କୋଡୀଙ୍ଗାମାଳୀ ବକ୍ସାଇଟ ଖଣି ଖନନ ବନ୍ଦ ନିମନ୍ତେ ଦାବିକୋଡୀଙ୍ଗାମାଳୀ ବକ୍ସାଇଟ ଖଣି ଖନନ ବନ୍ଦ ନିମନ୍ତେ ଦାବି

କୋଡୀଙ୍ଗାମାଳୀ ବକ୍ସାଇଟ ଖଣି ଖନନ ବନ୍ଦ ନିମନ୍ତେ ଦାବି

ରାୟଗଡ଼ା- କୋଡ଼ିଙ୍ଗାମାଳି ବକ୍ସାଇଟ ଖଣି ଖନନ ବନ୍ଦ କରିବା ପାଇଁ ଏହାର ପାରିପାଶ୍ୱିର୍କ ଏବଂ ପ୍ରଭାବିତ ଅଂଚଳବାସୀ ବୁଧବାର ଅପରାହ୍ନରେ ଜିଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଏହି ଦାବି ପତ୍ର ପ୍ରଦାନ ବେଳେ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁତା, ରାୟଗଡ଼ା ବିଧାୟକ ଆପଲସ୍ୱାମୀ କାଡ୍ରାକା, ଜିଲା କଂଗ୍ରେସ ସଂଯୋଜକ ଦୁର୍ଗା ପ୍ରସାଦ ପଣ୍ଡା, ପୂର୍ବତନ ଏମପି ଝିନ ହିକକା, ଭାଜପା ବରିଷ୍ଠ ନେତା କାଳିରାମ ମାଝି, ପୂର୍ବତନ ବିଧାୟକ ମକରନ୍ଦ ମୁଦୁଲି, ଭାଜପା ଯୁବମୋର୍ଚ୍ଚା ରାଜ୍ୟ ଉପସଭାପତି ନୀଳାଦ୍ରି ପାତ୍ରଙ୍କ ସମେତ ଶତାଧିକ ଅଂଚଳବାସୀ ଉପସ୍ଥିତ ଥିଲେ । ଦାବି ପତ୍ର ଅନୁସାରେ ଅଂଚଳବାସୀଙ୍କ ଅଭିଯୋଗ ଯେ, ପ୍ରାୟ ୧୮ବର୍ଷ ପରେ ଅଂଚଳରେ ଏକ ପ୍ରକଳ୍ପ ହେବା ନେଇ ସରକାର ଘୋଷଣା କରିଥିବା ବେଳେ ତାହାର କାରଖାନା ପ୍ରତିଷ୍ଠା ନିର୍ମାଣ ଚାଲୁ ରହିଛି । ତେବେ ୨୦୧୭-୧୮ ମସିହାରୁ ବେଦାନ୍ତ ଆଲୁମିନା କୋଡ଼ିଙ୍ଗାମାଳିରୁ ବକ୍ସାଇଟ ଖଣି ଖନନ କରୁଛି । ତେବେ ଅଂଚଳରେ ପ୍ରକଳ୍ପ ନାହିଁ ତ ଖଣି ନାହିଁ ଏବଂ ନିଯୁକ୍ତି ନାହିଁ ତ ଖଣି ନାହିଁ ବୋଲି ଅଚଂଳବାସୀ ଦାବି କରିଛନ୍ତି । ବେଦାନ୍ତ ପୂର୍ବରୁ ୩ ମିଲିୟନ ଟନ ଖଣି ଖନନ ଅନୁମତି ପାଇଛି ଏବଂ ବର୍ତମାନ ୬ ମିଲିୟନ ଟନ୍ ଖଣି ଖନନ ପାଇଁ ଓଡ଼ିଶା ଖଣି ନିଗମ ସହିତ ଯୋଜନା ପ୍ରୟାସ ଚଲାଇଥିବାକୁ ଅଂଚଳବାସୀ ବିରୋଧ କରୁଛନ୍ତି । ଅନ୍ୟପକ୍ଷରେ ବେଦାନ୍ତ ଯଦି ଅଂଚଳରେ ପ୍ରକଳ୍ପ ପ୍ରତିଷ୍ଠା କରେ ତେବେ ଅଂଚଳବାସୀ ଏହାକୁ ସ୍ୱାଗତ କରିବେ ବୋଲି କହିଛନ୍ତି । ଯଦି ରାଜ୍ୟ ସରକାର ଏହି ସମସ୍ତ ଦାବିଗୁଡ଼ିକ ପ୍ରତି ଧ୍ୟାନ ଦେବାକୁ ଅଂଚଳବାସୀ ଦାବି କରିଛନ୍ତି । ଏଥି ସହିତ ସେପ୍ଟେମ୍ବର ୧୦ ତାରିଖରେ କୋରାପୁଟ ଜିଲା ଲକ୍ଷ୍ମୀପୁର ଠାରେ ଏକ ବିଶାଳ ଜନଆନ୍ଦୋଳନ କରିବା ସହିତ ୧୧ ତାରିଖ ଠାରୁ ଖଣି ପରିବହନ ସମ୍ପୂର୍ଣ୍ଣ ବନ୍ଦ କରିବେ ବୋଲି ଅଂଚଳବାସୀ କହିଛନ୍ତି । ତେବେ ଦାବି ପତ୍ର ଗ୍ରହଣ କରିବା ପରେ ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଇବେ ବୋଲି କହିଛନ୍ତି ।

By admin

Leave a Reply

Your email address will not be published. Required fields are marked *