ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ, ଦୋଷୀକୁ ୨୦ ବର୍ଷ ଜେଲ ।ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ, ଦୋଷୀକୁ ୨୦ ବର୍ଷ ଜେଲ ।

ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ, ଦୋଷୀକୁ ୨୦ ବର୍ଷ ଜେଲ । ଗଜପତି(ମନୋଜ କୁମାର ପାଢୀ)- ପାରଳାଖେମଣ୍ଡି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ବିଭି ପ୍ରସାଦ ପଣ୍ଡା ଆଜି ଆର,ଉଦୟଗିରି ବ୍ଳକ ଅଞ୍ଚଳରେ ଘଟିଥିବା ଏକ ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାର ବିଚାରଣା କରି ଚୂଡାନ୍ତ ରାୟ ଶୁଣାଇଛନ୍ତି । ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଆଧାର କରି ଅଭିଯୁକ୍ତ ସନ୍ତୋଷ ଶବରକୁ ୨୦ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଏହାସହ ୧୦ ହଜାର ଟଙ୍କା ଜରିମାନା ଦଣ୍ଡ ଓ ଅନାଦେୟସ୍ଥଳେ ଅଧିକ ୬ ମାସ ଜେଲଦଣ୍ଡ ଭୋଗିବାକୁ ଚୂଡାନ୍ତ ରାୟରେ ଦର୍ଶାଇଛନ୍ତି । ଏହି ସମାନ ଘଟଣାରେ ଅନ୍ୟ ଦୁଇ ମାମଲାରେ ୩ ବର୍ଷ କାରାଦଣ୍ଡ ସହ ହଜାରେ ଟଙ୍କା ଜରିମାନା ଓ ଅନାଦେୟସ୍ଥଳେ ଆଉ ଦୁଇ ମାସ ଜେଲ୍ଦଣ୍ଡ ରାୟ ଶୁଣାଇଛନ୍ତି । ଏସମସ୍ତ ଅର୍ଥ ପୀଡିତାଙ୍କୁ ଥାଇଥାନ ଓ କ୍ଷେତିପୂରଣ ବାବଦକୁ ହସ୍ତାନ୍ତର କରିବାକୁ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ନିଦ୍ଦେଶ ଦେଇଛନ୍ତି। ଏଥିସହ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ପୀଡିତାଙ୍କୁ ୪ଲକ୍ଷ ଟଙ୍କା କ୍ଷେତିପୂରଣ ରାଶି ପ୍ରଦାନ କରିବାକୁ ମଧ୍ୟ ନିର୍ଦେଶ ଦେଇଛନ୍ତି। ୨୦୨୩ ରେ ସନ୍ତୋଷ ପୀଡିତା ନାବାଳିକାଙ୍କୁ ବିବାଦର ମିଥ୍ୟା ପ୍ରତିଶ୍ରୁତି ଦେଇ ଅପହରଣ କରିନେବା ସହ କିଛିଦିନ ପାଇଁ ବ୍ରହ୍ମପୁରରେ ରଖିଥିଲା । ପରେ ନାବାଳିକାଙ୍କୁ ଲୁହାଗୁଡି ଅଞ୍ଚଳର ଏକ ନିକାଞ୍ଚନ ଜଙ୍ଗଲରେ ରଖି ପ୍ରାୟ ୧୫ ଦିନ ରଖି ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା । ପରିବାର ପକ୍ଷରୁ ଏନେଇ ଆର, ଉଦୟଗିରି ଥାନାରେ ଏତଲା ଦିଆଯିବା ପରେ ପୁଲିସ ନାବାଳିକାଙ୍କୁ ଜଙ୍ଗଲରୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରିଥିଲା କେସ ନମ୍ବର ୭୬/୨୩ରେ ଏନେଇ ମାମଲା ରୁଜୁ ହୋଇଥିଲା । ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଜନାଦ୍ଦନ ରାଓ ଏହି ମାମଲା ପରିଚାଳନା କରିଥିଲେ ।

By admin

Leave a Reply

Your email address will not be published. Required fields are marked *