ମା ପାଇଁ ଗଛ ଟିଏ ସଚେତନତା ରଥ ଉଦଘାଟିତ ।ମା ପାଇଁ ଗଛ ଟିଏ ସଚେତନତା ରଥ ଉଦଘାଟିତ ।

ମା ପାଇଁ ଗଛ ଟିଏ ସଚେତନତା ରଥ ଉଦଘାଟିତ ।

ଗଜପତି ,(ମନୋଜ ପାଢୀ) ଗଜପତି ଜିଲ୍ଲା ମୋହନା ବନ ବିଭାଗ ପକ୍ଷରୁ ମା ପାଇଁ ଗଛ ଟିଏ ସଚେତନତା ରଥ ଉଦଘାଟିତ ହୋଇଯାଇଛି। ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ମୋହନା ବିଡ଼ିଓ ରାଜୀବ ଦାସ ଯୋଗଦେଇ ଏହି ରଥକୁ ଉଦଘାଟନ କରିଛନ୍ତି l ମୋହନା ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀ ପ୍ରସାଦ ବିଷୋୟୀ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମ ରେ ପରିବେଶ ର ସୁରକ୍ଷା ପାଇଁ ଗଛ ନିହାତି ଆବଶ୍ୟକ । ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଆହ୍ୱାନ କ୍ରମେ ପ୍ରତ୍ୟେକ ବ୍ୟକ୍ତି ବୃକ୍ଷ ରୋପଣ କରିବା ସହ ମା ପାଇଁ ଗଛ ଟିଏ ଲଗାଇବାକୁ କାର୍ଯ୍ୟକ୍ରମ ରେ ଅତିଥି ମାନେ କହିଛନ୍ତି। ଏହି ସଚେତନତା ରଥ ପ୍ରତ୍ୟେକ ଗାଁରେ ବୁଲିବା ସହ ମା ପାଇଁ ଗଛ ଟିଏ ଲଗାଇବାକୁ ଲୋକଙ୍କୁ ସଚେତନ କରାଯିବ ବୋଲି ବନାଞ୍ଚଳ ଅଧିକାରୀ କହିଛନ୍ତି । ଏହି କାର୍ଯ୍ୟକ୍ରମ ରେ ମୋହନା ସରପଞ୍ଚ ସୁନିତା ମଲିକ, ବନପାଳ ଲକ୍ଷ୍ମୀକାନ୍ତ ପlତ୍ର, ବନରଖି ଗାୟତ୍ରୀ ପ୍ରଧାନ, ସମସ୍ତ ୱାର୍ଡ ସଭ୍ୟ ଓ ମହିଳା ସଂଘ ଯୋଗଦେଇଥିଲେ ।

By admin

Leave a Reply

Your email address will not be published. Required fields are marked *