ଭଞ୍ଜନଗର ପୋଲିସ୍ ଦ୍ଵାରା ୨ ଗଞେଇ ବେପାରୀ ଗିରଫଭଞ୍ଜନଗର ପୋଲିସ୍ ଦ୍ଵାରା ୨ ଗଞେଇ ବେପାରୀ ଗିରଫ

ଭଞ୍ଜନଗର ପୋଲିସ୍ ଦ୍ଵାରା ୨ ଗଞେଇ ବେପାରୀ ଗିରଫ

( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର)ଭଞ୍ଜନଗର ସହରର ବଡ଼କୋଦଣ୍ଡା ଗ୍ରାମ ଛକଠାରେ ଗଞ୍ଜେଇ ଚାଲାଣ ବେଳେ ଏନ୍ ଡି ପି ଏସ୍ ଆଇନ ଅନୁଯାୟୀ ଦୁଇ ଅଭିଯୁକ୍ତ ପାଣୁ ସାହୁ ଓ ରାଜେନ୍ଦ୍ର ପାଢ଼ୀ କୁ ଭଞ୍ଜନଗର ଥାନା ପୋଲିସ୍ ଭଞ୍ଜନଗର ଅଦାଲତକୁ ଚାଲାଣ କରିଥିବା ଭଞ୍ଜନଗର ଥାନାଧିକାରୀ ଙ୍କ ଠାରୁ ପ୍ରକାଶ। ଭଞ୍ଜନଗର ଥାନାଧିକାରୀ ଶ୍ରୀଯୁକ୍ତ ଜୀବନାନନ୍ଦ ଜେନା ଙ୍କ ଠାରୁ ପ୍ରକାଶ ଯେ ଅଭିଯୁକ୍ତ ପାଣୁ ସାହୁ ର ଘର ରେନବୋ କଲୋନୀ କୋଦଣ୍ଡା ଛକ ଭଞ୍ଜନଗର ଏବଂ ରାଜେନ୍ଦ୍ର ପାଢ଼ୀ ର ଘର ଶାନ୍ତି ନଗର, କୋଦଣ୍ଡା ଛକ ଭଞ୍ଜନଗର। ଉଭୟେ ମିଶି ଗଞ୍ଜେଇ ଚାଲାଣ କରୁଥିବା ସମୟରେ ପୋଲିସ୍ ହାତରେ ଧରାପଡିଥିଲେ। ଅଭିଯୁକ୍ତ ମାନେ ଗୋଛାପଡା ରୁ ଭଞ୍ଜନଗରକ ଅବୈଧ ମାଦକ ଦ୍ରବ୍ୟ ପରିବହନ କରୁଥିବାବେଳେ ଭଞ୍ଜନଗର ପୋଲିସ୍ ଦ୍ଵାରା ଧରାପଡ଼ିଛନ୍ତି। ସେମାନଙ୍କ ଠାରୁ ୧୩ କିଲୋ ୪୭୦ ଗ୍ରାମ ଓଜନର ଗଞ୍ଜେଇ ସହିତ ଏକ ହୋଣ୍ଡା ୧୨୫ ମୋଟରସାଇକେଲ, ନଗଦ ୨୮୨୦ ଟଙ୍କା ଓ ଦୁଇଟି ମୋବାଇଲ ଫୋନ୍ ଜବତ୍ କରାଯାଇଥିବା ସୁଚନା ମିଳିଛି।

By admin

Leave a Reply

Your email address will not be published. Required fields are marked *