ବିଷାକ୍ତ ସର୍ପ ଧ୍ୱଂସନରେ ସପ୍ତମ ଶ୍ରେଣୀ ଛାତ୍ର ଦୁଷ୍ମନ୍ତ ର ମୃତ୍ୟୁବିଷାକ୍ତ ସର୍ପ ଧ୍ୱଂସନରେ ସପ୍ତମ ଶ୍ରେଣୀ ଛାତ୍ର ଦୁଷ୍ମନ୍ତ ର ମୃତ୍ୟୁ

ବିଷାକ୍ତ ସର୍ପ ଧ୍ୱଂସନରେ ସପ୍ତମ ଶ୍ରେଣୀ ଛାତ୍ର ଦୁଷ୍ମନ୍ତ ର ମୃତ୍ୟୁ

ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତ ନାରାୟଣପୁର ଗ୍ରାମର ଦେବେନ୍ଦ୍ର କୌଶଲ୍ୟା ଙ୍କ ଦ୍ୱିତୀୟ ପୁତ୍ର ଦୁଷ୍ମନ୍ତ କୌଶଲ୍ୟା ଙ୍କ ମୃତ୍ୟୁ ଖବର କୁ ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି | ସୂଚନା ମୁତାବକ ଗତ କାଲି ରାତିରେ ଖାଇସାରି ନିଜ ଘରେ ଶୋଇଥିବା ବେଳେ ହଠାତ ବିଷଧର ସର୍ପ ଟି ଦୁଷ୍ମନ୍ତକୁ ଧ୍ୱଂସନ କରିବା ଫଳରେ ଚମକି ଉଠି ଘର ଲୋକଙ୍କୁ କହିଥିଲା | ଘର ଲୋକେ ଓ ସାହି ପୋଡ଼ସୀ ସାଙ୍ଗେ ସାଙ୍ଗେ ଦୁଷ୍ମନ୍ତକୁ ସ୍ଥାନୀୟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ସହ ସର୍ପକୁ ଖୋଜା ଖୋଜି କରିଥିଲେ କିନ୍ତୁ ସର୍ପ ଟି ଜଙ୍ଗଲ ମଧ୍ୟକୁ ଚାଲି ଯାଇଥିଲା | ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଦୁଷ୍ମନ୍ତର ଅବସ୍ଥା ଗୁରୁତର ଥିବାରୁ ତୁରନ୍ତ ଚିକିତ୍ସା ଆରମ୍ଭ କରିଥିଲେ | ଚିକିତ୍ସା ସମୟରେ ଡାକ୍ତର ଦୁଷ୍ମନ୍ତକୁ ମୃତ୍ୟୁ ଘୋଷଣା କରିଥିବାରୁ ମୃତ୍ୟୁ ଶରୀର କୁ ବ୍ୟବଛେଦ କରି ନିଜ ଗାଁ କୁ ଆଣି ଶବ ସତ୍କାର କରାଯିବା ନେଇ ଦୁଷ୍ମନ୍ତ ଙ୍କ ପରିବାର ବର୍ଗ ପ୍ରକାଶ କରିଛନ୍ତି | ସୂଚନା ମୁତାବକ ଦୁଷ୍ମନ୍ତ ନାରାୟଣପୁର ଉଚ୍ଚ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଅଧ୍ୟୟନ କରୁଥିଲେ | କଲ୍ୟାଣସିଂହପୁର ଅଞ୍ଚଳରେ ସର୍ପ ଧ୍ୱଂସନରେ ଏହିପରି ଅନେକ ଛାତ୍ର ମାନଙ୍କ ମୃତ୍ୟ ଖବର ଆସୁ ଥିବାର ନଜିର ରହିଛି ଏଣୁ ମୃତ୍ୟୁ ଦୁଷ୍ମନ୍ତ ଙ୍କୁ ସରକାରୀ ସହାୟତା ପ୍ରଦାନ ନିମନ୍ତେ ଅଞ୍ଚଳ ବାସି ନେହୁରା ହୋଇ ଗୁହାରୀ କରିଛନ୍ତି |ରାୟଗଡ଼ା ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ

By admin

Leave a Reply

Your email address will not be published. Required fields are marked *