ଗୌରୀ ନନ୍ଦନ ପୂଜା କମିଟି ଓ ନିଷ୍ଠା ପରିବାର ତରଫ ରୁ ରକ୍ତ ଦାନ ଶିବିର ୩୩ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି।ଗୌରୀ ନନ୍ଦନ ପୂଜା କମିଟି ଓ ନିଷ୍ଠା ପରିବାର ତରଫ ରୁ ରକ୍ତ ଦାନ ଶିବିର ୩୩ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି।

ଗୌରୀ ନନ୍ଦନ ପୂଜା କମିଟି ଓ ନିଷ୍ଠା ପରିବାର ତରଫ ରୁ ରକ୍ତ ଦାନ ଶିବିର ୩୩ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ତା-୨୭-୦୮-୨୦୨୫ରିଖ (ଗୁରୁ ବାର)
ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ରେଙ୍ଗାଲି ଗ୍ରାମ ପଞ୍ଚାୟତ ର ଗ୍ରିଞ୍ଜାଲ ଗ୍ରାମ ରେ ଗୌରୀ ନନ୍ଦନ ପୂଜା କମିଟି ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର ରେ ମୁଖ୍ୟ ଅତିଥି ଭାବରେ ଭଟଲି ବିଧାୟକ ଶ୍ରୀ ଇରାଶିସ ଆଚାର୍ଯ୍ୟ ଯୋଗ ଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ। ଦୁଇ ରକ୍ତ ଦାତା ଦମ୍ପତ୍ତି ସମେତ ସର୍ବମୋଟ ୩୩ୟୁନିଟ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା। ଏହି ଶିବିର କୁ ଗୌରୀ ନନ୍ଦନ ପୂଜା କମିଟି ର ସଞ୍ଜୀବ ବାରିକ, ଗୁଦୁ ବୁଡେକ, ଅନିଲ ବିଶି , ରଜତ ପ୍ରଧାନ, ଦୀପକ ଖମାରୀ, ମାନସ ପ୍ରଧାନ , ସୁବ୍ରତ ବାରିକ ,ଆଲୋକ ବାରିକ , ଗୁରୁଦେବ ସେଠ୍, ବୁଲୁ ପ୍ରଧାନ, ଲିପୁନ ବୁଡେକ, ସାମନ୍ତ ପଧାନ ଓ ନିଷ୍ଠା ପରିବାର ର ସମସ୍ତ ସଦସ୍ୟ ମାନେ ସୁପରିଚାଳନା କରିଥିଲେ। ପରିସେଶ ରେ ରକ୍ତ ଦାନ ଶିବିର ଆୟୋଜନ ପାଈଁ ଆମ ନିଷ୍ଠା ପରିବାର ତରଫ ରୁ ଗୌରୀ ନନ୍ଦନ ପୂଜା କମିଟି ର ସମସ୍ତ ସଦସ୍ୟ ମାନଙ୍କୁ ଏକ ସ୍ମୃତି ଫଳକ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସମସ୍ତ ରକ୍ତ ଦାତା, ସହଯୋଗୀ, ଶୁଭେଛୁ ଓ ଆୟୋଜକ ବନ୍ଧୁ ମାନଙ୍କୁ ନିଷ୍ଠା ପରିବାର ରୁ ବହୁତ ବହୁତ ଧନ୍ୟବାଦ।

By admin

Leave a Reply

Your email address will not be published. Required fields are marked *