ଭେଡେନ ଅମୃତ୍ କୁଟୁମ୍ ର ପଞ୍ଚମ ପ୍ରତିଷ୍ଠା ଦିବସ ଓ ଗୁରୁ ଦିବସ ପାଳନ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଭେଡେନ ଅମୃତ୍ କୁଟୁମ୍ ର ପଞ୍ଚମ ପ୍ରତିଷ୍ଠା ଦିବସ ଓ ଗୁରୁ ଦିବସ ପାଳନ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

ଭେଡେନ ଅମୃତ୍ କୁଟୁମ୍ ର ପଞ୍ଚମ ପ୍ରତିଷ୍ଠା ଦିବସ ଓ ଗୁରୁ ଦିବସ ପାଳନ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ଅମୃତ୍ କୁଟୁମ୍ ଭେଡେନ ର ପଞ୍ଚମ ପ୍ରତିଷ୍ଠା ଦିବସ ଓ ଗୁରୁ ଦିବସ ପାଳନ ଅବସରରେ ୫୧ତମ ରକ୍ତଦାନ ଶିବିର ଆୟୋଜନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ତିନି ଜଣ ବରିଷ୍ଠ ଆଦର୍ଶ ଶିକ୍ଷକ ଶ୍ରୀମାନ ଅଗ୍ନି କୁମାର ପ୍ରଧାନ,ଶ୍ରୀମାନ ଘାସିରାମ୍ ଦାଶ ଓ ଶ୍ରୀମାନ ଭିଖାରି ଚରଣ ପଧାନ ମୁଖ୍ୟ ଅତିଥି ଥିଲେ।ପ୍ରଥମେ ଅନୁଷ୍ଠାନର ସଭାପତି ଶ୍ରୀମାନ ଆନନ୍ଦ ଚନ୍ଦ୍ର ସୁନା ଓ ବରିଷ୍ଠ ସଦସ୍ୟ ଉପଦେଷ୍ଟା ଭବାନୀ ଶଙ୍କର ପାଢ଼ୀ, ଶ୍ରୀମାନ ଉତ୍ପନ୍ନ କୁମାର ଭୋଇ ଓ ଶ୍ରୀମାନ ରୁଦ୍ରନାରାୟଣ ସାହୁ, ମାଁ ସମଲେଶ୍ଵରୀ ଓ ଡକ୍ଟର୍ ସର୍ବପଲ୍ଲୀ ରାଧାକୃଷ୍ଣନ ଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପୂଜା କରି ଆନୁଷ୍ଠାନିକ ଭାବେ ରକ୍ତ ଦାନ୍ ଶିବିର କୁ ଉଦଘାଟନ କରିଥିଲେ। ଏହି ସମୟରେ ଏକ ସାଧାରଣ ସଭା ସଭାପତି ଶ୍ରୀମାନ ଆନନ୍ଦ ଚନ୍ଦ୍ର ସୁନା ଙ୍କର ସଭାପତିତ୍ବରେ ସଭା କାର୍ଯ୍ୟ ଆରମ୍ଭ ହେଲା।ପ୍ରଥମେ ତିନି ଜଣ ଗୁରୁ ଙ୍କ ପାଦ ଧୋଇ ପୂଜା କରି ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଉପଢୌକନ ତଥା ମାନପତ୍ର ଦେଇ ସମ୍ମାନିତ କରାଗଲା। ତିନି ଜଣ ଗୁରୁ ,ଗୁରୁ ଦିବସ ର ଗୁରୁତ୍ଵ ତଥା ରକ୍ତ ଦାନ୍ ର ମହତ୍ବ କୁ ବୁଝେଇ ଥିଲେ। ବରଗଡ ରକ୍ତ ଭଣ୍ଡାର୍ ର କର୍ମକର୍ତ୍ତା ଅମରଜିତ ମହାନ୍ତି ଶ୍ରିବତ୍ସ ସେଠ, ଭୁବନ ପଧାନ ଓ ବୁର୍ଲା ରକ୍ତ ଭଣ୍ଡାର୍ ର ଡାଃ ମନମନ୍ତ ଦାଶ , ଦେବାଶିଷ ମିଶ୍ର, ଲାଲୁ ବିଶ୍ବାସ, ଜନକ ବେହେରା ଙ୍କୁ ପୁଷ୍ପମାଲ୍ୟ ଓ ଉପଢ଼ୌକନ ତଥା ମାନପତ୍ର ଦେଇ ମୁଖ୍ୟ ଅତିଥି ମାନେ ସମ୍ମାନିତ କରିଥିଲେ।ସଭାକୁ ସଭାପତି ଙ୍କ ନିର୍ଦ୍ଦେଶରେ ସୁରେନ୍ଦ୍ର କୁମାର ପଣ୍ଡା ପରିଚାଳନା କରିଥିଲେ।ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରାଗଲା। ରକ୍ତ ଦାନ ଶିବିରରେ ୬ ଜଣ ମହିଳା ସମେତ ୩୬ ଜଣ ପୁରୁଷ କୁ ନେଇ ସର୍ବମୋଟ୍ ୪୨ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଗୋପି ମେହେର, ଘନସ୍ଯାମ ଅଗ୍ରୱାଲ, ବିରେନ୍ଦ୍ର ଭୋଇ, ବଂଶିଧର ବେହେରା, ମହେନ୍ଦ୍ର ସେଠ, ଘଡି ବେହେରା, ଭିଷ୍ମସିଂ ଛନ୍ଦ, ରଜତ୍ ପାତ୍ର, ନରେନ୍ଦ୍ର ଭୋଇ, ଲଲିତ୍ ସାହୁ, ଭିମ ଦୁବସାଗର୍ ଶେଷଦେବ କର୍ଣ୍ଣ, ସେବା ପରିବାର, ମାହେଶ୍ୱରୀ ସେନା, କୋସଲ୍ ସେନା ଓ କୃଷକ ସଂଗଠନ ଭେଡେନ ସଂପୂର୍ଣ୍ଣ ଭାବେ ରକ୍ତଦାନ ଶିବିରକୁ ପରିଚାଳନା ରେ ସହଯୋଗ କରି ସଫଳ କରିଥିଲେ।

By admin

Leave a Reply

Your email address will not be published. Required fields are marked *