ରାୟଗଡା ଜ଼ିଲ୍ଲା ବିଜେଡି ସଭାପତି ଙ୍କୁ ସିଙ୍ଗାରି ପଂଚାୟତ ବାସୀ ସ୍ୱାଗତ ସମ୍ବର୍ଦ୍ଧନା କରିଲେରାୟଗଡା ଜ଼ିଲ୍ଲା ବିଜେଡି ସଭାପତି ଙ୍କୁ ସିଙ୍ଗାରି ପଂଚାୟତ ବାସୀ ସ୍ୱାଗତ ସମ୍ବର୍ଦ୍ଧନା କରିଲେ

ରାୟଗଡା ଜ଼ିଲ୍ଲା ବିଜେଡି ସଭାପତି ଙ୍କୁ ସିଙ୍ଗାରି ପଂଚାୟତ ବାସୀ ସ୍ୱାଗତ ସମ୍ବର୍ଦ୍ଧନା କରିଲେ

ରାୟଗଡା ୬/୯(ଅମୁଲ୍ୟ ନିଶଙ୍କ ) ଗତ 4 ତାରିଖରେ ରାଜ୍ୟ ବିଜୁ ଜନତା ଦଳ ର ସଭାପତି ନବୀନ ପଟ୍ଟନାୟକ ରାୟଗଡା ଜ଼ିଲ୍ଲା ର ବିଜେଡି ସଭାପତି ଭାବେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରକା ଙ୍କୁ ଦାୟିତ୍ୱ ଦେଇଛନ୍ତି ଏଥିସହିତ କାର୍ଯ୍ୟକାରୀ ସଭାପତି ଭାବେ ଗୟାଧର ପୁଆଲ ଓ ରଂଜିତ କୁମାର ପାଣିଗ୍ରାହୀ କୁ ଦାୟିତ୍ୱ ଦେଇଛନ୍ତି l ନବୀନ ପଟ୍ଟନାୟକ ଜ଼ିଲ୍ଲା ର ତିନିଗୋଟି ନିର୍ବାଚନ ମଣ୍ଡଳୀ ର ସଂଗଠନ ମଜବୁତ ପାଇଁ ବିଷମକଟକ ନିର୍ବାଚନ ମଣ୍ଡଳୀ ରୁ ଜ଼ିଲ୍ଲା ସଭାପତି ଓ ରାୟଗଡା ଓ ଗୁଣୁପୁର ନିର୍ବାଚନ ମଣ୍ଡଳୀ କୁ କାର୍ଯ୍ୟକାରୀ ସଭାପତି ପଦ ଦେଇଛନ୍ତି l ସୂଚନା ଯୋଗ୍ୟଯେ ଗତ ସାଧାରଣ ନିର୍ବାଚନ ରେ ରାୟଗଡା ବିଧାୟକ ନିମନ୍ତେ ଅନୁସୟା ମାଝୀ ଙ୍କୁ ଟିକେଟ ଦେବା କୁ ବିରୋଧ କରି ଦଳ ରେ ତୁମ୍ବିତୋଫାନ ହୋଇଥିଲା ଏହି ସମୟରେ ସୁଧୀର ଦାସ ଙ୍କୁ ଜ଼ିଲ୍ଲା ସଭାପତି ପଦ ରୁ ହଟାଇ ଏନ ଭାସ୍କର ରାଓ ସଭାପତି ଦାୟିତ୍ୱ ଦିଆଯାଇଥିଲା କିନ୍ତୁ ନିର୍ବାଚନ ରେ ଜ଼ିଲ୍ଲା ର ତିନି ଗୋଟି ବିଧାନସଭା ଆସନ ରେ ସଚୋନୀୟ ଭାବେ ବିଜେଡି ର ପ୍ରାର୍ଥୀ ପରାଜୟ ହୋଇଥିଲେ l ନିର୍ବାଚନ ରେ ପରାଜୟ ପରେ ଉଭୟ ଗୋଷ୍ଠି ଉଭୟ କୁ ଆଙ୍ଗୁଳି ଦେଖାଇବା ରେ ଲାଗିଲେ l ଦଳ କାହାରି ପାଇଁ ରାୟଗଡା ଜ଼ିଲ୍ଲା ରେ ପରାଜୟ ହେଲା ତାହା ବିଜେଡି ନେତୃମଣ୍ଡଳୀ ଭଲ ଭାବେ ଜାଣିପାରିଲେ ଓ ଠିକ ସମୟରେ ଠିକ ପଦକ୍ଷେପ ନେଇ ଜ଼ିଲ୍ଲା ସଭାପତି ଜଗନ୍ନାଥ ଙ୍କୁ ଦାୟିତ୍ୱ ଦେଇଛନ୍ତି l ଦାୟିତ୍ୱ ମିଳିବା ପରେ ଜଗନ୍ନାଥ ସାରକା ନିଜ ପ୍ରତିକ୍ରିୟା ରେ କହିଛନ୍ତି ଯେ ମୋତେ ନୂତନ ଭାବରେ ରାୟଗଡ଼ା ଜିଲ୍ଲା ସଭାପତି ଭାବରେ ନିଯୁକ୍ତି ଦେଇଥିବା ରୁ ମୁଁ ଦଳର ସୁପ୍ରିମ, ଓଡ଼ିଶାର ଗର୍ବ, ନେତୃତ୍ୱ ଓ ଉଦାରତାର ପ୍ରତୀକ ମାନ୍ୟବର ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଉଛି।