ଧର୍ମେନ୍ଦ୍ର ପ୍ରଧାନ, ସମ୍ବଲପୁର, ନୂଆଁଖାଇ 2025, ନବାନ୍ନ, ଶ୍ୟାମସୁନ୍ଦର ପତିଧର୍ମେନ୍ଦ୍ର ପ୍ରଧାନ, ସମ୍ବଲପୁର, ନୂଆଁଖାଇ 2025, ନବାନ୍ନ, ଶ୍ୟାମସୁନ୍ଦର ପତି

ସମ୍ବଲପୁର: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବର୍ଷର ‘ନୂଆଁଖାଇ’ ପର୍ବ ସମ୍ବଲପୁରରେ ପାଳନ କରିଛନ୍ତି। ସେ ଆଜି ସିନ୍ଦୂରାପଙ୍କଠାରେ ଶ୍ୟାମସୁନ୍ଦର ପତିଙ୍କ ବାସଭବନରେ ସପରିବାର ‘ନୂଆଁଖାଇ’ରେ ଯୋଗଦେଇଥିଲେ।

ମନ୍ତ୍ରୀ ପ୍ରଧାନ ସେଠାରେ ପାରମ୍ପରିକ ରୀତିରେ ନବାନ୍ନ ଭୋଜନ ସ୍ୱୀକାର କରିଥିଲେ ଓ ଶ୍ୟାମସୁନ୍ଦର ପତିଙ୍କ ପରିବାରଙ୍କ ଆତିଥ୍ୟ ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ।

ଏହି ସୁଯୋଗରେ ମନ୍ତ୍ରୀ ପ୍ରଧାନ କହିଥିଲେ, “ନୂଆଁଖାଇ କେବଳ ଏକ ପର୍ବ ନୁହେଁ, ବରଂ ଏହା ହେଉଛି ଭାବାବେଗ। ପରିବାର ଓ ପରିଜନମାନଙ୍କ ସହିତ ଏକାଠି ହୋଇ ନବାନ୍ନ ଭୋଜନ କରିବାରେ ଏହି ପର୍ବର ମୁଳ ସାରଥକ୍ୟ ରହିଛି।”

By admin

Leave a Reply

Your email address will not be published. Required fields are marked *