ବିଦ୍ୟାଦାତାଙ୍କ ତୋରଣ ଆଗରେ ପାଠ ପାଇଁ ନହେଲା ନାହିଁ ତା ବେଲୁନ ସବୁ ବିକ୍ରି ହେଇ ଯାଉ ବୋଲି କୁନି ଝିଅଟି ନିଶ୍ଚୟ ଗଣେଶଙ୍କୁ ଗୁହାରି କରିଥିବ । ସତରେ ସମସ୍ତଙ୍କ ଜୀବନ ସମାନ ନୁହେଁ କି ସମସ୍ତେ ସମାନ ଭାଗ୍ୟ ନେଇ ଜନ୍ମ ହୋଇ ନଥାନ୍ତି …

ବାଲେଶ୍ବର: ସମସ୍ତଙ୍କ ଜୀବନ ସମାନ ନୁହେଁ ଆଜ୍ଞା ! କି ସମସ୍ତେ ସମାନ ଭାଗ୍ୟ ନେଇ ଜନ୍ମ ନେଇ ନଥାନ୍ତି । ସମସ୍ତେ କଣ ସୁନା ଚାମଚରେ ଖାଇବାର ଭାଗ୍ୟକୁ ମାଆ ପେଟରୁ ନେଇ ଆସିଥାନ୍ତି ନା କଣ ? ନା, କିଛିଙ୍କର ଭାଗ୍ୟ ମଇଳା ହାତରେ ଖାଇବାର, ରାସ୍ତା କଡରେ ଶୋଇବାର ବି ଥାଏ… ମଣିଷ ମାତ୍ରେ ତ ଇଚ୍ଛା ଅନେକ ଥାଏ, ହେଲେ ସବୁ ଇଚ୍ଛା କଣ ପୂରଣ ହୁଏ ? ନା ପୂରା କରିବାକୁ ସୁଯୋଗ, ସମ୍ଭାବନା ଆଉ ସମୟ ଥାଏ?କିଛି ଇଚ୍ଛା ଇଚ୍ଛା ହୋଇ ରହିଯାଏ… କିଛି ଇଚ୍ଛା, ଇଚ୍ଛାରେ ରହିଯାଏ ଆଉ କିଛି ଇଚ୍ଛା ଇତି ପାଲଟିଯାଏ… ନହେଲେ କଣ ତା’ ନା ଇଚ୍ଛା ହୋଇଥାନ୍ତାକି ? ଗରିବକ ଇଚ୍ଛା ସବୁବେଳେ ଅବହେଳିତ, ଉପେକ୍ଷିତ । ଯାହାର ଜ୍ବଳନ୍ତ ଉଦାହରଣ ଏଇ କଥାକୁହା ଫଟୋଟି…ଆକାଶଛୁଆଁ ତୋରଣ ଆଗରେ ଆଖିଭିଜା କରୁଣ ଚିତ୍ର । ଯେଉଁଠି ବେଲୁନ ଧରି ଛିଡା ହୋଇଛି ଏକ ସ୍ବପ୍ନାଭିଳାଷୀ ଝିଅ- ଯାହାର ସ୍ବପ୍ନ ଅନେକ, ଉଡିବାର ଇଚ୍ଛା ବି ଅନେକ । ଆଶା ତାର ଆକାଶଛୁଆଁ ଠିକ୍ ତା ପଛରେ ଥିବା ବିଶାଳ ତୋରଣ ପରି ।
ହିନ୍ତୁ ହାଏ ତା ଆଖି ତଳର ସ୍ବପ୍ନ ପୂରା କରିବାକୁ ତା ପରିବାର ହୁଏତ ଅସମର୍ଥ, ତା ମନ ତଳର ଇଚ୍ଛା ପୂରା କରିବାକୁ ହୁଏତ ତା ପାଇଁ ପରିସ୍ଥିତି ସାଜିଛି ପ୍ରତିକୂଳ । ସେଇଥିପାଇଁ ତ ହାତରେ ଗୁଛାଏ ବେଲୁନ ଧରି ବାହାରି ପଡିଛି ବିକିବାକୁ । କିଏ ଜାଣେ ବେଲୁନ କିଛି ବିକ୍ରି ହେଲେ ହୁଏତ ତା ସ୍ବପ୍ନ ତା ଇଚ୍ଛା ପୂରା ହେଇଯିବ… ଯଦି ସେତକ ବି ନହୁଏ ତାଙ୍କ ପରିବାର ତ ଚଳିଯିବ । ତା ପେଟରେ ଦାନା ଗଣ୍ଡେ ପଡ଼ିବ କିମ୍ବା ତା ବାପା, ମାଆ, ଭାଇ ମୁହଁକୁ ମୁଠେ ଭାତ ଯିବ । ପରିବାରର ବୋଝ କୁହନ୍ତୁ କି ଦାୟିତ୍ବ ଅବା ତାଙ୍କ ନିତିଦିନିଆ ବେପାରର ଏ ସ୍ରୋତରେ ସାମିଲ ହୋଇଥିବା କୁନି ଝିଅଟେ ପାଇଁ ପୂଜା ଖାଲି ପୂଜାଟିଏ ନୁହେଁ । ବରଂ ବ୍ୟବସାୟର ଏକ ମାଧ୍ଯମ । ହୁଏତ ଏ ଝିଅଟି ଆମ ଓଡିଶାର ହୋଇନପାରେ, ବାହାର ରାଜ୍ୟରୁ ଆସି ସେ ତା ପରିବାର ସହ ବେଲୁନ ବିକୁ ଥାଇପାରେ କିମ୍ବା ଏହା ତାଙ୍କର ପାରିବାରିକ ଗୁଜୁରାଣ ମେଣ୍ଟାଇବାର ମାଧ୍ଯମ ହୋଇପାରେ । କିନ୍ତୁ ସେ ଦିଗକୁ ନଯାଇ ଥରେ ତା ବୟସକୁ ଭାବିଲେ ଆଉ ତା ବୟସର ପିଲା ପୂଜାରେ କଣ କରୁଥିବେ ଭାବିଲେ…

