ପବିତ୍ର ଗୁରୁ ଦିବସ ଅବସର ରେ ଦୁଇଟି ସ୍ଥାନ ରେ ରକ୍ତ ଦାନ ଶିବିର ସର୍ବମୋଟ ୭୫ୟୁନିଟ ରକ୍ତ ସଂଗୃହୀତପବିତ୍ର ଗୁରୁ ଦିବସ ଅବସର ରେ ଦୁଇଟି ସ୍ଥାନ ରେ ରକ୍ତ ଦାନ ଶିବିର ସର୍ବମୋଟ ୭୫ୟୁନିଟ ରକ୍ତ ସଂଗୃହୀତ

ପବିତ୍ର ଗୁରୁ ଦିବସ ଅବସର ରେ ଦୁଇଟି ସ୍ଥାନ ରେ ରକ୍ତ ଦାନ ଶିବିର ସର୍ବମୋଟ ୭୫ୟୁନିଟ ରକ୍ତ ସଂଗୃହୀତ…..

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ତା-୦୫-୦୯-୨୦୨୫ରିଖ (ଶୁକ୍ର ବାର)ପବିତ୍ର ଗୁରୁ ଦିବସ ଅବସର ରେ ବରଗଡ଼ ଜିଲ୍ଲା ବରପାଲି ବ୍ଲକ ରେମତା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୃଷକ ପଲ୍ଲୀ ଗ୍ରାମ ରେ ନିଷ୍ଠା ପରିବାର ଓ ବୋଲ ବମ୍ ସଂଘ ର ମିଳିତ ଆନୁକୁଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର ରେ ଆଦର୍ଶ ଶିକ୍ଷକ ଶ୍ରୀ ସୁଧୀର କୁମାର ମହାରଣା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶିବିର ର ଶୁଭାରମ୍ଭ କରିଥିଲେ। ଏହି ଶିବିର ରୁ ସର୍ବମୋଟ ୪୨ୟୁନିଟ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା।ରଞ୍ଜନ ଗଡତିଆ, କୁନା ମହାରଣା, ବିନାୟକ ସାହୁ , ସୁତପା ଗଡତିଆ ଓ ବୋଲ ବମ୍ ସଙ୍ଘ ର ଅନ୍ୟ କର୍ମକର୍ତ୍ତା ମାନେ ଶିବିର ର ସୁପରିଚାଳନା କରିଥିଲେ।ଠିକ୍ ସେହିପରି ସରସ୍ଵତୀ ମଣ୍ଡପ,ଅତାବିରା ଠାରେ ପ୍ରାଥମିକ ଶିକ୍ଷା ସାଂସ୍କୃତିକ ଅନୁଷ୍ଠାନ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର କୁ ଏ ଡି ଇ ଓ ସରୋଜ ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶିବିର ର ଶୁଭାରମ୍ଭ କରିଥିଲେ। ସମ୍ବାନିତ ଅତିଥି ଭାବରେ ବି.ଇ.ଓ ମିଶ୍ରାଣି କୁମ୍ଭାର ଏ.ବି.ଇ ଓ କାର୍ତ୍ତିକ ବାଗ ଭେଡେନ ବି.ଇ.ଓ ମଛିନ୍ଦ୍ର ମଲ୍ଲିକ, ରଶ୍ମି ରଞ୍ଜନ ସାହୁ ସଭାପତି ଶିକ୍ଷକ ସଂଘ, ନନ୍ଦି ଘୋଷ ଭୁଏ, ସୁଦାମ ଭୁଏ, ଭବାନୀ ଶଙ୍କର ପଧାନ ଏହି ଶିବିର ରେ ସର୍ବମୋଟ ୩୩ୟୁନିଟ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା। ଉଭୟ ଶିବିର ରୁ ସର୍ବମୋଟ ୭୫ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ଉଭୟ ଶିବିର ଆୟୋଜନ ପାଇଁ ବୋଲବମ ସଙ୍ଘ ଓ ପ୍ରାଥମିକ ଶିକ୍ଷା ସାଂସ୍କୃତିକ ଅନୁଷ୍ଠାନ ର କର୍ମକର୍ତ୍ତା ଙ୍କୁ ସ୍ମୃତି ଫଳକ ସମ୍ବର୍ଦ୍ଧିତ କରାଯାଇଥିଲା। ଉଭୟ ଶିବିର ରେ ନିଷ୍ଠା ପରିବାର ର ସଦସ୍ୟ ସଦସ୍ୟା ମାନେ ଯୋଗ ଦେଇ ସୁପରିଚାଳନା କରିଥିଲେ। ସମସ୍ତ ରକ୍ତ ଦାତା ସହଯୋଗୀ ଶୁଭେଛୁ ଓ ଆୟୋଜକ ବନ୍ଧୁ ମାନଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ।

By admin

Leave a Reply

Your email address will not be published. Required fields are marked *