି ଭଗବାନ ପୂଜା ପାଉଥିଲେ । ଏହି ପେଣ୍ଡାଲରେ ପୁଜା ପାଉଥିବା ଅଗ୍ରପୂଜ୍ୟ ଗଣେଶ ଙ୍କ ପ୍ରତିମୂର୍ତ୍ତି ଦେଖିବାକୁ ସଂଧ୍ୟା ହେଲେ ହଜାର ହଜାର ଲୋକ ପେଣ୍ଡାଲରେ ଜମା ହେଉଥୁବା ର ଦେଖିବାକୁ ମିଳିଥିଲସ । ଦୀର୍ଘ ବର୍ଷ ଗଣେଷ ପୂଜା ପାଳନ କରି ଆସୁଛି ରାୟଗଡ଼ ଟ୍ରକ୍ ୟୁନିୟନ୍ଥ କିନ୍ତୁ, ନୂତନ ସଭାପତି ଭାବରେ ୟାଳ ଭେଙ୍କେଟେଶ୍ଵର୍ ଓରଫ କୋଣ୍ଡା ବାବୁ ସଭାପତି ହେବା ଠାରୁ ମହା ଆଡ଼ମ୍ବରରେ ପାଳିତ ହେଉଚି ଗଣେଷ ପୂଜା । ଦୀର୍ଘ ନବ ଦିନ ବ୍ୟାପୀ ରିତି ନୀତି ଅନୁସାରେ ପୁଜା ପାଉଥିବା ଶ୍ରୀ ଗଣେଷଙ୍କ ଭସାଣି ଯାତ୍ରା ଅନୁଷ୍ଠିତ ହୋଇଥିଲାଛ ଏହି ଭସାଣି ଯାତ୍ରାରେ ଟ୍ରକ୍ ୟୁନିୟନ୍ ର ସମସ୍ତ ସଦସ୍ୟ, ଟ୍ରକ୍ ମାଲିକ, କର୍ମକର୍ତ୍ତା ଓ ଟ୍ରକ୍ ଚାଳକ ମାନେ ବହୁ ସଂଖ୍ୟାରେ ଯୋଗଦାନ କରି ମହା ପଟୁଆରରେ ଭସାଣି ଯାତ୍ରାରେ ସାମିଲ୍ ହେଇଥିଲେ । ସ୍ଥାନୀୟ ପୁଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରଯାଇଥିଲା । ଏହି ଭସାଣି ଯାତ୍ରାରେ ସଂଘର ଉପ ସଭାପତି କୋଟା ସୂର୍ଯ୍ୟା ଏବଂ ଧରମା ରାଓ ଉପସ୍ଥିତ ଥିବା ବେଳେ, ସଂପାଦକ ଜାନକୀ ରାମେୟା ଏବଂ କୋଷାଧ୍ଯକ୍ଷ ଶ୍ୟାମଳ ଶାନ୍ତି ଶୃଙ୍ଖଳା ରକ୍ଷା କରିବାରେ ପୁଲିସ୍ ସାହଯୋଗ କରିଥିବା ରୁ ପୋଲିସ ପ୍ରଶାସନ କୁ ଧନ୍ୟବାଦ ଜଣାଇଛନ୍ତି । ଜନସାଧାରଣ ଅତି ଆନନ୍ଦ ର ସହ ଏହି ବର୍ଷ ଗଣେଶ ପୂଜା କୁ ଅତି ଶାନ୍ତିଶୃଙ୍ଖଳା ର ସହିତ ଉପଭୋଗ କରିଥିବା ର ତାଙ୍କୁ ମଧ୍ୟ ଅଶେଷ ଧନ୍ୟବାଦ ଜଣାଇଛନ୍ତି l ଆସନ୍ତା ବୁଧବାର ଦିନ ଅନ୍ନପ୍ରସାଦ ର ଆୟୋଜନ କରାଯିବ ବୋଲି ଟ୍ରକ ମାଲିକ ୟୁନିଅନ ପକ୍ଷରୁ ସୂଚନା ଦିଆଯାଇଛି l

