ଗୁରୁଦିବସ ପାଳନ ଅବସରରେ ନାଲକୋ ଏସଭିଏମରେ ୪୮ ୟୁନିଟ ରକ୍ତ ସଂଗ୍ରହଗୁରୁଦିବସ ପାଳନ ଅବସରରେ ନାଲକୋ ଏସଭିଏମରେ ୪୮ ୟୁନିଟ ରକ୍ତ ସଂଗ୍ରହ

ଗୁରୁଦିବସ ପାଳନ ଅବସରରେ ନାଲକୋ ଏସଭିଏମରେ ୪୮ ୟୁନିଟ ରକ୍ତ ସଂଗ୍ରହ

ସେମିଳିଗୁଡା: ତାରିଖ ୦୫.୦୯.୨୦୨୫: ନବରତ୍ନ କମ୍ପାନୀ ନାଲକୋ ,ଦାମନଯୋଡିସ୍ଥିତ ସରସ୍ବତୀ ବିଦ୍ୟାମନ୍ଦିରରେ ଗୁରୁଦିବସ ପାଳନ ଅବସରରେ ଯୁବ ରେଡକ୍ରସ ଓ ରେଡ ରିବନ କ୍ଲବ ମିଳିତ ଆନୁକୁଲ୍ୟରେ ଏକ ବିରାଟ ରକ୍ତଦାନ ଶିବିରର ଆୟୋଜିତ୍ ହୋଇଯାଇଅଛି। ବିଦ୍ୟା ମନ୍ଦିରର ବରିଷ୍ଠ ଶିକ୍ଷକ ତଥା ଯୁବ ରେଡକ୍ରସ ଜିଲ୍ଲା ସଂଯୋଜକ ଡକ୍ଟର ନରେଶ ଚନ୍ଦ୍ର ସାହୁଙ୍କ ନେତୃତ୍ବରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା।ନାଲକୋର ମହା ପ୍ରବନ୍ଧକ ତଥା ଏସଭିଏମର ପରିଚାଳନା ସମିତିର ବିତ୍ତ ସଭ୍ୟ ପ୍ରଶାନ୍ତ କୁମାର ମହାରଣା ନିଜେ ରକ୍ତଦାନ ପୂର୍ବକ ଫିତା କାଟି ଶିବିର ଉଦଘାଟନ କରିଥିଲେ। ନାଲକୋ ବିଦ୍ୟାମନ୍ଦିର ସଭାପତି ପୁରୁଷୋତ୍ତମ ମହାନ୍ତ ସି ଜି ଏମ ମାଇନସ,ସଂପାଦକ ଡକ୍ଟର ଚିତ୍ତରଂଜନ ମିଶ୍ର, ଅଧ୍ୟକ୍ଷ ଡ଼ଃ ଶୁଭ୍ରାଂଶୁ ଶେଖର ବାହିନୀପତି, ପି . କେ ମହାରଣା , ଜି ଏମ ଫାଇନାନ୍ସ ପି କେ ମହାରଣା, ଚନ୍ଦ୍ର ମୋହନ ମହାନ୍ତ , ମହାପ୍ରବନ୍ଧକ ଶଙ୍କର ସେନଗୁପ୍ତl,ଏଫବିଡିଓ କୋରାପୁଟ ଶାଖାର ସଂଯୋଜିକା ତଥା ଲିଭ ଫର ଅଦର୍ସର ସାଧାରଣ ସମ୍ଫାଦିକା ସ୍ନିଗ୍ଧାରାଣୀ ମିଶ୍ର ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇ ରକ୍ତଦାତାଙ୍କୁ ଉସ୍ଚାହିତ କରିଥିଲେ। ଉକ୍ତ ଶିବିରରୁ ସମୁଦାୟ ୪୮ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। କୋରାପୁଟ ଶହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟର ରକ୍ତ କେନ୍ଦ୍ରର ଷ୍ଟାଫ ରଞ୍ଜିତ ସାହୁ, ମନୋରଞ୍ଜନ ସୁନା, ସଞ୍ଜୟ ସିଂ ରକ୍ତ ସଂଗ୍ରହ କରିଥିଲେ। ଡଃ ନରେଶ ଚନ୍ଦ୍ର ସାହୁ, ଡକ୍ଟର ନିରୋଦ କୁମାର ପ୍ରଧାନ, ରଚନା, ସ୍ମୃତି,ନାରାୟଣ ଲାମତା,ଯୁବ ରେଡକ୍ରସ ଓ ରେଡ ରିବନ କ୍ଲବର ସ୍ବେଚ୍ଛାସେବୀମାନେ ସହଯୋଗ କରିଥିଲେ। ଏଥି ସହିତ ବିଦ୍ୟାମନ୍ଦିର ଅଡିଟୋରୀୟମ ରେ ଅଧକ୍ଷ ଡଃ ଶୁଭ୍ରାଂଶୁ ଶେଖର ବାହିନୀପତିଙ୍କ ଅଧ୍ୟକ୍ଷତାରେ ଗୁରୁଦିବସ ଉପଲକ୍ଷେ ଏକ ସଭାର ଆୟୋଜନ କରଯାଇଥିଲା। ଏଥିରେ ପରିଚାଳନା ସମିତିର ସଭପତି ପୁରୁଷୋତ୍ତମ ମହନ୍ତ, ସମ୍ପାଦକ ଡ଼ାଃ ଚିତ୍ତରଞ୍ଜନ ମିଶ୍ର, ପ୍ରଶାନ୍ତ କୁମାର ମହାରଣା, ନିମନ୍ତ୍ରିତ ଅତିଥି ଭାବେ ଚନ୍ଦ୍ର ମୋହନ ମହାନ୍ତ , ମହାପ୍ରବନ୍ଧକ ଶଙ୍କର ସେନଗୁପ୍ତl,ସ୍ନିଗ୍ଧା ରାଣୀ ମିଶ୍ର, ଓ ଶ୍ରୀ ପ୍ରଦୀପ କୁମାର ଜଗତୀ ଯୋଗଦେଇଥିଲେ ଓ ବକ୍ତବ୍ୟ ପ୍ରଦାନ କରିଥିଲେ। ବରିଷ୍ଠ ଶିକ୍ଷୟିତ୍ରୀ ଡଃ ଗୋଧୂଳି ଦୋରା, ଅନୁରାଧା ପାଟନାକୁନି ଓ ଉଦ୍ଧବ ପାତ୍ର ବକ୍ତବ୍ୟ ପ୍ରଦାନ କରିଥିଲେ।ଡ଼ଃ ସ୍ଵାତୀ ଚାଟାର୍ଜୀ ସଭା ପରିଚାଳନା କରିଥିଲେ। ପରିଶେଷରେ ଅନୁଜା ସରକାର ଓ ପ୍ରଜ୍ଞା ପାଣିଗ୍ରାହୀଙ୍କ ଉଦ୍ୟମରେ ଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ସଙ୍ଗୀତ ଶିକ୍ଷକ ବୃନ୍ଦାବନ ଖଣ୍ଡୁଆଳ ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ। ଏଫ୍ ବି ଡି ଓ ତରଫରୁ ଆବଶ୍ୟକୀୟ ସହାୟତା ପ୍ରଦାନ ଦାନ କରାଯାଇଥିଲା।

By admin

Leave a Reply

Your email address will not be published. Required fields are marked *