ମୋହନା ଥାନା ଅଂଚଳରେ ଗୁଣି ସନ୍ଦେହରେ ହତ୍ୟା ଘଟଣାରେ….. ଅଙ୍ଗନୱାଡି ହେଲ୍‌ପର ଓ ତାଙ୍କ ସ୍ଵାମୀ ଗିରଫ ।ମୋହନା ଥାନା ଅଂଚଳରେ ଗୁଣି ସନ୍ଦେହରେ ହତ୍ୟା ଘଟଣାରେ….. ଅଙ୍ଗନୱାଡି ହେଲ୍‌ପର ଓ ତାଙ୍କ ସ୍ଵାମୀ ଗିରଫ ।

ମୋହନା ଥାନା ଅଂଚଳରେ ଗୁଣି ସନ୍ଦେହରେ ହତ୍ୟା ଘଟଣାରେ….. ଅଙ୍ଗନୱାଡି ହେଲ୍‌ପର ଓ ତାଙ୍କ ସ୍ଵାମୀ ଗିରଫ ।

ଗଜପତି ୫/୯:(ମନୋଜ ପାଢ) ଜିଲ୍ଲାରେ ଗୁଣି ସନ୍ଦେହରେ ହତ୍ୟା ଘଟଣାରେ ପୋଲିସ ଅଙ୍ଗନୱାଡି ହେଲ୍‌ପର ଓ ତାଙ୍କ ସ୍ଵାମୀଙ୍କୁ ଗିରଫ କରିଥିବା ଜଣାଯାଇଛି. ଘଟଣାରୁ ପ୍ରକାଶ, ଗତ କିଛି ଦିନ ତଳେ ମୋହ‌ନା ଥାନା କୁସୁମପୁର ଗାଁରେ ଗୁଣିଗାରେଡି ହତ୍ୟା ଘଟଣାରେ ଆଉ ଦୁଇ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି ।ଗିରଫ ଅଭିଯୁକ୍ତ ହେଲେ କୁସୁମପୁର ଗାଁ ଅଙ୍ଗନୱାଡି କେନ୍ଦ୍ର ହେଲ୍ପପର ସୁମତି ମଲ୍ଲିକ ଓ ତାଙ୍କ ସ୍ଵାମୀ ଶଙ୍କର ମଲ୍ଲିକ । ପୂର୍ବରୁ ଏହି ଘଟଣାରେ ୧୦ ଜଣ ଗିରଫ ହୋଇଥିବା ବେଳେ ବର୍ତ୍ତମାନ ଗିରଫଙ୍କ ସଂଖ୍ୟା ୧୨ କୁ ବୃଦ୍ଧି ପାଇଛି ବୋଲି ଥାନା ଅଧିକାରୀ ବସନ୍ତ ସେଠି କହିଛନ୍ତି ।ଗିରଫ ପରେ ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି । ଏହି ଘଟଣାରେ ଆଉ କିଛି ଅଭିଯୁକ୍ତ ଅଛନ୍ତି । ସେମାନଙ୍କୁ ଅତିଶୀଘ୍ର ଗିରଫ କରାଯିବ ବୋଲି ତଦନ୍ତକାରୀ ଅଧୂକାରୀ ତଥା ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ସୁନୀଲ ସେଠି କହିଛନ୍ତି ।ସୂଚନାଯୋଗ୍ୟ ଗତ ମାସ ୭ ତାରିଖ ଦିନ କମଳାପୁର ଗାଁର କରୁଣାକର ଦଳାଇଙ୍କୁ ଗୁଣି ସନ୍ଦେହରେ କୁସୁମପୁର ଗାଁରେ ଥିବା ଅଙ୍ଗନୱାଡି କେନ୍ଦ୍ରରେ ମାଡ଼ ମାରି ହତ୍ୟା କରି ଗାଁଠାରୁ ପ୍ରାୟ ଦେଢ଼ କିଲୋମିଟର ଜଙ୍ଗଲରେ ଅଭିଯୁକ୍ତମାନେ ପୋତି ଦେଇଥିଲେ ।

By admin

Leave a Reply

Your email address will not be published. Required fields are marked *