ଗଣେଶ ପୂଜାରେ ନୂଆ ଡ୍ରେସ୍, ନୂଆ କଲମ ଧରି ସ୍କୁଲ ଯାଇଥିବେ ପିଲା । ସେଠି ପୂଜା କରି ଭୋଜି ଖାଇଥିବେ । ସ୍କୁଲରୁ ଆସି ବାପାମାଆଙ୍କ ସହ ପୁଣି ସହରର ପୂଜା ପେଣ୍ଡାଲ ବୁଲି ଯାଇଥିବେ, ସେଲ୍ଫି ନେଇଥିବେ, ବାଦାମ, ଚଣା ଖାଇଥିବେ… ଏମିତି ବି ହୋଇଥାଇପାରେ ସେହି ପିଲା ଭିତରୁ କେହି ବି ଏ କୁନି ଝିଅ ଠାରୁ ବେଲୁନ ବି ନେଇଥିବେ… କିନ୍ତୁ ଦୁର୍ଭାଗ୍ୟ ! ଏ ଝିଅଟି ସେସବୁ ଖୁସିରୁ ବଞ୍ଚିତ । ନିଜକୁ ବୁଝାଇ ଦେବାକୁ ଅବଶ୍ଯ ନୂଆ ଡ୍ରେସଟେ ପିନ୍ଧି ବେଲୁନ ବିକିବାକୁ ଆସିଛି । ଅନ୍ୟ ପିଲାଙ୍କୁ ଦେଖି ହୁଏତ ସେ ନିଜ ଭାଗ୍ୟ-ଭବିଷ୍ୟତ ଓ ବର୍ତ୍ତମାନକୁ ନେଇ ଅନେକ କିଛି ଭାବିଥିବ । ବେଲୁନ ବିକିଲା ବେଳେ ପବନର ଜୀବନ ନେଇ ବଞ୍ଚୁଥିବା ବେଲୁନ ପରି ବି ତା ଭାଗ୍ୟ- ବୋଲି ହୁଏତ ସେ ଭାବିଥିବ… କିନ୍ତୁ କଣ ବା ସେ କରିପାରିବ… ନା ପରିବାରକୁ ନିନ୍ଦି ପାରିବ ନା ନିଜ ପରିସ୍ଥିତିକୁ… ବେଲୁନ ନବିକିଲେ ଘର ଚଳିବନି କି ପେଟ ବି ପୋଷା ହେବନି । ତେଣୁ ବିଦ୍ୟାଦାତାଙ୍କ ତୋରଣ ଆଗରେ ପାଠ ପାଇଁ ନହେଲା ନାହିଁ ତା ବେଲୁନ ସବୁ ବିକ୍ରି ହେଇ ଯାଉ ବୋଲି କୁନି ଝିଅଟି ନିଶ୍ଚୟ ଗଣେଶଙ୍କୁ ଗୁହାରି କରିଥିବ । ସତରେ ସମସ୍ତଙ୍କ ଜୀବନ ସମାନ ନୁହେଁ କି ସମସ୍ତେ ସମାନ ଭାଗ୍ୟ ନେଇ ଜନ୍ମ ହୋଇ ନଥାନ୍ତି ।ସୌଜନ୍ୟ: ବାଲେଶ୍ବରର ଏକ ଗଣେଶ ମେଢ ଏବଂ ତୋରଣ ସାମ୍ନାରେ ଛିଡା ହୋଇଥିବା ଝିଅଟିର ଫଟୋ ସୋସିଆଲ ମିଡିଆରୁ ସଂଗୃହିତ । ସାମ୍ବାଦିକ ଚିତ୍ତରଞ୍ଜନ ନାୟକ ଫଟୋଟି ପୋଷ୍ଟ କରିଥିବା ବେଳେ ଏହା ଖୁବ ଭାବପୂର୍ଣ୍ଣ…

Its like you read my mind You appear to know so much about this like you wrote the book in it or something I think that you can do with a few pics to drive the message home a little bit but instead of that this is excellent blog A fantastic read Ill certainly be back
Hey there You have done a fantastic job I will certainly digg it and personally recommend to my friends Im confident theyll be benefited from this site