ଏହି ଦାୟିତ୍ୱ ମୋ ପାଇଁ କେବଳ ଗର୍ବର କଥା ନୁହେଁ, ବରଂ ଏହା ମୋ ପାଇଁ ଏକ ବୃହତ୍ ଗୁରୁ ଦାୟିତ୍ୱ। ମୁଁ ସଦାସର୍ବଦା ଦଳର ନୀତି, ଆଦର୍ଶ, ଦୃଷ୍ଟିକୋଣ ଓ ଲକ୍ଷ୍ୟକୁ ମନେ ରଖି କାମକରିଆସିଛି ସେଥିପାଇଁ ଦଳ ର ସୁପ୍ରିମୋ ମୋ ଉପରେ ଯେଉଁ ଆଶା ଭରସା କରିଛନ୍ତି ମୋତେ ଏହିଗୁରୁ ଦାୟିତ୍ୱ ଦେଇଛନ୍ତି ମୁ ଦଳ ର ହିତ ପାଇଁ ସମସ୍ତ ଦଳୀୟ କର୍ମୀ ଙ୍କୁ ନେଇ କାମ କରିବି ବୋଲି କହିଛନ୍ତି l ରାୟଗଡା ବିଜେଡି ର ଗୋଷ୍ଠୀ ବିବାଦ କୁ ନେଇ ସାରକା କହିଛନ୍ତି ଯେ ଜ଼ିଲ୍ଲା ରେ କୌଣସି ଗୋଷ୍ଠି ନାହିଁ ଆମେ ସମସ୍ତେ ଏକ ଦଳ ଏକ ଆମର ନେତା ନବୀନ ପଟ୍ଟନାୟକ l ଜ଼ିଲ୍ଲା ର ନେତା କର୍ମୀ ନିଜ ନିଜ ତରିକାରେ ଦଳ ପାଇଁ କାମ କରୁଛନ୍ତି l ଦଳ ରେ ମନମାଳିନ୍ୟ ରହିବା ସ୍ୱାଭାବିକ ଜ଼ିଲ୍ଲା ତର କିପରି ବିଜେଡି ର ସଂଗଠନ ମଜବୁତ ହେବ ସେଥିପାଇଁ ମୁ ସମସ୍ତି ଙ୍କୁ ନେଇ କାମ କରିବି ବୋଲି କହିଛନ୍ତି lଆଜି ସନ୍ଧ୍ୟା ରେ ସଭାପତି ଜଗନ୍ନାଥ ସାରକା ଙ୍କ ଘରେ ରାୟଗଡା ରେ ପହଂଚି ସଭାପତି ଙ୍କୁ କେସିଂପୁର ବ୍ଲକ ସିଙ୍ଗାରି ପଂଚାୟତ ରବରିଷ୍ଠ ବିଜେଡି ନେତା ରଘୁନାଥ କୁରୁଡ଼ିଆ,ଧନୁ ଗୋଡ଼ବିଶ,ଗିରିଧର କରକରିଆ, ମକର ମହାନନ୍ଦିଆ,ହରିଚନ୍ଦନ ପ୍ରଧାନୀ, ମୋନଜ ପ୍ରତାପ ଗୁରୁ ଦେବ, ସମ୍ବରୁ, ଭୀମସେନ ଓ ମହେନ୍ଦ୍ର ଙ୍କ ସମତେ ସିଙ୍ଗାରି ଗ୍ରାମ ପଂଚାୟତ ସରପଞ୍ଚ, ନାଏବ ସରପଞ୍ଚ ଙ୍କ ସମତେ ବହୁ କର୍ମୀ ପୁଷ୍ପ ଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇବା ସହିତ ସ୍ୱାଗତ କରିଥିଲେ ନବୀନ ପଟ୍ଟନାୟକ ଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି ଓ ଆଗକୁ କେସିଂପୁର ବ୍ଲକ ରେ ଦଳକୁ ମଜବୁତ କରିବା ନିମନ୍ତେ ଆମେ ସଭାପତି ସାରକା ଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବୁ ବୋଲି ଭୀମସେନ କହିଛନ୍ତି

By admin

Leave a Reply

Your email address will not be published. Required fields are marked *