ଚୋରି ହୋଇଥିବା ହନୁମାନ ଗଦା ଉଦ୍ଧାର, ଦୁଇ ଗିରଫ।
( କୈଳାଶ ଚନ୍ଦ୍ର ଚୌଧୁରୀ , ବ୍ରହ୍ମପୁର )ଛତ୍ରପୁର ଥାନା ଅନ୍ତର୍ଗତ ଲଣ୍ଡା ବାଉଁଶ ଗ୍ରାମ ହନୁମାନ ମନ୍ଦିର ରେ ଗତ କିଛି ଦିନ ତଳେ ପ୍ରଭୁ ହନୁମାନଙ୍କର କିଛି ଅଳଙ୍କାର ଓ ଧାତୁ ନିର୍ମିତ ଗଦା ଚୋରି ହୋଇଥିଲା ଓ ଗ୍ରାମ କମିଟି ପକ୍ଷରୁ ଛତ୍ରପୁର ଥାନାରେ ଏତଲା ଦାଏର ହୋଇଥିଲା। ଏତଲା କୁ ଭିତ୍ତି କରି ଛତ୍ରପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଏକ ଟିମ୍ ଗଠନ କରି ଘଟଣାର ଅନୁସନ୍ଧାନ ଚଳାଇ ଚୋରି ହୋଇଥିବା ପ୍ରାୟ ୫ କିଲୋ ଓଜନର ଗଦା ପାଇବା ସହ ଉକ୍ତ ଗ୍ରାମର ସନ୍ତୋଷ ଗୌଡ ଓ ଶିବ ସାହୁ ନାମକ ଦୁଇ ଯୁବକ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

