ହିଲ୍ ଟପ୍ ମହାବିଦ୍ୟାଳୟ, ମୋହନାରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା
ଆର.ଉଦୟଗିରି (ମନୋଜ ପାଢୀ): ହିଲ୍ ଟପ୍ ମହାବିଦ୍ୟାଳୟ, ମୋହନାରେ ଭାରପ୍ରାପ୍ତ ଅଧ୍ୟକ୍ଷ ତଥା ସମ୍ପାଦକ ଶ୍ରୀ ଭଗବାନ ବିଷୋୟୀଙ୍କ ସଭାପତିତ୍ୱ ରେ ଓଡ଼ିଆ ଅଧ୍ୟାପକ ଓ ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀ ସିମାଞ୍ଚଳ ସାହୁ ଓ ଗ୍ରନ୍ଥାଗାର ରକ୍ଷକ ଶ୍ରୀ ଗୋପାଳ ଚନ୍ଦ୍ର ପଟ୍ଟନାୟକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।ଏହି ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରୀ ମାର୍ଶାଲ ନାଏକ, ମୁଖ୍ୟ ବକ୍ତା ଭାବେ ଶ୍ରୀ ମଧୁସୂଦନ ପାଢ଼ୀ ସହିତ ଶ୍ରୀ ଦଣ୍ଡାସୀ ସାହୁ, ଶ୍ରୀମତୀ ପ୍ରମିଳା ପଣ୍ଡା, ଶ୍ରୀ ଗଣେଶ ବିଷୋୟୀ, ଶ୍ରୀ ପ୍ରଶାନ୍ତ ବୀର, ଶ୍ରୀ ଭିକାରୀ ବେହେରା, +3 ଅଧ୍ୟକ୍ଷ ଶ୍ରୀ ଶୁଭ୍ରକାନ୍ତ ମହାନ୍ତି, ଶ୍ରୀ ମୀନକେତନ ମିଶ୍ର ଓ ସାମ୍ବାଦିକ ସୁମନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ।+2 ଓ +3 ବିଭାଗର ସମସ୍ତ ଅଧ୍ୟାପକ ଓ କର୍ମଚାରୀଙ୍କ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ସଭାର ଆରମ୍ଭରେ ଇଂରାଜୀ ଅଧ୍ୟାପକ ଶ୍ରୀ ଏସ. ରମେଶ ଅତିଥିମାନଙ୍କ ପରିଚୟ କରାଇଥିଲେ, ଯେଉଁଥିରେ ଶେଷରେ ଅଧ୍ୟାପକ ଶ୍ରୀ ଅନ୍ତର୍ଯ୍ୟାମୀ ଗୌଡ଼ ଧନ୍ୟବାଦ ଜଣାଇଥିଲେ।ଅତିଥିମାନଙ୍କ ସହିତ ଛାତ୍ରଛାତ୍ରୀମାନେ ମଧ୍ୟ ଅବସରପ୍ରାପ୍ତ ଦୁଇଜଣ ଶିକ୍ଷକଙ୍କର ନିଷ୍ଠା, ଦେୟତ୍ୱବୋଧ ଓ ସେବାଭାବର ସ୍ମୃତି ଉଲ୍ଲେଖ କରି ସମ୍ମାନ ପ୍ରଦର୍ଶନ କରିଥିଲେ।

