ଆଫଗାନିସ୍ତାନରେ ଭୟାବହ ଭୂମିକମ୍ପ, ୮୦୦ରୁ ଅଧିକଙ୍କ ମୃତ୍ୟୁ
ନୂଆଦିଲ୍ଲୀ, ସେପ୍ଟେମ୍ବର ୧: ରବିବାର ଅଗଷ୍ଟ ୩୧ ରାତିରେ ଆଫଗାନିସ୍ତାନରେ ଘଟିଥିବା ଶକ୍ତିଶାଳୀ ଭୂମିକମ୍ପ ଧ୍ୱଂସକାରୀ ସାବ୍ୟସ୍ତ ହୋଇଛି। ପାକିସ୍ତାନ ସୀମା ନିକଟରେ ପୂର୍ବ ଆଫଗାନିସ୍ତାନରେ ହୋଇଥିବା ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୦ ଥିବା କୁହାଯାଇଛି।ରାତି ସମୟରେ ଭୂକମ୍ପ ହୋଇଥିବାରୁ ଲୋକେ ଘୁମେଇଥିବା ସମୟରେ ଘରଭିତରେ ଅଟକି ପଡ଼ିଥିଲେ। ତାଲିବାନ ସରକାରଙ୍କ ଜଣେ ମୁଖପାତ୍ର ଅନୁସାରେ, ଏପର୍ଯ୍ୟନ୍ତ ୮୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ହଜାର ହଜାର ଲୋକ ଆହତ ହୋଇଛନ୍ତି।ଏହା ସହିତ, ଶତାଧିକ ଘର, ମସଜିଦ ଏବଂ ସାର୍ବଜନିନ ଭବନ ଭାଙ୍ଗି ପଡ଼ିଛି। ସଡ଼କ ଏବଂ ବିଦ୍ୟୁତ୍ ସଂଯୋଗ ବ୍ୟାପକ ଭାବରେ ପ୍ରଭାବିତ ହୋଇଥିବାରୁ ଉଦ୍ଧାରକାରୀ ଦଳଙ୍କୁ ଅନେକ ସମସ୍ୟା ସମ୍ମୁଖୀନ ହେବାକୁ ପଡ଼ୁଛି।

