ଏଆଇସିସି ପ୍ର୍ୟବେକ୍ଷକ ରିଜୱାନି ଙ୍କ ରାୟଗଡା ଗସ୍ତ
ରାୟଗଡା ( ଅମୁଲ୍ୟ ନିଷଙ୍କ ) ରାୟଗଡା ଜ଼ିଲ୍ଲା କଂଗ୍ରେସ ସଭାପତି ଚୟନ ପ୍ରକ୍ରିୟା କୁ ଗତିଶୀଳ କରିବା ସହ କଂଗ୍ରେସ ଦଳ କୁ ମଜବୁତ କରିବା ନିମନ୍ତେ ଏଆଇସିସି ପର୍ଯ୍ୟବେକ୍ଷକ ରିଜୱାନି ଅର୍ଶଦ ଆଜି ମଙ୍ଗଳବାର ଦିନ ଜ଼ିଲ୍ଲା ରର ପହଂଚି ଦଳ ର ସ୍ଥିତି ଉପରେ ସମୀକ୍ଷା କରିବା ସହିତ ସ୍ଥାନୀୟ ନଗର ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ରେ ଯୋଗ ଦେବା ସହିତ କର୍ମୀ ନେତା ଙ୍କ ସହିତ ଆଲୋଚନା କରିଛନ୍ତି l ଓଡିଶା ରର ଆଗାମୀ ପୌର ଓ ପଂଚାୟତ ନିର୍ବାଚନ ନିମନ୍ତେ କୌଣସି ପ୍ରକାରେ କଂଗ୍ରେସ ଦଳ କୁ ଶକ୍ତି ଶାଳୀ କରାଯିବ ଓ ପୁରୁଣା କର୍ମୀ କିପରି ଭାବେ ଦଳ କୁ ଫେରିବେ ସେଥିପାଇଁ କର୍ମୀ ଙ୍କ ମତାମତ ନେଇଥିଲେ l ଜ଼ିଲ୍ଲା ରର କଂଗ୍ରେସ ର ସ୍ଥିତି ବହୁତ ମଜବୁତ ଜ଼ିଲ୍ଲା ରେ ତିନୋଟି ବିଧାୟକ ଓ ଏକ ଏମପି ହୋଇଥିବାରୁ ଦଳ ଅଧିକ ସୁଦୃଢ ହେବ ବୋଲି କହିଥିଲେ l ଚଳିତ ମାସ 7 ତାରିଖ ପର୍ଯ୍ୟନ୍ତ ଜ଼ିଲ୍ଲା ର ତିନିଗୋଟି ବିଧାନସଭା ର ବିଭିନ୍ନ ଅଂଚଳ ଗସ୍ତ କରି କର୍ମୀ ଙ୍କ ସହ ଆଲୋଚନା କରି ଅନ୍ତିମ ରିପୋର୍ଟ ଏଆଇସିସି ସଭାପତି ପ୍ରଦାନ କରିବେ ବୋଲି ସୂଚନା ମିଳିଛି l ଏଆଇ ସି ସି ପ୍ର୍ୟବେକ୍ଷକ ୩ ତାରିଖ ରେ କୋଳନରା ଓ ରାମନାଗୁଡ଼ା ବ୍ଲକ, ୪ ତାରିଖ ରେ କାଶୀପୁର ଓ କଲ୍ୟାଣସିଂପୁର, ୫ ତାରିଖରେ ବିଷମକଟକ ଓ ମୁନିଗୁଡା ବ୍ଲକ, ୬ ତାରିଖରେ ଚନ୍ଦ୍ରପୁର ଓ ଗୁଡାରି, ୭ ତାରିଖରେ ପଦ୍ମପୁର ଓ ଗୁଣୁପୁର ବ୍ଲକ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି lଆଜିର ଏହି ସମ୍ମିଳନୀ ରେ ରାୟଗଡା ଜ଼ିଲ୍ଲା କଂଗ୍ରେସ ସଂଯୋଜକ ଦୁର୍ଗା ପ୍ରସାଦ ପଣ୍ଡା, ବିଧାୟକ ଆପାଳସ୍ୱାମୀ କାଡ୍ରକା, ବିଧାୟକ ନୀଳମାଧବ ହିକକା, ସୁନୀଲ ପଣ୍ଡା, ଙ୍କ ସମତେ ବହୁ କର୍ମୀ ଉପସ୍ଥିତ ଥିଲେ l

