କୋଳନାରାରେ ଚିତ୍ତଳଚର୍ମ ଜବତ – ଚାରିଜଣ ଅଭିଯୁକ୍ତଙ୍କୁ ରେଞ୍ଜ ଅଧିକାରୀଙ୍କ ପକ୍ଷରୁ ମାମଲା ରଜିଷ୍ଟର
ରାୟଗଡ଼ା: ୩୦ ଅଗଷ୍ଟ ୨୦୨୫ ତାରିଖରେ ମୁମ୍ବାଇ ଜୋନାଲ୍ ୟୁନିଟ୍ର ରେଭେନ୍ୟୁ ଇଣ୍ଟେଲିଜେନ୍ସ (DRI) ଦଳ ରାୟଗଡ଼ା ଜିଲ୍ଲାର କୋଳନାରା NH ପଥର ପାର୍ଶ୍ୱରେ ଗୁପ୍ତ ସୂଚନା ଆଧାରରେ ଅଚମ୍କା ଚଢ଼ାଉ କରିଥିଲେ । ଏହି କାର୍ଯ୍ୟରେ ଦୁଇଟି ଚିତ୍ତଳଚର୍ମ (Leopard Skin) ସହିତ ଚାରିଜଣଙ୍କୁ ହିରାସତରେ ନିଆଯାଇଥିଲା ।
DRI ସୂତ୍ରରୁ ମିଳିଥିବା ଖବର ଅନୁସାରେ, ୩୧ ଅଗଷ୍ଟ ୨୦୨୫ ତାରିଖରେ ଜବତ ହୋଇଥିବା ଚିତ୍ତଳଚର୍ମଗୁଡ଼ିକୁ ରାୟଗଡ଼ା ରେଞ୍ଜ ଅଧିକାରୀଙ୍କୁ ଉଚିତ୍ ନିୟମାନୁସାରେ ହସ୍ତାନ୍ତର କରାଗଲା । ପରେ, ରେଞ୍ଜ ଅଧିକାରୀ ରାୟଗଡ଼ା, ବନ୍ୟଜୀବ ସୁରକ୍ଷା ଆଇନ ଅନୁସାରେ OR No – 93/2025-26 ରେ ମାମଲା ରଜିଷ୍ଟର କରିଥିଲେ ।
ଏହି କାର୍ଯ୍ୟରେ ଧରାପଡ଼ିଥିବା ଚାରିଜଣ ଅଭିଯୁକ୍ତଙ୍କ ନାମ ହେଲା –
- ପ୍ରଭାକର ନାୟକ, ନାଗପୁର, ମହାରାଷ୍ଟ୍ର
- ରାଜ କୁମାର ଗୁପ୍ତା, ନାଗପୁର, ମହାରାଷ୍ଟ୍ର
- ମହାଶ ହୁଇକା, ମଛଖୁଣ୍ଟି, ଗୁଣୁପୁର
- ଜିସୟା ଗୋମାଙ୍ଗୋ, ଅଞ୍ଜରସିଂହ, ପୁଟାସିଂ, ଗୁଣୁପୁର
ରେଞ୍ଜ ଅଧିକାରୀଙ୍କ ପକ୍ଷରୁ ଏହି ଚାରିଜଣଙ୍କୁ ସମ୍ମାନନୀୟ SDJM ଆଦାଲତ, ରାୟଗଡ଼ା ସମ୍ମୁଖରେ ପ୍ରେରଣ କରାଯାଇଛି ।
ଏହି ସଫଳ ଅଭିଯାନ ମାଧ୍ୟମରେ ପୁଣିଥରେ ପ୍ରମାଣିତ ହେଲା ଯେ, ବନ୍ୟଜୀବ ପାଚାରକାରୀମାନଙ୍କୁ ନେଇ କେନ୍ଦ୍ରୀୟ ତଦନ୍ତ ଏଜେନ୍ସୀମାନେ ସତର୍କ ଅଟନ୍ତି ଓ ବନ୍ୟଜୀବ ସୁରକ୍ଷା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରୁଛନ୍ତି ।

