ବ୍ରହ୍ମପୁରରେ ଗୁଟଖା ବିରୋଧୀ “ଅପରେସନ ପ୍ରହାର” ଆରମ୍ଭ, ୪୪ ଦୋକାନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ

(କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର)
ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶନାରେ “ଅପରେସନ ପ୍ରହାର” କାର୍ଯ୍ୟକ୍ରମ ଅଧୀନରେ ବ୍ରହ୍ମପୁର ପୋଲିସର ଗୁଟଖା ବିରୋଧୀ ଚଢ଼ାଉ ଜାରୀ ରହିଛି। ଦୁଇ ସପ୍ତାହ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନରେ ଶିକ୍ଷାନୁଷ୍ଠାନ ପାଖରେ ଥିବା ପାନ ଦୋକାନ ଓ ଥଣ୍ଡା ପାନୀୟ ଦୋକାନୀମାନଙ୍କୁ ଗୁଟଖା ବିକ୍ରି ନିଷେଧ ପାଳନ କରାଯାଉଛି।
ପ୍ରଥମ ପର୍ଯ୍ୟାୟରେ ବଡ଼ବଜାର, ବୈଦ୍ୟନାଥ ପୁର ଓ ଗୋଷାଣୀ ନୁଆଁଗାଁ ଥାନା ଅଧୀନରେ ୪୪ଟି ଦୋକାନ ବିରୁଦ୍ଧରେ ଧାରା ୨୪ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହୋଇଛି। ପୋଲିସ ପ୍ରଶାସନ ସୁତ୍ରରୁ ଜଣାପଡ଼ିଛି, ଆଗାମୀ ଦିନରେ ଆହୁରି କଡାକଡି ଅଭିଯାନ ଜାରୀ ରହିବ।

Leave a Reply

Your email address will not be published. Required fields are marked *