ଗୁରୁ ଦିବସରେ ସମାଜସେବୀ ସମ୍ବର୍ଦ୍ଧିତ।
ସେମିଳିଗୁଡା.ତାରିଖ ୬,୯,୨୦୨୫` ସେମିଳିଗୁଡାର ବରିଷ୍ଠ ସମାଜସେବୀ ,ଏଫବିଡିଓର କୋରାପୁଟ ଜିଲ୍ଲାର ସଂପାଦିକା, ଲିଭ ଫର ଅଦର୍ସର ସାଧାରଣ ସମ୍ପାଦିକା ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ରଙ୍କୁ ସରସ୍ବତୀ ବିଦ୍ୟାମନ୍ଦିର ଦାମନଯୋଡିରେ ଗୁରୁ ଦିବସ ପାଳନ ଅବସରରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ରକ୍ତଦାନ କ୍ଷେତ୍ରରେ ତାଙ୍କ ସଂସ୍ଥାର ଉଲ୍ଲେଖନୀୟ କାର୍ଯ୍ଯ ପାଇଁ ଯୁବ ରେଡକ୍ରସର ଜିଲ୍ଲା ସଂଯୋଜକଙ୍କ ତରଫରୁ ସମ୍ବର୍ଦ୍ଧିତ କରାଯାଇ ଥିଲା। ଶିବିରରେ ମୂଖ୍ଯ ଅତିଥି ଭାବରେ ଯୋଗ ଦେଇଥିବା ନାଲକୋର ଜିଏମ୍ ଫାଇନାନ୍ସ ପ୍ରଶାନ୍ତ କୁମାର ମହାରଣା ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସେହି ସମୟରେ ମାନବ ସମ୍ବଳ ଜି ଏମ୍. ଚନ୍ଦ୍ର ମୋହନ ମହାନ୍ତ,ବିଦ୍ୟାଳୟର ସଂପାଦକ ଡକ୍ଟର ଚିତ୍ତରଞ୍ଜନ ମିଶ୍ର,ଅଧ୍ୟକ୍ଷ ଡକ୍ଟର ଶୁଭ୍ରାଂଶୁ ଶେଖର ବାହିନୀପତି ତଥା ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।ଉଲ୍ଲେଖଯୋଗ୍ଯ ଯେ ଶ୍ରୀମତୀ ମିଶ୍ର ୫୪ଥର ରକ୍ତଦାନ କରି ମହିଳା ରକ୍ତଦାନ କ୍ଷେତ୍ରରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ରେକର୍ଡ କରିଛନ୍ତି,ଓ ନିୟମିତ ରକ୍ତଦାନ ଶିବିରର ଆୟୋଜନ କରି ଆସୁଛନ୍ତି।

