ପ୍ରଶାସନ ଗୁହାରି ନ ଶୁଣିବାରୁ ନିଜସ୍ୱ ଅର୍ଥ ବ୍ୟୟରେ  ରାସ୍ତା ମରାମତି କଲେ ଅଞ୍ଚଳ ବାସୀ ।ପ୍ରଶାସନ ଗୁହାରି ନ ଶୁଣିବାରୁ ନିଜସ୍ୱ ଅର୍ଥ ବ୍ୟୟରେ  ରାସ୍ତା ମରାମତି କଲେ ଅଞ୍ଚଳ ବାସୀ ।

ପ୍ରଶାସନ ଗୁହାରି ନ ଶୁଣିବାରୁ ନିଜସ୍ୱ ଅର୍ଥ ବ୍ୟୟରେ  ରାସ୍ତା ମରାମତି କଲେ ଅଞ୍ଚଳ ବାସୀ ।

ଆର,ଉଦୟଗିରି(ମନୋଜ କୁମାର ପାଢୀ) -: ସ୍ୱାଧୀନତା ର 8 ଦଶନ୍ଧି ପରେ ବି  ମୌଳିକ ସୁବିଧା ରୁ ବଞ୍ଚିତ ଅଂଚଳ ବାସୀ l ସରକାର କିଅବା ପ୍ରଶାସନ ଗୁହାରି ନ ଶୁଣିବାରୁ ନିଜସ୍ୱ ଅର୍ଥ ବ୍ୟୟ କରି କାଦୁଅ ପଚ ପଚ ରାସ୍ତା କୁ ମରାମତି କଲେ ଅଞ୍ଚଳ ବାସୀ  l ଏମିତି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଗୁମ୍ମା ବ୍ଲକ, ଗାଇବା ପଂଚାୟତ ର ବୁରୁଡ଼ା ଗ୍ରାମ ଠାରୁ କାଶୀନଗରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା  l ଯାହାକି ପାଖାପାଖି  20 ରୁ ଅଧିକ ଗ୍ରାମ ଏହି  ରାସ୍ତା ଉପରେ ନିର୍ଭର କରିଥାନ୍ତି 5ଟୀ ପଞ୍ଚାୟତ ବାସି ର ଛାତ୍ର ଛାତ୍ରୀ ମାନେ ଏହି ରାସ୍ତା ଦେଇ କଲେଜ ଯିବା ଆସିବା କରନ୍ତି   ଗୁମ୍ମା ବ୍ଲକ ର ପ୍ରାୟ ଏହି ରାସ୍ତା ଦେଇ ସ୍କୁଲ, କଲେଜ, ହସ୍ପିଟାଲ ଓ ନୀତି ଦିନର ବଜାର କୁ  ସବୁଦିନ ଯିବା ଆସିବା କରିଥାନ୍ତି l ଅନେକ ଥର ପ୍ରଶାସନ ଅଧିକାରୀ ମାନଙ୍କୁ  ଅଭିଯୋଗ  ପରେ  ବି କୌଣସି ସୁଫଳ ନ ମିଳିବାରୁ ଶେଷରେ  ଗୁମ୍ମା ବ୍ଲକ ର କେତେକ ଗ୍ରାମର ଲୋକମାନେ ଓ କାଶିନଗର ବ୍ଲକ କେତେକ ଗ୍ରାମର ଲୋକମାନେ କିଛି କିଛି ଚାନ୍ଦା କରି ନିଜସ୍ୱ ଅର୍ଥ ଆଦାୟ କରି ରାସ୍ତl ରେ ଟ୍ରାକ୍ଟର ମାଧ୍ୟ୍ୟମରେ ମାଟି ପକାଇ ରାସ୍ତା ମରାମତି କରିଛନ୍ତି ଉଭୟ ବ୍ଲକ ର ଅଞ୍ଚଳ ବାସିଙ୍କ  କହିବା ଅନୁଯାଇ ଦୀର୍ଘ ବର୍ଷ ବର୍ଷ ଧରି ଏହି ରାସ୍ତା କାମଟି ହେଇପାରୁନାହିଁ ସରକାରଙ୍କୁ ଆମେ ଅଞ୍ଚଳ ବାସି ଅନୁରଧ କରୁଛି ଏହି ରାସ୍ତା ଯଥାଶୀଘ୍ର ହେଲେ ଆମେ ସରକାର ପାଖରେ ଚିର ଉପକୃତ ହେବୁ ଯଦି ରାସ୍ତା କାମରେ କୌଣସି ପ୍ରକାର ଅବହେଳା ହେଲେ ଆମେ ଗୁମ୍ମା ବ୍ଲକ ଓ କାଶୀନଗର  ବ୍ଲକର ଆଦିବାସୀ ଭାଇମାନେ  ଆଗାମୀ  ଇଲେକ୍ସନ ରେ ଭୋଟ ବର୍ଜନ କରିବୁ ବଳି ୱର୍ଡ ମେମ୍ବର ଗୁସାରୁ ରଇତ, ଆୟୁବ ଗମାଙ୍ଗ, ଆନ୍ଦ୍ରିୟ ଗମାଙ୍ଗ, ଇସ୍ମାଇଲ ଭୂୟାଁ, ପୂର୍ବତନ ସମିତି ସଭ୍ୟା ଜ୍ୟେଷ୍ଟ ଗମାଙ୍ଗ, ଉବେଦ ଗମାଙ୍ଗଓ ରାଇଶା ଭୂୟାଁ ଏକା ହୋଇ କହିଛନ୍ତି।

By admin

Leave a Reply

Your email address will not be published. Required fields are marked *