ରାୟଗଡା ଜ଼ିଲ୍ଲା ବିଜେଡି ସଭାପତି ଙ୍କ ନାଁ ଘୋଷଣା ର ୪୦ଘଣ୍ଟା ପରେ ବିଜେଡି କାର୍ଯ୍ୟାଳୟ ଫଳକରୁ ହଟିଲା ଦଳର ଶଙ୍ଖ ଚି଼ହ୍ନ ଲାଗିଲା ଚୂନରାୟଗଡା ଜ଼ିଲ୍ଲା ବିଜେଡି ସଭାପତି ଙ୍କ ନାଁ ଘୋଷଣା ର ୪୦ଘଣ୍ଟା ପରେ ବିଜେଡି କାର୍ଯ୍ୟାଳୟ ଫଳକରୁ ହଟିଲା ଦଳର ଶଙ୍ଖ ଚି଼ହ୍ନ ଲାଗିଲା ଚୂନ

ରାୟଗଡା ଜ଼ିଲ୍ଲା ବିଜେଡି ସଭାପତି ଙ୍କ ନାଁ ଘୋଷଣା ର ୪୦ଘଣ୍ଟା ପରେ
ବିଜେଡି କାର୍ଯ୍ୟାଳୟ ଫଳକରୁ ହଟିଲା ଦଳର ଶଙ୍ଖ ଚି଼ହ୍ନ ଲାଗିଲା ଚୂନ

