ବିଶେଷ ସୂତ୍ରରୁ ଖବର ପାଇ ଚିନ୍ତାଗୁମ୍ଫା ଥାନା ଅଂଚଳର ପେଣ୍ଟାପାଡା, ଏଣ୍ଟାପାଡ ଗ୍ରାମ୍ୟ ଜଂଗଲରେ ପୁଲିସ ଏବଂ ସିଆରପିଏଫ୍ ଯବାନ ସର୍ଚ୍ଚ ଅପରେସନ କରୁଥିଲେ। ସର୍ଚ୍ଚ ବେଳେ ୩ ନକ୍ସଲକୁ କାବୁ କରାଯାଇଛି, ଯେମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବାକୁ ଟିଫିନ ବୋମା ପୋତିବା ପ୍ରସ୍ତୁତିରେ ଥିଲେ।ସେମାନଙ୍କ ଠାରୁ ବୋମା, ବିଦ୍ୟୁତ ତାର, ଡିଟୋନେଟର, କୋଡେକ୍ସ ତାର, ବ୍ୟାଟେରି ଇତ୍ୟାଦି ଜବତ ହୋଇଛି। ପଚରାଉଚରା ପରେ ପୁଲିସ ସେମାନଙ୍କୁ କୋର୍ଟ ଚାଲାଣ କରିଛି।
"ମାଲକାନଗିରି ସୀମାରେ ସୁକମା ପୁଲିସଙ୍କ ଅଭିଯାନରେ ତିନି ଜଣ ନକ୍ସଲ ଗିରଫ ହେଲେ।" 