ରାଜ ମେଡ଼ିଆ ଲଷ୍ମୀ ଟେଲିଭିଜନ ତରଫରୁ ଭବାନୀ ପାଟଣା ବିଜୁ କଲ୍ୟାଣ ମଣ୍ଡପ ଠାରେ ନୁଆଁଖାଇ ଭେଟ ଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ llରାଜ ମେଡ଼ିଆ ଲଷ୍ମୀ ଟେଲିଭିଜନ ତରଫରୁ ଭବାନୀ ପାଟଣା ବିଜୁ କଲ୍ୟାଣ ମଣ୍ଡପ ଠାରେ ନୁଆଁଖାଇ ଭେଟ ଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ll

ରାଜ ମେଡ଼ିଆ ଲଷ୍ମୀ ଟେଲିଭିଜନ ତରଫରୁ ଭବାନୀ ପାଟଣା ବିଜୁ କଲ୍ୟାଣ ମଣ୍ଡପ ଠାରେ ନୁଆଁଖାଇ ଭେଟ ଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ll

-ରାଜ୍ ମିଡିଆଓ ଲକ୍ଷ୍ମୀ ଟେଲିଭିଜନ ନେଟୱାର୍କର ଚବିଶ ଘଣ୍ଟିଆ ଓଡ଼ିଆ ସମ୍ୱଲପୁରୀ ନ୍ୟୁଜ ଚ୍ୟାନେଲ ରିପବ୍ଲିକ୍ ଓଡ଼ିଶା ପରିବାରର ନୁଆଁଖାଇ ଭେଟଘାଟ କଳାହାଣ୍ଡି ଭବାନୀପାଟଣା ସହର ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନର ମୁଖ୍ୟ ଡଃ ରାଜେଶ କୁମାର ମହାନ୍ତି ଉଦ୍ ଘାଟନ କରିଥିବା ବେଳେ ସମାଜସେବୀ ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ରାୟ ମୁଖ୍ୟ ଅତିଥି, ବରିଷ୍ଠ ଶିକ୍ଷାବିତ୍ ଓ କବି ଡଃ ଚିତ୍ତରଞ୍ଜନ ବିଶ୍ୱାଳ ମୁଖ୍ୟ ବକ୍ତା ଭାବେ, ବିଶ୍ଵ ହିନ୍ଦୁ ପରିଷଦର ବିରିଷ୍ଠ ସଦସ୍ୟ ବିଶ୍ୱାମିତ୍ର ମନହୀରା, ବରିଷ୍ଠ ସାମ୍ବାଦିକ ସତ୍ୟ ନାରାୟଣ ମହାପାତ୍ର,ଘୁମୁରା ଗୁରୁ ଶ୍ରୀ ଜୟନ୍ତ ବେହେରା ଏବଂ ରିପବ୍ଲିକ ଓଡ଼ିଶାର ଷ୍ଟେଟ ବ୍ୟୁରୋ ରଜନୀକାନ୍ତ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ନୁଆଁଖାଇ ଭଳି ପବିତ୍ର ପର୍ବ ର ପରିକଳ୍ପନା ଓ ପ୍ରଚଳନ କରିଥିବା ମହାମନିଷୀ ପାଟଣାଗଡ଼ ପୂର୍ବତନ ରାଜା ରମାଈ ଦେଓ ଓ ଲୋକ ସଂସ୍କୃତିର ଆଦ୍ୟ ପ୍ରବକ୍ତା ପଶ୍ଚିମ ଓଡ଼ିଶାର ପୂର୍ବସୁରୀ ମାନଙ୍କ ସାଂସ୍କୃତିକ ଜାଗରଣର ଭୂୟସୀ ପ୍ରଶଂସା କରିଥିଲେ। ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ ଭାବରେ କାର୍ଯ୍ୟ କରୁଥିବା ଗଣମାଧ୍ୟମର ପ୍ରତିନିଧି ମାନଙ୍କର ଭୁମିକା ଦାୟିତ୍ୱ, କର୍ତ୍ତବ୍ୟ ଓ ସାମାଜିକ ପରିବର୍ତ୍ତନ ରେ ଥିବା ପ୍ରତିବଦ୍ଧତା ସଂପର୍କରେ ବକ୍ତା ମାନେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମ ଆରମ୍ଭ ରେ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ଵରୀ ମନ୍ଦିର ରେ ପୂଜାର୍ଚ୍ଚନା ପୂର୍ବକ ସଭା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। କାର୍ଯ୍ୟକ୍ରମ ରେ ଭବାନୀପାଟଣା ପ୍ରତିନିଧି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସମାଜର ବିଭିନ୍ନ ବର୍ଗର ସୁନାମ ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। ଭବାନୀପାଟଣା ର ବିଦ୍ୟୁତ୍ ବିଭାଗ ର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ମନୋରଞ୍ଜନ ବିଶ୍ୱାଳ, ନୃତ୍ୟ ପରିବେଷଣ କରୁଥିବା ଅର୍ଚ୍ଚନା ଦେ ପ୍ରମୁଖ କଳାକାର ମାନଙ୍କୁ ଅଙ୍ଗବସ୍ତ୍ର ଉପଠୈକନ, ପୁଷ୍ପ ଗୁଛ ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା। ଏହି ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ରେ ବିଭିନ୍ନ ଜିଲ୍ଲାର ପ୍ରତିନିଧି ମାନଙ୍କୁ ଅଙ୍ଗବସ୍ତ୍ର ଉପଠୈକନ ପୁଷ୍ପ ଗୁଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ରେ ଉପସ୍ଥାପକ ବୀରେନ୍ଦ୍ର ପାଣ୍ଡେ, ମଞ୍ଚ ପରିଚାଳନା ଲଷ୍ମୀପ୍ରିୟା ଦେ, ବିନ୍ଦ୍ୟା ରାଣୀ ମିଶ୍ର, ନମିତା ମଞ୍ଜରୀ ଶତପଥୀ ଓ ଜିଲ୍ଲା ପ୍ରତନିଧି ଭବାନୀ ଶଙ୍କର ମନହେରା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ, ମନୋଜ ପ୍ରଧାନ, ବିଜୟ ଭୂଷଣ ଦଣ୍ଡ ସେନା, ପ୍ରଫୁଲ ବେହେରା ପ୍ରମୁଖ ପ୍ରତେକ ସାମ୍ବାଦିକ ବନ୍ଧୁ ଓ ବାନ୍ଧବୀ ମାନେ ସାହାଯ୍ୟ ସହଯୋଗ କରିଥିଲା lଶେଷରେ ପଶ୍ଚିମ ଓଡିଶାର ବରିଷ୍ଠ ପ୍ରତନିଧି ସାମ୍ବାଦିକ ତ୍ରିନାଥ ବେଶ୍ରା ଧନ୍ୟବାଦ ଅର୍ପଣ କରିଥିଲେ।

By admin

Leave a Reply

Your email address will not be published. Required fields are marked *