ପବିତ୍ର ଗୁରୁଦିବସ ଉପଲକ୍ଷେ ଶିକ୍ଷକ ସମ୍ବର୍ଦ୍ଧିତ।ପବିତ୍ର ଗୁରୁଦିବସ ଉପଲକ୍ଷେ ଶିକ୍ଷକ ସମ୍ବର୍ଦ୍ଧିତ।

ପବିତ୍ର ଗୁରୁଦିବସ ଉପଲକ୍ଷେ ଶିକ୍ଷକ ସମ୍ବର୍ଦ୍ଧିତ।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ଝରାପାଲି ବାମଦେବ ପାଢ଼ୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସଂଜୀବ କୁମାର ପ୍ରଧାନ କୁଂ ଭରତ ର ଦ୍ଵିତୀୟ ରାଷ୍ଟ୍ରପତି, ଭାରତ ରତ୍ନ ସର୍ବପଲ୍ଲୀ ରାଧାକ୍ରିଷ୍ଣନ କଂ ସ୍ଵନକ୍ଷତ୍ର ଦିବସ ତଥା ଗୁରୁ ଦିବସ ରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ରେ ସମ୍ମାନିତ କରାଯାଇଥିଲା। ବରଗଡ ବିଜ୍ଞାନ କେନ୍ଦ୍ର ର ଅଡିଟୋରିୟମ ଠାରେ ଜିଲ୍ଲାସ୍ତରୀୟ ଗୁରୁଦିବସ ଉତ୍ସବ ତଥା ମୁଖ୍ୟମନ୍ତ୍ରୀ ଶିକ୍ଷା ସମାରୋହ ର ସଭାପତି ବରଗଡ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ବିଶ୍ୱନାଥ ସାହୁ ମୁଖ୍ୟ ଅତିଥି, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତି ମଧୁଛନ୍ଦା ସାହୁ ଓ ଜିଲ୍ଲା ଶିକ୍ଷା ଏବଂ ତାଲିମ ପ୍ରତିଷ୍ଠାନ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ରଜନୀକାନ୍ତ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଥିଲେ ଅନ୍ୟାନ୍ୟ ଅତିଥି ମାନଙ୍କ ଗହଣରେ ଶିକ୍ଷକ ସଂଜୀବ କୁମାର ପ୍ରଧାନ କୁଂ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ଧ ବିଶ୍ବାସ ଦୂରୀକରଣ ତଥା ଗ୍ରାମାଞ୍ଚଳରେ ବିଜ୍ଞାନ ଶିକ୍ଷା କୁ ଲୋକାଭିମୁଖୀ ଏବଂ ଅଲ୍ପ ଖର୍ଚ୍ଚ ରେ ସୁନ୍ଦର ସୁନ୍ଦର ବିଜ୍ଞାନ ପ୍ରକଳ୍ପ ତିଆରି କରିବା ପାଇଁ ଶ୍ରୀ ପ୍ରଧାନ କଂ ବିଶେଷ ଅବଦାନ ରହିଛି। ଏହି ପୁରସ୍କାର ପାଇଥିବାରୁ ଭେଡେନ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ମଛିଦ୍ର ମଲ୍ଲିକ ତଥା ଅଂଚଳ ଶିକ୍ଷକ, ଶିକ୍ଷାପ୍ରେମୀ ମାନେ ଶୁଭେଚ୍ଛା ଓ ଅଭିନଂଦନ ଜ୍ଞାପନ ଜଣାଇଛନ୍ତି।

By admin

Leave a Reply

Your email address will not be published. Required fields are marked *