ରାୟଗଡା ଜ଼ିଲ୍ଲା ସଭାପତି ହେଲେ ଜଗନ୍ନାଥ କାର୍ଯ୍ୟକାରୀ ସଭାପତି ପୁଆଲା ଓ ରଂଜିତ
ରାୟଗଡା ୪/୯(ଅମୁଲ୍ୟ ନିଷଙ୍କ )ରାୟଗଡା ଜ଼ିଲ୍ଲା ବିଜେଡି ସଭାପତି ପଦବି ନିମନ୍ତେ ସୁଧୀର ଦାସ ଓ ଏଁ ଭାସ୍କର ରାଓ ଙ୍କ ଗୋଷ୍ଠି ମଧ୍ୟରେ ଯେଉଁ ଶୀତଳ ଯୁଦ୍ଧ ତାହାର ଅନ୍ତ ଘଟିଛି ବହୁ କଳ୍ପନା ଜଳ୍ପନା ର ଅନ୍ତ ଘଟିଲା l ରାଜ୍ୟ ବିଜୁ ଜନତା ଦଳ ର ସଭାପତି ନବୀନ ପଟ୍ଟନାୟକ ରାୟଗଡା ଜ଼ିଲ୍ଲା ର ବିଜେଡି ସଭାପତି ଭାବେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରକା ଙ୍କୁ ଦାୟିତ୍ୱ ଦେଇଛନ୍ତି ଏଥିସହିତ କାର୍ଯ୍ୟକାରୀ ସଭାପତି ଭାବେ ଗୟାଧର ପୁଆଲ ଓ ରଂଜିତ କୁମାର ପାଣିଗ୍ରାହୀ କୁ ଦାୟିତ୍ୱ ଦେଇଛନ୍ତି l ନବୀନ ପଟ୍ଟନାୟକ ଜ଼ିଲ୍ଲା ର ଦୁଇ ବିଜେଡି ଗୋଷ୍ଠି କୁ ସନ୍ତୁଷ୍ଟ ରକ୍ଷା କରି ଜ଼ିଲ୍ଲା ସଭାପତି ଓ କାର୍ଯ୍ୟକାରୀ ସଭାପତି ପଦ ଘୋଷଣା କରିଛନ୍ତି ବୋଲି ଜ଼ିଲ୍ଲା ର ବୁଦ୍ଧିଜୀବୀ ସାଧାରଣ ଲୋକେ ଚର୍ଚ୍ଚା କରିବା ର ଶୁଣିବାକୁ ମିଳୁଛି l ସୂଚନା ଯୋଗ୍ୟଯେ ଗତ ସାଧାରଣ ନିର୍ବାଚନ ର କିଛିଦିନ ପୂର୍ବରୁ ସୁଧୀର ଦାସ ଙ୍କୁ ଜ଼ିଲ୍ଲା ସଭାପତି ପଦ ରୁ ହଟାଇ ଏନ ଭାସ୍କର ରାଓ ସଭାପତି ହୋଇଥିଲେ କିନ୍ତୁ ନିର୍ବାଚନ ରେ ଜ଼ିଲ୍ଲା ର ତିନି ଗୋଟି ଆସନ ରେ ସଚୋନୀୟ ଭାବେ ବିଜେଡି ର ପ୍ରାର୍ଥୀ ପରାଜୟ ହୋଇଥିଲେ l ନିର୍ବାଚନ ରେ ପରାଜୟ ପରେ ଉଭୟ ଗୋଷ୍ଠି ଉଭୟ କୁ ଆଙ୍ଗୁଳି ଦେଖାଇବା ରେ ଲାଗିଲେ l ଦଳ କାହାରି ପାଇଁ ରାୟଗଡା ଜ଼ିଲ୍ଲା ରେ ପରାଜୟ ହେଲା ତାହା ବିଜେଡି ନେତୃମଣ୍ଡଳୀ ଭଲ ଭାବେ ଜାଣିପାରିଲେ ଓ ଠିକ ସମୟରେ ଠିକ ପଦକ୍ଷେପ ନେଲେ ବୋଲି ଜ଼ିଲ୍ଲା ରାଜନୈତିକ ସମୀକ୍ଷକ ମାନେ କହୁଛନ୍ତି l ନୂଆ ଭାବେ ଜ଼ିଲ୍ଲା ସଭାପତି ଦାୟିତ୍ୱ ମିଳିବା ପରେ ଜଗନ୍ନାଥ ସାରକା ନିଜ ପ୍ରତିକ୍ରିୟା ରେ କହିଛନ୍ତି ଯେ ମୋତେ ନୂତନ ଭାବରେ ରାୟଗଡ଼ା ଜିଲ୍ଲା ସଭାପତି ଭାବରେ ନିଯୁକ୍ତି କରିଥୀବା ରୁ ମୁଁ ଦଳର ସୁପ୍ରିମ, ଓଡ଼ିଶାର ଗର୍ବ, ନେତୃତ୍ୱ ଓ ଉଦାରତାର ପ୍ରତୀକ ମାନ୍ୟବର ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଉଛି।ଏହି ଦାୟିତ୍ୱ ମୋ ପାଇଁ କେବଳ ଗର୍ବର କଥା ନୁହେଁ, ବରଂ ଏହା ମୋ ପାଇଁ ଏକ ବୃହତ୍ ଗୁରୁ ଦାୟିତ୍ୱ। ମୁଁ ସଦାସର୍ବଦା ଦଳର ନୀତି, ଆଦର୍ଶ, ଦୃଷ୍ଟିକୋଣ ଓ ଲକ୍ଷ୍ୟକୁ ମନେ ରଖି କାମ କରିଆସିଛି ସେଥିପାଇଁ ଦଳ ର ସୁପ୍ରିମୋ ମୋ ଉପରେ ଯେଉଁ ଆଶା ଭରସା କରିଛନ୍ତି ମୋତେ ଏହିଗୁରୁ ଦାୟିତ୍ୱ ଦେଇଛନ୍ତି ମୁ ଦଳ ର ହିତ ପାଇଁ ସମସ୍ତ ଦଳୀୟ କର୍ମୀ ଙ୍କୁ ନେଇ କାମ କରିବି ବୋଲି କହିଛନ୍ତି l ନୂତନ ସଭାପତି ଓ କାର୍ଯ୍ୟକାରୀ ସଭାପତି ଙ୍କୁ ଗୁଣୁପୁର ର ପୂର୍ବତନ ବିଧାୟକ ରଘୁନାଥ ଗମାଙ୍ଗ, ଚନ୍ଦ୍ର ଶେଖର ନାଇଡ଼ୁ ବୁଡୁ ଭାଇ, ଇପିଲି ଧବଳେଶ୍ୱର ନାଇଡ଼ୁ, ଶିବା ଦେସିଟି ଧିରୁ ପାଣିଗ୍ରାହୀ, ପି ଗୌରୀ ଶଙ୍କର, ଜି ଶ୍ରୀନିବାସ, ଗଗନ ଆଚାର୍ଯ୍ୟ, କେଦାର ସାହୁ, ଅନୁସୟା ମାଝୀ, ଙ୍କ ସମତେ ବହୁ କର୍ମୀ ଅଭିନନ୍ଦନ ଜଣାଇବା ସହିତ ନବୀନ ପଟ୍ଟନାୟକ ଙ୍କୁ ଧନ୍ୟବାଦ ଜଣାଇଛନ୍ତି!

