ରାୟଗଡାରେ ଟାଙ୍ଗିଆ ଆକ୍ରମଣ: ରେଲି ଶାହୀର ରାଜାନ୍ନା ଯେମଷ ଗୁରୁତରରାୟଗଡାରେ ଟାଙ୍ଗିଆ ଆକ୍ରମଣ: ରେଲି ଶାହୀର ରାଜାନ୍ନା ଯେମଷ ଗୁରୁତର

ରାୟଗଡା ସହରରେ ରେଲି ଶାହୀ ଅଞ୍ଚଳର ରାଜାନ୍ନା ଯେମଷଙ୍କୁ ଗୋଟିଏ ଦୁର୍ବୃତ୍ତ ଟାଙ୍ଗିଆ ସହିତ ମରଣାନ୍ତକ ଆକ୍ରମଣ କରିଥିବା ସୂଚନା ମିଳିଛି।ପରିବାର ପକ୍ଷରୁ ଦେଇଥିବା ସୂଚନା ଅନୁଯାୟୀ, ରାଜାନ୍ନା ବଜାରରୁ ଘରକୁ ଫେରୁଥିବା ସମୟରେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଛପଟ ରାସ୍ତାରେ ଏହି ଆକ୍ରମଣ ହୋଇଥିଲା।ଆକ୍ରମଣରେ ଗୁରୁତର ଅବସ୍ଥାରେ ଥିବା ରାଜାନ୍ନାଙ୍କୁ ସତ୍ବରାଗତିରେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିବାବେଳେ, ପୋଲିସ ତଦନ୍ତ ଆରମ୍ଭ କରିଛି।

By admin

Leave a Reply

Your email address will not be published. Required fields are marked *