ଛଅ ବର୍ଷ ପୁଅ ର ମୃତ୍ୟୁ ପରେ ଚକ୍ଷୁ ଦାନ କଲେ ବାପା …
.ବରଗଡ – ( ଭବାନୀ ଶଙ୍କର ପାଢ଼ୀ) ସୌରଭ ଲୁହା ବୟସ ମାତ୍ର ୬ବର୍ଷ, ପିତା-ଭୋଲାନାଥ ଲୁହା ମାତା ସୁରେଶ୍ଵରୀ ଲୁହା ଘର ଏସ.ଡୁମ୍ୱେରପାଲି, ବରଗଡ଼ ଅତ୍ୟନ୍ତ ଗରିବ ରୁ ଗରିବ ପରିବାର ଜୀବନ ଜୀବିକା ପାଇଁ ସଂଘର୍ଷ କରୁଥିବା ପରିବାର।ଭୋଲା ନାଥ ଙ୍କ ଏକ ମାତ୍ର ପୁଅ ନାଁ ତାର ସୌରଭ ବୟସ ଛଅ ବର୍ଷ ହଠାତ ଦେହ ଅସୁସ୍ଥ ହେବାରୁ ବୁର୍ଲା ଡ଼ାକ୍ତରଖାନାକୁ ନେଇ ଥିଲେ ପରିବାର ଲୋକେ। ସେଠାରେ ତାଙ୍କ ର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିଲା। ମୃତ୍ୟୁ ପରେ ବାପା ଭୋଳାନାଥ ଭାବିଲେ ପୁଅ ଟା ଦୁନିଆଁ ଛାଡ଼ି ଚାଲିଗଲା…. ପୁଅ ର ଦୁଇ ଆଖି ରୁ ଯଦି ଆଉ ଦୁଇ ଜଣ ଏ ରଙ୍ଗୀନ ଦୁନିଆଁ ଦେଖି ପାରିବେ ତେବେ ତାଙ୍କ ପୁଅ ର ଜନ୍ମ ହେବା ସାର୍ଥକ ହେବ ଭାବି ଚକ୍ଷୁ ଦାନ ପାଈଁ ନିଷ୍ଠା ପରିବାର ର ସଭାପତି ଅଶ୍ୱିନୀ ତ୍ରିପାଠୀ ଙ୍କ ସହ ଯୋଗାଯୋଗ କରିଥିଲେ।ବୁର୍ଲା ଡ଼ାକ୍ତରଖାନାର ଚକ୍ଷୁ ବିଭାଗ ର ଡ଼ାକ୍ତର ମହେଶ କୁମାର ସାହୁ,ସ୍ମିତି ପଟେଲ ଓ ସୁରେଶ ତ୍ରିପାଠୀ ଙ୍କ ଉପସ୍ଥିତି ରେ ଚକ୍ଷୁ ଦାନ ପ୍ରକିୟା ଶେଷ ହେଲା। ନିଷ୍ଠା ପରିବାର ସହଯୋଗ ରେ ପୁଅ ର ଶବ କୁ ଗାଁ କୁ ନେଇ ଫେରିଲେ ପରିବାର ଲୋକ। ସୌରଭ ର ମୃତ୍ୟୁ ହେଲା ସତ କିନ୍ତୁ ବାପା ଙ୍କ ର ମଣିଷ ପଣିଆ ପାଇଁ ଚିର ଦିନ ଅଜର ଅମର ହେଲା ପୁଅ ସୌରଭ। ପରିବାର ର ଏ ମହତ୍ କାମ ପାଇଁ ନିଷ୍ଠା ପରିବାର ତାଙ୍କ ପରିବାର ବର୍ଗ ଙ୍କୁ କୋଟି କୋଟି ପ୍ରଣାମ ଜଣାଏ। ଆସନ୍ତୁ ଅନ୍ଧତ୍ଵ ଦୂରୀକରଣ ପାଇଁ ଆମେ ସମସ୍ତେ ଚେଷ୍ଟା କରିବା।