ରାୟଗଡ଼ା ତା ୦୬/୦୯ (ନିପ୍ର) ରାୟଗଡ଼ା ଜିଲ୍ଲାରେ ବିଜେଡି ଦଳର ସଭାପତି ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଷମକଟକ ନିର୍ବାଚନୀ ମଣ୍ଡଳୀର ପ୍ରାର୍ଥୀ ଜଗନ୍ନାଥ ସାରକାଙ୍କ ନାଁ ଘୋଷଣା ହେବା ରେ ମାତ୍ର ୪୦ ଘଣ୍ଟା ପରେ ରାୟଗଡ଼ା ରେ ହୋଟେଲ ତେଜସ୍ଵୀ ସମ୍ମୁଖରେ ଥିବା ବିଜୁ ଜନତା କାର୍ଯ୍ୟାଳୟ ଫଳକ ଉପରୁ ଦଳୀୟ ଶଙ୍ଖ ଚି଼ହ୍ନ ହଟାଗଲା ଓ ନୂଆ ଚୂନ ମରାଗଲା l ବିଜେଡି କାର୍ଯ୍ୟାଳୟ ରୁ ଦଳର ଚି଼ହ୍ନ ବାହାର କରିବା ଓ ଚୂନ ମରାଯିବା ଘଟଣା ପୁଣି ଜିଲ୍ଲାରେ ବିଜେଡି ସୁଧୀର ଗୋଷ୍ଠୀ ଓ ଭାସ୍କର ଗୋଷ୍ଠୀର କନ୍ଦଳକୁ ପଦାରେ ପକାଇ ଦେଇଛି । ସୂଚନା ମୁତାବକ ୨୦୨୪ ସାଧାରଣ ନିର୍ବାଚନ ସମୟରେ ଦଳ ସୁଧିରଙ୍କ ସଭାପତିରୁ ହଟାଇ ଭାସ୍କରଙ୍କୁ ଦେଇଥିଲା। ଭାସ୍କର ଜିଲ୍ଲା ସଭାପତି ଦାୟିତ୍ୱ ସମ୍ଭାଳିବା ପରେ ଏହି କାର୍ଯ୍ୟାଳୟ ଆରମ୍ଭ ହୋଇଥିଲା କିନ୍ତୁ ବର୍ତ୍ତମାନ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସଭାପତି ପଦ ଜଗନ୍ନାଥ ସାରକା ଅର୍ଥାତ୍ ସୁଧିର ଗୋଷ୍ଠୀକୁ ଯିବା ପରେ ଏହି କାର୍ଯ୍ୟାଳୟ ର କାନ୍ଥ ରୁ ଦଳୀୟ ଶଙ୍ଖ ଚି଼ହ୍ନ ବାହାର କରି ଫଳକରେ ଚୂନ ମାରିବା ଘଟଣା ସ୍ପଷ୍ଟ କରିଦେଉଛି ଯେ ଭାସ୍କର ଗୋଷ୍ଠୀ ଅସନ୍ତୁଷ୍ଟ ହେବା ସହ ଦଳର ସୁପ୍ରିମୋଙ୍କ ନିଷ୍ପତ୍ତିରେ ଖୁସି ନ ଥିବା ଭଳି ଲାଗୁଛି । ଗତ ନିର୍ବାଚନରେ ଏହି ଦୁଇ ପକ୍ଷର ଗୋଷ୍ଠି କନ୍ଦଳ ଯୋଗୁଁ ଜିଲ୍ଲାରେ ତିନୋଟି ବିଧାନସଭା ଓ ଗୋଟିଏ ସଂସଦୀୟ କ୍ଷେତ୍ରରେ ଦଳର ବିପର୍ଯ୍ୟୟ ଘଟିଥିବା ବେଳେ କଂଗ୍ରେସ ହାତକୁ ଚାଲିଯାଇଥିଲା ସମସ୍ତ ତିନୋଟି ବିଧାନସଭା ଆସନ। ବର୍ତ୍ତମାନ ରାଜ୍ୟ ବିଜେଡି ସୁପ୍ରିମୋ ଜଗନ୍ନାଥଙ୍କୁ ଜିଲ୍ଲାର ସଭାପତି ଦାୟିତ୍ୱ ଦେଇଥିବା ବେଳେ ଭାସ୍କରଙ୍କ ଗୋଷ୍ଠୀର ଗଙ୍ଗାଧର ପୁଆଲା ଓ ଗୁଣୁପୁର ରଞ୍ଜିତ ପାଣିଗ୍ରାହୀଙ୍କୁ କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ଦେଇ ଦୁଇ ଗୋଷ୍ଠୀ ମଧ୍ୟରେ ସମନ୍ବୟ ରକ୍ଷା କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ସଭାପତି ଚୟନ ପରେ କାର୍ଯ୍ୟାଳୟ ଫଳକରେ ଏହି ଚୁନମରା କାର୍ଯ୍ୟ ଦଳରେ ଥିବା ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମତାନ୍ତର ଓ କନ୍ଦଳକୁ ପଦାରେ ପକାଇ ଦେଇଥିବା ନେଇ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଇତିମଧ୍ୟରେ ଆଜି ଭାସ୍କର ଗୋଷ୍ଠି ର ବହୁ ନେତା କର୍ମୀ ଏହି କାର୍ଯ୍ୟାଳୟ ରେ ଏକତ୍ରିତ ହୋଇ ଆଗାମୀ ଦିନ ରେ ବିଜେଡି ରେ ରହି ସଭାପତି ଜଗନ୍ନାଥ ଙ୍କୁ ସହଯୋଗ କରିବେ ନା ବିଜେଡି ଦଳକୁ ପରିତ୍ୟାଗ କରି ଅନ୍ୟ ରାଜନୈତିକ ଦଳ କୁ ଯିବେ ଆଲୋଚନା ହୋଇଥିବାର ଖବର ବିଶେଷ ସୂତ୍ରରୁ ମିଳିଛି l ଭାସ୍କର ଗୋଷ୍ଠି ରେ ଏକ କର୍ମୀ ଙ୍କ କହିବା ମୁତାବକ ଆସନ୍ତା ୯ ତାରିଖରେ ନୂତନ ଜ଼ିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସାରକା ଓ କାର୍ଯ୍ୟକାରୀ ସଭାପତି ଗଙ୍ଗାଧର ପୁଆଲା ଓ ରଂଜିତ କୁମାର ପାଣିଗ୍ରାହୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯିବା ରେ କାର୍ଯ୍ୟକ୍ରମ ରହିଛି l ଭାସ୍କର ଙ୍କ ସମର୍ଥକ ମାନେ ବିଜେଡି ଦଳ ରେ ରହି ସଭାପତି ଙ୍କୁ ସଂଗଠନ ରେ ସହଯୋଗ କରିବେ ନା ଦଳ ଛାଡି ଅନ୍ୟ ଦଳ କୁ ଯିବେ ୯ ତାରିଖ ଦିନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପରେ ଜଣା ପଡିବ ବୋଲି ଖବର ମିଳିଛି

By admin

Leave a Reply

Your email address will not be published. Required fields are marked *