ମୋହନା ଠାରେ ବିଜେପି ପକ୍ଷରୁ ମଣ୍ଡଳ ସ୍ତରୀୟ କର୍ମଶାଳା ଅନୁଷ୍ଟିତ ଆର,ଉଦୟଗିରି (ମନୋଜ ପାଢୀ)ଓଡ଼ିଶା ରାଜ୍ୟ ବିଜେପି ର ଆଗ୍ରହ କ୍ରମେ ପ୍ରଧାନମନ୍ତ୍ରୀ ମୋଦୀ ଙ୍କ ଜନ୍ମ ଦିବସ ଉପଲକ୍ଷେ ଆସନ୍ତା ୧୭ ସେପ୍ଟେମ୍ବର ଠାରୁ ୦୨ ଅକ୍ଟୋବର ପର୍ଯ୍ୟନ୍ତ ସେବାପକ୍ଷ ପାଳନ କରିବା ପାଇଁ ମୋହନା ମଣ୍ଡଳ ପକ୍ଷରୁ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ସେବାପକ୍ଷ ପ୍ରତ୍ୟେକ ବୁଥ୍ ରେ ସ୍ଵଚ୍ଛତା ଅଭିଯାନ,ମାଆ ଙ୍କ ନାମ ରେ ଗୋଟିଏ ଗଛ,ଦିବ୍ୟାଙ୍ଗ ଓ ପ୍ରତିଷ୍ଠିତ ବ୍ୟକ୍ତି ଙ୍କୁ ସମ୍ମାନିତ,ଦିନ ଦୟାଲ ଜୟନ୍ତୀ,ଗାନ୍ଧୀ ଜୟନ୍ତୀ ଆଦି କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।ଏହି କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ନୀଳାଞ୍ଚଳ ସାହୁ,ସାଂସଦ ପ୍ରତିନିଧି ଜିତେନ୍ଦ୍ର କୁମାର ବେହେରା,ବରିଷ୍ଠ କାର୍ଯ୍ୟକର୍ତ୍ତା ସୁରେନ୍ଦ୍ର ବୈଦ୍ଯ, କେଶବ ମଳିକ,ମହିଳା ମୋର୍ଚ୍ଚା ନେତ୍ରୀ ସଶ୍ମିତା ମିଶ୍ର,ଗୌରି ଗମାଙ୍ଗ, ସୁଜ୍ଞାନୀ ବେହେର ଦଳାଇ ଓ ସାଧାରଣ ସମ୍ପାଦକ ପିଣ୍ଟୁ ପ୍ରଧାନ ଙ୍କ ସହିତ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।
ମୋହନା ଠାରେ ବିଜେପି ପକ୍ଷରୁ ମଣ୍ଡଳ ସ୍ତରୀୟ କର୍ମଶାଳା ଅନୁଷ୍ଟିତ 