ଗଛ ପଡି ରାସ୍ତା ଅବରୋଧ ।ଗଛ ପଡି ରାସ୍ତା ଅବରୋଧ ।

ଗଛ ପଡି ରାସ୍ତା ଅବରୋଧ ।

ଗଜପତି(ମନୋଜ ପାଢୀ) : ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ସାତମାଇଲ-ବାଘଶାଳା ପୂର୍ତ୍ତ ବିଭାଗର ମୁଖ୍ୟରାସ୍ତାରେ ବର୍ଷା ଯୋଗୁଁ ରାସ୍ତା ଉପରେ ଗଛପଡି ଅବରୋଧ ହୋଇଥିଲା । ଫଳରେ ସାତମାଇଲ, ବାଘଶାଳା, ତାମ୍ପରକଇଠା, ବାପୁଜୀପେଣ୍ଠ, ଜଙ୍ଗଲପାଡୁ, ବଡଗାଁ, ଭିନ୍ନଳା ଆଦି ଗ୍ରାମକୁ ଯାତାୟତ ପ୍ରଭାବିତ ହେବା ସହ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ପ୍ରାୟ 6 ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ଲୋକେ ଯାତାୟତ କରିପାରୁନଥିଲେ । ଏପରିକି ଅନେକ ଗ୍ରାମବାସୀ ଅନ୍ୟରାସ୍ତା ଦେଇ ଯାତାୟତ କରିଥିବା ବେଳେ ବହୁ ଗ୍ରାମବାସୀ ଯାତାୟତ କରିପାରିନଥିଲେ । ତେବେ ସନ୍ଧ୍ୟା ସମୟରେ ପାରଳାଖେମୁଣ୍ଡି ଅଗ୍ନିଶମବାହିନୀ ପହଞ୍ଚି ଗଛଟିକୁ କାଟିବା ଯୋଗୁଁ ଯାତାୟତରେ ସୁବିଧା ହୋଇଥିଲା ।

By admin

Leave a Reply

Your email address will not be published. Required fields are marked *